Advertisment

Joe Biden Prostate Cancer Diagnosis: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ କ୍ୟାନସର ହୋଇଥିବା ସୂଚନା ମିଳିଛି । ବାଇଡେନଙ୍କ ପରିସ୍ରା ପରୀକ୍ଷା ପରେ ରିପୋର୍ଟରେ କ୍ୟାନସର ହୋଇଥିବା ଜଣା ପଡିଛି । ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଉଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Joe Biden

Joe Biden

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ କ୍ୟାନସର ରୋଗରେ ପୀଡିତ ଥିବା ଜଣାପଡିଛି । ଗତ ସପ୍ତାହରେ ପରିସ୍ରା ଜନିତ ସମସ୍ୟା ଦେଖାଯିବା ପରେ ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ଡାକ୍ତରୀ ପରୀକ୍ଷା ପରେ ସେ ପ୍ରୋଷ୍ଟେଟ କ୍ୟାନସରରେ ପୀଡିତ ଥିବା ଜଣା ପଡିଥିଲା । ଏହି କ୍ୟାନସର କୋଷ ଗୁଡିକ ତାଙ୍କ ହାଡକୁ ବ୍ୟାପି ଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କ୍ୟାନସରରେ ପୀଡିତ ଥିବା ଶୁକ୍ରବାର ଦିନ ଜଣା ପଡିଥିଲା ।

Advertisment

ପ୍ରୋଷ୍ଟେଟ କ୍ୟାନସର ଗ୍ଲିସନ ସ୍କୋର ମାପିବା ଦ୍ୱାରା ଜଣା ପଡିଥାଏ । ରେଞ୍ଜ ୧ରୁ ୧୦ ଯାଏଁ ସ୍କୋର ମଧ୍ୟରେ ଏହାକୁ ଚିହ୍ନଟ କରାଯାଇଥାଏ । ତେବେ ବାଇଡେନଙ୍କ ଗ୍ଲିସନ ସ୍କୋର ବର୍ତମାନ ୯ ରହିଛି, ଯାହା କ୍ୟାନସର ଏକ ଭୟଙ୍କର ରୂପ ନେଇ ସାରିଛି । ଯେତେବେଳେ କ୍ୟାନସର ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ, ଅନେକ ସମୟରେ ତାହା ହାଡକୁ ମଧ୍ୟ ବ୍ୟାପିଥାଏ । ଏହି କ୍ୟାନସର ହେଲେ, ମୁଖ୍ୟତଃ ଔଷଧ ଦ୍ୱାରା ଭଲ ହେବା ଏତେ ସହଜସାଧ୍ୟ ହୋଇ ନଥାଏ ଏବଂ ରୋଗକୁ ମୂଳରୁ ଭଲ କରିବା ସମ୍ଭବ ହୋଇନଥାଏ । 

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

ସାରା ବିଶ୍ୱରୁ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଉଛି । ଜୋ ବାଇଡେନଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ପୋଷ୍ଟ କରି ଡୋନାଲ୍ଡ କହିଛନ୍ତି ଯେ, ‘‘ମୁଁ ଏବଂ ମେଲାନିଆ ଜୋ ବାଇଡେନ କ୍ୟାନସରରେ ପୀଡିତ ଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଜିଲ୍ ଏବଂ ତାଙ୍କ ପରିବାରକୁ ଆମେ ଶାନ୍ତ୍ୱନା ଜଣାଉଛୁଏବଂ ଜୋଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।’’

Advertisment

ସେହିପରି ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘‘ଡଗ୍ ଏବଂ ମୁଁ ଜୋ ବାଇଡେନଙ୍କ ଶରୀରରେ କ୍ୟାନସର ଚିହ୍ନଟ ହେବା ଖବର ଶୁଣି ଦୁଃଖିତ । ବାଇଡେନ ଏବଂ ତାଙ୍କ ପରିବାର ଆମ ହୃଦୟରେ ଅଛନ୍ତି । ମୁଁ ଜାଣିଛି ସେ ବହୁତ ସାହସିକତା ଏବଂ ଚ୍ୟାଲେଞ୍ଜର ସହିତ ଏହି ରୋଗକୁ ସାମନା କରିବେ । ତାଙ୍କର ଶୀଘ୍ର ଆରୋଗ୍ୟ ଲାଭକୁ ଆମେ ଆଶା କରୁଛୁ ।’’

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଇଛା, କିନ୍ତୁ ବେଡ୍ ଛାଡି ହେଉନି; ବିଛଣାରେ କରନ୍ତୁ ଏହି ଆସନ

Kamala Harris US President Joe Biden US President Donald Trump Prostate Cancer
Advertisment
Advertisment