Queen Elizabeth II
ଶେଷଯାତ୍ରାରେ ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ । ଆସନ୍ତା ୧୯ ତାରିଖରେ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ହେବ । ଏଥିପାଇଁ ରବିବାରଠାରୁ ଆରମ୍ଭ ହୋଇଛି ରାଣୀଙ୍କ ଶେଷଯାତ୍ରା । ଆଜି ଗାଡ଼ିରେ ତାଙ୍କ ମରଶରୀରକୁ ରୁଡ୍ ହାଉସ ପ୍ୟାଲେସରୁ ସେଣ୍ଟ ଜିଲ୍ସ କ୍ୟାଥେଡ୍ରାଲକୁ ନିଆଯାଇଛି । ଏଥିରେ ରାଜ ପରିବାରର ସଦସ୍ୟମାନେ ଯୋଗଦେଇଛନ୍ତି ।
ସେଠାରେ ରାଣୀଙ୍କ ମରଶରୀରକୁ ଲୋକଙ୍କ ଦର୍ଶନ ପାଇଁ ୨୪ ଘଣ୍ଟା ରଖାଯିବ । ଏହାପରେ ରାଣୀଙ୍କ କଫିନ ଏଡିନବର୍ଗ ବିମାନ ବନ୍ଦରରୁ ରୟାଲ ଏୟାରଫୋର୍ସର ନର୍ଟହୋଲ୍ଟ ଘାଟି ଦେଇ ବକିଂହାମ ପ୍ୟାଲେସକୁ ଯିବ । ବୁଧବାର ଅପରାହ୍ନରେ ରାଣୀଙ୍କ କଫିନକୁ ୱେଷ୍ଟମିନିଷ୍ଟର ହଲକୁ ନିଆଯିବ । ସେଠାରେ ଗୁରୁବାରଠାରୁ ୪ ଦିନ ପାଇଁ ରାଣୀଙ୍କ ମରଶରୀର ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ରହିବ । ଏହାପରେ ଲଣ୍ଡନରୁ ଓ୍ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ । ରାଣୀଙ୍କୁ ଓ୍ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ । ରାଷ୍ଟ୍ରୀୟ ମଯର୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)