/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718192443.jpg)
Kuwait Fire News
କୁଏତରେ ଭୟଙ୍କର ଅଗ୍ନିକାଣ୍ତ । ଅଗ୍ନିକାଣ୍ତରେ ଜଳିଗଲା କୋଠା । ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡରେ ୪ ଜଣ ଭାରତୀୟଙ୍କ ସମେତ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ବିରାଟ ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ। ବୁଧବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି ।
ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ ୪୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଏଥି ସହିତ, ଅନ୍ୟ ୧୦ ଜଣଙ୍କୁ ନିରାପଦରେ ବଞ୍ଚାଇବାରେ ସଫଳ ହୋଇଛନ୍ତି । କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର (+ 965-65505246) ଜାରି କରିଛି। ଲୋକମାନେ ଏହି ଫୋନ୍ ନମ୍ବରକୁ କଲ କରି ନିଜ ପ୍ରିୟ ଲୋକଙ୍କ ବିଷୟରେ ସୂଚନା ପାଇପାରିବେ ।
ଅଧିକ ପଢ଼ନ୍ତୁ: ତାଜ୍ ଏକ୍ସପ୍ରେସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ୩ଟି କୋଚ୍; ଦେଖନ୍ତୁ ଭିଡିଓ
କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍-ସାବ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍ ଭୁଲ୍ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।
In connection with the tragic fire-accident involving Indian workers today, Embassy has put in place an emergency helpline number: +965-65505246.
All concerned are requested to connect over this helpline for updates. Embassy remains committed to render all possible assistance. https://t.co/RiXrv2oceo
— India in Kuwait (@indembkwt) June 12, 2024
ଅଗ୍ନିକାଣ୍ଡରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ଭାରତୀୟ ମଧ୍ୟ ଅଛନ୍ତି । କୁଏତର ସ୍ଥାନୀୟ ନ୍ୟୁଜ୍ ସଂସ୍ଥା ଅନୁଯାୟୀ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ବହୁ ସଂଖ୍ୟକ କର୍ମଚାରୀ ରହୁଥିଲେ । ବିଲ୍ଡିଂରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଧୂଆଁ ଓ ନିଆଁ ଘେରି ରହିଥିବାରୁ ଶ୍ୱାସରୁଦ୍ଧ ହୋଇ ଲୋକମାନେ ମୃତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଅଗ୍ନିକାଣ୍ଡର ତଦନ୍ତ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)