Advertisment

Amir Hamza Hospitalised: ଲସ୍କର ସହପ୍ରତିଷ୍ଠାତା ଅମୀର ହମଜା ହସ୍ପିଟାଲରେ ଭର୍ତ୍ତି; ଦୁର୍ଘଟଣା ନା କିଏ ଗୁଳି ମାରିଲା ?

ଲସ୍କର-ଏ-ତୋଏବାର ସହପ୍ରତିଷ୍ଠାତା ଏବଂ ହାଫିଜ୍ ସୈଦର ଅତି ଖାସ୍‌ ଅମୀର ହମଜା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଜଣା ବ୍ୟକ୍ତିର ଗୁଳିମାଡରେ ଆହତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା । ଜାଣନ୍ତୁ କ'ଣ ଘଟଣା ।

author-image
Namita Biswal
ଅଦ୍ୟତନ ହୋଇଛି
Amir Hamza

Amir Hamza

ପାକିସ୍ତାନରେ ଟଳୁଛନ୍ତି ଗୋଟିଏ ପରେ ଗୋଟିଏ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ । ଏବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସହପ୍ରତିଷ୍ଠାତା ଅମୀର ହମଜା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଛି । ହମଜାର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଲାହୋରରେ କେହି ଅଜଣା ବ୍ୟକ୍ତିର ଗୁଳିମାଡରେ ସେ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ କେତେକ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ଏହାକୁ ମିଛ ବୋଲି କୁହାଯାଉଛି । ହମଜା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦିଆଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଗୁରୁତର

ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ଅବୁ ସୈଫୁଲ୍ଲା ଅଜଣା ବ୍ୟକ୍ତିର ଗୁଳିରେ ନିହତ ହେବାର ୩ ଦିନ ପରେ ଅମୀର ହମଜା ସହ ଏଭଳି ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମ ମୁତାବକ, ୬୬ ବର୍ଷୀୟ ହମଜା ଏବେ ଲାହୋରର ଏକ ମିଲିଟାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି ଏବଂ ଆଇଏସଆଇ (ISI) ପକ୍ଷରୁ ହସ୍ପିଟାଲରେ କଡ଼ା ସୁରକ୍ଷା ଦିଆଯାଉଛି ।

ଲସ୍କର ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଅମୀର ହମଜା ହାଫିଜ୍ ସୈଦର ଅତି ଘନିଷ୍ଠ ଅଟେ । କଶ୍ମୀରରେ ଏକାଧିକ ଆତଙ୍କୀ ଗତିବିଧିରେ ସେ ସଂପୃକ୍ତ ରହିଥିଲା ଏବଂ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ । ୨୦୧୨ରେ ଆମେରିକା ପକ୍ଷରୁ ହମଜାକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରାଯାଇଥିଲା । 

Advertisment

ଅମୀର ହମଜା ଅନେକ ପୁସ୍ତକ ଲେଖିଛି । 'ଦାୱତ ଔର ଶାହଦତ୍', 'ଶାହରାହ-ଇ-ବହିଶତ୍' ସେଥିମଧ୍ୟରୁ ଅନ୍ୟତମ । ୨୦୦୫ରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଉପରେ ଆକ୍ରମଣ ଘଟଣାରେ ସୈଫୁଲ୍ଲା ସହ ତାର ଭୂମିକା ରହିଥିଲା ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ

Lashkar-e-Taiba Terrorists Paksitan
Advertisment
Advertisment