/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718256451.jpg)
Kuwait Building Fire
କୁଏତରେ ଭୟାବହ ଅଗ୍ନିକାଣ୍ଡ । ବଢିଲା ମୃତ୍ୟୁ ସଂଖ୍ୟା । ୪୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ । ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ଗତକାଲି ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା। ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ।
ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ । ଏନବିଟିସି ସଂସ୍ଥା ତାର ଶ୍ରମିକ ମାନଙ୍କୁ ରଖିବାକୁ ଭଡ଼ା ସୂତ୍ରରେ ଏହି ବିଲ୍ଡିଂକୁ ନେଇଥିଲା। ଆବଶ୍ୟକତା ଠାରୁ ବିଲ୍ଡିଂରେ ଅଧିକ ଶ୍ରମିକ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ କିଛି ଶ୍ରମିକ ନାଇଟ୍ ସିଫ୍ଟ ସାରି ସୋଇଥିଲେ । ନିଆଁ ଲାଗିବା ପରେ କ୍ଷୀପ୍ର ବେଗରେ ବ୍ୟାପିଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ ।
Upon reaching back to Delhi after today’s two oath taking ceremonies, chaired a meeting to review the situation in the wake of the fire mishap in Kuwait, where people of Indian origin have been affected.
GoI is doing everything possible to assist those affected by this gruesome… pic.twitter.com/DVmeCcEGZH
— Narendra Modi (@narendramodi) June 12, 2024
କୁଏତ ସରକାର ବିଲ୍ଡିଂ ମାଲିକ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦନ କରିବାକୁ ଘୋଷଣା କରିଛନ୍ତି ।
କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍-ସାବ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍ ଭୁଲ୍ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)