Advertisment

କାଳି ଲିକ୍‌ କରୁଥିବା ପେନ୍‌ ଦେଖି ରାଗିଗଲେ କିଙ୍ଗ ଚାର୍ଲସ

ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍‌ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍‌ କରୁଥିବା ପେନ୍‌ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।

author-image
Otv Khabar Bureau
ଅଦ୍ୟତନ ହୋଇଛି
King Charles Frustrated

King Charles On Leaky Pen

ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍‌ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍‌ କରୁଥିବା ପେନ୍‌ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସ ଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।

Advertisment

ମଙ୍ଗଳବାର କିଙ୍ଗ ଚାର୍ଲସ ନର୍ଦ୍ଦନ ଆର୍ୟଲାଣ୍ଡରେ ଏକ ସାଇନିଂ ସେରିମନିରେ ଯୋଗ ଦେବାକୁ ଯାଇଥିବାବେଳେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।

ଶେଷ ଯାତ୍ରାରେ ଏବେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ। ଆସନ୍ତା ୧୯ ତାରିଖରେ ରାଣୀ ଏଲିଜାବେଥ ଙ୍କ ଶେଷକୃତ୍ୟ ହେବ । ଏଥିପାଇଁ ରବିବାରଠାରୁ ଆରମ୍ଭ ହୋଇଛି ରାଣୀଙ୍କ ଶେଷଯାତ୍ରା । ଏହି ଯାତ୍ରାରେ ରାଜ ପରିବାରର ସଦସ୍ୟମାନେ ଯୋଗ ଦେଇଛନ୍ତି । ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ଚାର୍ଲସ ମଙ୍ଗଳବାର ନର୍ଦ୍ଦନ ଆର୍ୟଲାଣ୍ଡରେରେ ପହଞ୍ଚିଥିଲେ। ବେଲଫାଷ୍ଟ ନିକଟ ହିଲ୍‌ସବର୍ଗ କାସେଲରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଜନତାଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହା ପରେ ସେଠାରେ ଥିବା ଭିଜିଟର ବୁକ୍‌ରେ ଦସ୍ତଖତ କରିବାର କାର୍ଯ୍ୟକ୍ରମ ଥିଲା। କ୍ୟାମେରା ସାମ୍ନାରେ କିଙ୍ଗ ଚାର୍ଲସଙ୍କୁ ଏକ ପେନ ଦିଆଗଲା ଭିଜିଟର୍ସ ବୁକ୍‌ରେ ସାଇନ କରିବା ପାଇଁ।

Advertisment

ହେଲେ ସାଇନ କରିବେ କ‘ଣ , ରାଗିଗଲେ ରାଜା। ରାଗରେ କହିଥିଲେ- ‘ ଓ ଗଡ୍‌ ! ଏମିତି ପେନ୍‌କୁ ମୁଁ ଘୃଣା କରେ। ’ ଏମିତି କହି ସେ ଛିଡା ହୋଇ ପଡ଼ିଲେ ଏବଂ ପେନ୍‌କୁ ତାଙ୍କ ପତ୍ନୀ କାମିଲାଙ୍କ ହାତକୁ ବଢାଇ ଦେଲେ।

ପେନ୍‌କୁ ଦେଖି ପତ୍ନୀ କାମିଲା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ- ‘ ଦେଖ ! ସବୁଆଡେ ଲିକ୍‌ କଲାଣି !’

ହାତ ପୋଛୁ ପୋଛୁ ‘ଏମିତି ବାଜେ କାମକୁ ଆଦୌ ବରଦାସ୍ତ କରିପାରିବିନି ’ ବୋଲି କହି ଚାର୍ଲସ ସେଠାରୁ ବାହାରି ଯାଇଥିଲେ।

ଖବର ସୂତ୍ରରୁ ଜଣାପଡ଼ିଛି, କିଙ୍ଗ ଚାର୍ଲସ ମଙ୍ଗଳବାର ଡକ୍ୟୁମେଣ୍ଟ ଚେକ କରୁଥିବାବେଳେ ଭୁଲ ତାରିଖ ଲେଖିଥିଲେ। ସେପ୍ଟେମ୍ବର ୧୨ ବଦଳରେ ୧୩ ଲେଖି ଦେଇଥିଲେ।

Queen Elizabeth II King Charles III Leaky Pen King Charles King Charles Frustrated
Advertisment
Advertisment