• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ମହାଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ସେନା ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ସଫା କରୁଛି । କେମିତି ଆତଙ୍କ ରଚୁଥିବା ଜଣେ ହମାସ ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ ତାହାର ଭିଡିଓ ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଜାରି କରାଯାଇଛି । ହମାସ ଆତଙ୍କୀ ଇସ୍ରାଏଲ ସୀମାରେ ପଶି ଆତଙ୍କ ଚଳାଇବା ସହ ସେତେବେଳର ଚିତ୍ର କ୍ୟାମେରାରେ କଏଦ କରିଥିଲା । କେମିତି ହମାସ ଆତଙ୍କୀ ଲୋକଙ୍କ ଘରେ ପଶି ନରସଂହାର କରିଥିଲେ ତାହା ଭିଡିଓରେ ରେକର୍ଡ ହୋଇଛି । କେବେଳ ସେତିକି ନୁହେଁ ଘର ଭିତରେ ପଶି ଖୋଜି ଖୋଜି ଲୋକଙ୍କୁ ମାରୁଛନ୍ତି ହମାସ ଆତଙ୍କୀ ।

ତେବେ ଶେଷରେ ଇସ୍ରାଏଲ ସେନା ସେହି ହମାସ ଆତଙ୍କୀକୁ ମାରି ସଫା କରୁଛି । ଆତଙ୍କବାଦୀ ନିଜେ ସୁଟିଂ କରୁଥିବା କ୍ୟାମେରାରେ କଏଦ ହୋଇଛି ତା ନିଜ ନିପାତର ଦୃଶ୍ୟ । ଇସ୍ରାଏଲ ଡିଫେନ୍ସ ଫୋର୍ସର ଗୁଳିରେ ଆତଙ୍କବାଦୀ ନିପାତ ହେଉଥିବା ଭିଡିଓ ଏବଂ ଅଡିଓ ସୋସିଆଲ ମିଡିଆରେ ଜାରି କରିଛି ଇସ୍ରାଏଲ ସେନା । 

 

ସେପଟେ ଯୁଦ୍ଧରେ ଏଯାଏଁ ଇସ୍ରାଏଲ ଓ ହମାସର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହମାସ ଆତଙ୍କୀଙ୍କ ଆକ୍ରମଣରେ ଇସ୍ରାଏଲରେ ୧୩ଶହ ଲୋକଙ୍କ ଜୀବନ ଗଲାଣି । ସେପଟେ ଗାଜାରେ ଥିବା ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ଉଦ୍ୟମ ଚଳାଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଅନ୍ୟପଟେ ଯୁଦ୍ଧ ସ୍ଥିତି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିବେ । ଏହି ଅବସରରେ ସେ ଜୋର୍ଡାନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସେ ଉଭୟ ଇସ୍ରାଏଲ ଓ ଆରବ ଦେଶର ନେତାଙ୍କ ସହ ଆଲୋଚନା କରିବେ । ଯୁଦ୍ଧ ବେଳେ ବାଇଡେନଙ୍କ ଗସ୍ତ ବେଶ ଗୁରୁତ୍ୱ ରଖୁଛି ।

 

ଏଭଳି ସ୍ଥିତିରେ ଇସ୍ରାଏଲକୁ ଚେତାବନୀ ଦେଇଛି ଇରାନ । ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି ଗାଜା ଉପରେ ଇସ୍ରାଏଲ ଆକ୍ରମଣ କଲେ ଆମେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବୁ । ଅନ୍ୟପଟେ ଲେବାନନ ମଧ୍ୟ ଇସ୍ରାଏଲକୁ ଚେତାବନୀ ଦେଇଛି । ଯଦି ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ ନ କରେ ତେବେ ଭୟଙ୍କର ପରିଣାମ ଭୋଗିବ । ହେଜବୋଲ୍ଲାକୁ ଯୁଦ୍ଧରେ ସାମିଲ ନହେବାକୁ କହିଛନ୍ତି ଆମେରିକା ଓ ଫ୍ରାନ୍ସ ।

ହମାସ ଆତଙ୍କୀ ଇସ୍ରାଏଲର ୧୫୦ରୁ ୨ ଶହ ନାଗରିକଙ୍କୁ ବନ୍ଧକ ରଖିଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି । ସେପଟେ ସମସ୍ତ ବନ୍ଧକଙ୍କୁ ବିନା ସର୍ତ୍ତରେ ତୁରନ୍ତ ଛାଡ଼ିବାକୁ ହମାସକୁ କହିଛି ମିଳିତ ଜାତିସଂଘ ।