• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁୁଦ୍ଧ । ୧୨ଦିନରେ ପହଞ୍ଚିଛି ଆକ୍ରମଣ-ପ୍ରତି ଆକ୍ରମଣ । ଏୟାରଷ୍ଟ୍ରାଇକ ଯୋଗୁ ଗାଜାର ଏକ ହସ୍ପିଟାଲ୍‌ରେ ୨୦୦-୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ହସ୍ପିଟାଲ୍‌ ପରିସରରେ ଥିବା ଅନେକ ଗାଡ଼ି ପୋଡ଼ି ଯାଇଛି । ମୃତ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ବିଭିନ୍ନ ସ୍ଥାନରେ ପଡ଼ିରହିଛି ।

ହସ୍ପିଟାଲ୍‌କୁ ଟାର୍ଗେଟ୍‌ କରି ଆକ୍ରମଣ ହୋଇଥିବାରୁ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ବିଶ୍ୱ ସ୍ୱ୍ୟାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଅତ୍ୟନ୍ତ ଅମାନବୀୟ ଘଟଣା ବୋଲି କୁହାଯାଇଛି । କିନ୍ତୁ ହସ୍ପିଟାଲ୍‌ ଉପରେ ଏୟାରଷ୍ଟ୍ରାଇକ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ । ଇସ୍ରାଏଲ ନିରୀହ ଲୋକଙ୍କୁ ଟାର୍ଗେଟ କରି ଏଭଳି ଆକ୍ରମଣ କରିଥିବା ହମାସ ଅଭିଯୋଗ କରିଛି ।

ଅଧିକ ପଢ଼ନ୍ତୁ: ହମାସ ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ ! ଖୋଜି ଖୋଜି ମାରୁଛି...

ଅନ୍ୟପକ୍ଷେ, ଇସଲାମିକ୍ ଜିହାଦିଙ୍କ ପକ୍ଷରୁ ପଠାଯାଇଥିବା ରକେଟ୍ ଲଞ୍ଚର ବିଫଳ ହେବା ଯୋଗୁ ହସ୍ପିଟାଲ୍‌ରେ ପଡ଼ିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ଗାଜାରୁ ଆତଙ୍କବାଦୀମାନେ ଏହାକୁ ନିକ୍ଷେପ କରିଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ସୂଚନା ମିଳିଛି ।

ସାରା ବିଶ୍ୱ ଏଭଳି ବର୍ବର କାଣ୍ଡ ବିଷୟରେ ଅବଗତ ହେବା ଦରକାର ।  ପୂର୍ବରୁ ସେମାନେ ଇସ୍ରାଏଲର ନିରୀହ ନାଗରିକମାନଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏବେ ସେମାନେ ନିଜ ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି ବୋଲି ନେତାନ୍ୟାହୁ କହିଛନ୍ତି । 

ବାଇଡେନ୍‌ଙ୍କ ଇସ୍ରାଏଲ ଗସ୍ତ...

ଏଭଳି ଭୟଙ୍କର ଯୁଦ୍ଧ ସ୍ଥିତି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଇସ୍ରାଏଲ ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜୋର୍ଡାନ ମଧ୍ୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଗାଜା ହସ୍ପିଟାଲ୍‌ ଉପରେ ଏୟାରଷ୍ଟ୍ରାଇକ ପରେ ବାଇଡେନ୍ ଜୋର୍ଡାନ୍ ଗସ୍ତକୁ ବାତିଲ କରିଛନ୍ତି । ଗାଜା ହସ୍ପିଟାଲ ଉପରେ ଆକ୍ରମଣକୁ ନେଇ ବାଇଡେନ୍ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଜୋର୍ଡାନର କିଙ୍ଗ୍ ଅବଦୁଲ୍ଲା ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି । 

ବିବାଦ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଆମେରିକା ସର୍ବଦା ପ୍ରାଥମିକତା ଦେଇଥାଏ । ତେଣୁ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ଗୁଳିଗୋଳାର ଗର୍ଜନ ମଧ୍ୟରେ ସେନାମୁଖ୍ୟଙ୍କ ଆହ୍ବାନ, ବ୍ୟର୍ଥ ଯିବନି ସୈନିକଙ୍କ ବଳିଦାନ

ସ୍ୱଦେଶ ଫେରୁଛନ୍ତି ଭାରତୀୟ...

ସେପଟେ ଅପରେସନ୍ ‘ଅଜୟ’ରେ ଯୁଦ୍ଧତ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ଗତକାଲି ବିଳମ୍ବିତ ରାତିରେ ୫ମ ପର୍ଯ୍ୟାୟରେ ୨୮୬ ଜଣ ଭାରତୀୟ ଓ ୧୮ ଜଣ ନେପାଳର ନାଗରିକ ନୂଆଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇଥିଲେ । କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନ୍ ବିମାନବନ୍ଦରରେ ଉପସ୍ଥିତ ରହି ସେମାନଙ୍କୁ ତ୍ରିରଙ୍ଗା ଦେଇ ସ୍ୱାଗତ କରିଥିଲେ ।

ଇସ୍ରାଏଲ ସୀମାରେ ଏବେ ବି ପରିସ୍ଥିତି ଅତ୍ୟନ୍ତ ଭୟାବହ ରହିଛି । ପ୍ରତି ମୁହୂର୍ତ୍ତରେ ସେଠାରେ ସାଇରନ୍ ସହ ଗୁଳିର ଶବ୍ଦ ଶୁଣିବାକୁ ମିଳୁଥିବା ଇସ୍ରାଏଲରୁ ଫେରିଥିବା ଭାରତୀୟ କହିଛନ୍ତି । ପୂର୍ବରୁ ୪ଟି ପର୍ଯ୍ୟାୟରେ ୯ ଶହରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଛନ୍ତି ।