Advertisment

Israel bombs Iran state TV: ଖବର ପ୍ରସାରଣ ବେଳେ ଷ୍ଟୁଡିଓ ଉପରେ ହମଲା; ଚାଲିଥିଲା ଲାଇଭ୍ ନ୍ୟୁଜ୍, ପଡ଼ିଲା ମିଜାଇଲ୍

ଇରାନର ଜାତୀୟ ଟିଭି ମୁଖ୍ୟାଳୟ ଉପରେ ଆଟାକ୍ କରିଛି ଇସ୍ରାଏଲ। ଖବର ପ୍ରସାରଣ ବେଳେ ଷ୍ଟୁଡିଓ ଉପରେ ହମଲା ହୋଇଛି। ତେହେରାନରେ ଥିବା ଅଫିସ ବିଲ୍ଡିଂ ଉପରେ ମିଜାଇଲ୍ ମାଡ଼ ହୋଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Israel bombs Iran state TV

Israel bombs Iran state TV

ଇରାନ୍-ଇସ୍ରାଏଲ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଛି ଛାତିଥରା ଚିତ୍ର। ଷ୍ଟୁଡିଓରେ ମହିଳା ଆଙ୍କର୍ ଖବର ପଢ଼ୁଥିବା ବେଳେ, ଟେଲିଭିଜନ୍ ଅଫିସ୍ ବିଲ୍ଡିଂ ଉପରେ ହେଲା ମିଜାଇଲ୍ ଆଟାକ୍। ଇରାନର ଜାତୀୟ ଟେଲିଭିଜନ୍ ଚାନେଲ ମୁଖ୍ୟାଳୟ ଉପରେ ଏହି ଆକ୍ରମଣ ହୋଇଛି । ତେହେରାନରେ ଥିବା ଅଫିସ୍ ବିଲ୍ଡିଂ ଉପରେ ଇସ୍ରାଏଲ୍ ମିଜାଇଲ୍ ମାଡ଼ କରିଥିବା କୁହାଯାଉଛି । ଏନେଇ ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନ୍ୟୁଜ୍ ଲାଇଭ୍ ଥିବା ବେଳେ ଏହି ଆକ୍ରମଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହାପରେ ଧୂଆଁ ଧୂଆଁ ହୋଇଯାଇଛି ନ୍ୟୁଜ ଷ୍ଟୁଡିଓ। ଏହି ଆଟାକ୍ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢନ୍ତୁ: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

ସୂଚନା ଅନୁଯାୟୀ, ଇସ୍ରାଏଲ ବାୟୁସେନା ତେହେରାନରେ ଇରାନର ସରକାରୀ ଗଣମାଧ୍ୟମ ସଂସ୍ଥା ଆଇଆରଆଇଏନଏସ୍ (ଇସଲାମିକ ରିପବ୍ଲିକ ଅଫ ଇରାନ ନୟୂଜ ନେଟୱାର୍କ) ବିଲ୍ଡିଂ ଉପରେ ଆକ୍ରମଣ କରିଛି । ଖବର ପ୍ରସାରଣ ଚାଲିଥିବା ବେଳେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ଆକ୍ରମଣ ପରେ ଷ୍ଟୁଡିଓରେ ଇସ୍ରାଏଲର ସମାଲୋଚନା କରୁଥିବା ଉପସ୍ଥାପିକା ସହର ଇମାମି ଭୟରେ ସେଠାରୁ ପଳାଇଥିଲେ । ଫଳରେ କିଛି ସମୟ ପାଇଁ ଖବର ପ୍ରସାରଣ ବନ୍ଦ ହୋଇ ଯାଇଥିଲା । ତେବେ ଇରାନର ଗଣମାଧ୍ୟମ ମିଛ ଖବର ପ୍ରସାରଣ କରୁଥିବାରୁ ତାହାକୁ ସବୁ ଦିନ ପାଇଁ ନିଶ୍ଚିହ୍ନ କରି ଦିଆଯିବ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଜ୍‌ରାଏଲ କାଟ୍‌ଜ ଚେତାବନୀ ଦେବାର କିଛି ସମୟ ପରେ ଏହି ଆକ୍ରମଣ ହୋଇଥିଲା ।

Advertisment

ଏହି ଘଟଣାକୁ ନେଇ ଇରାନର ଷ୍ଟେଟ ବ୍ରଡକାଷ୍ଟର ଉପ ନିର୍ଦ୍ଦେଶକ ହସନ ଆବେଦିନି କହିଛନ୍ତି, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ କିଛି କର୍ମଚାରୀ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

Israel
Advertisment
Advertisment