Advertisment

Iran wants to kill Trump: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକଳାପକୁ ବିରୋଧ କରୁଥିବାରୁ ଏବଂ ଜେନେରାଲ କାଶିମ ସୋଲେମାନିଙ୍କୁ ହତ୍ୟାପରେ ଟ୍ରମ୍ପ ଏବେ ତେହରାନର ଟାର୍ଗେଟରେ ଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଅଦ୍ୟତନ ହୋଇଛି
Iran wants to kill Trump

Iran wants to kill Trump

Advertisment

ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ପରସ୍ପର ମିସାଇଲ ଆକ୍ରମଣ ଜାରି ରଖିଛନ୍ତି। ଏହାରି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରଖିଛନ୍ତି ବଡ ବୟାନ। ‘‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ ଏବଂ ଟ୍ରମ୍ପଙ୍କୁ ଇରାନ୍ ପ୍ରଥମ ଶତ୍ରୁ ଭାବରେ ଦେଖୁଛି ବୋଲି କହିଛନ୍ତି ନେତାନ୍ୟାହୁ। ତେଣୁ ଆକ୍ରମଣାତ୍ମକ ପଦକ୍ଷେପ ଛଡ଼ା ଆମ ପାଖରେ କିଛି ବିକଳ୍ପ ନାହିଁ। ଇରାନର ଜେନେରାଲ କାଶିମ ସୋଲେମାନିଙ୍କୁ ହତ୍ୟା କରିବା ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେବା ପରେ ସେ ତେହରାନ ପାଇଁ ବଡ ଟାର୍ଗେଟ ହୋଇ ଯାଇଛନ୍ତି’’ବୋଲି ସେ କହିଛନ୍ତି।

Advertisment

ଅଧିକ ପଢନ୍ତୁ: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

ଇରାନର ପରମାଣୁ ପ୍ରୋଗ୍ରାମକୁ ବିରୋଧ କରୁଥିବାରୁ ଏବଂ ଇରାନର ନ୍ୟୁକ୍ଲିୟର ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ନେତାନ୍ୟାହୁ । ସେ କହିଛନ୍ତି, ‘‘ଟ୍ରମ୍ପ ଏକ ନକଲି ଚୁକ୍ତିକୁ ଚିରି ଦେଇଥିଲେ । ସେ କାସିମଙ୍କୁ ହତ୍ୟା କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ତୁମେ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ରଖି ପାରିବ ନାହିଁ । ସେ ବହୁତ ଶକ୍ତିଶାଳୀ । ତେଣୁ ସେ ଇରାନର ଏକ ନମ୍ବର ଶତ୍ରୁ ।’’
ନେତାନ୍ୟାହୁ ଆହୁରି ଖୁଲାସା କରିଛନ୍ତି ଯେ, ‘‘ସେ ନିଜେ ମଧ୍ୟ ସୁରକ୍ଷିତ ନାହାନ୍ତି ।’’ ତେହରାନ ବିକଶିତ କରୁଥିବା ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ରକୁ ବିରୋଧ କରୁଥିବାରୁ ସେ ନିଜକୁ ଟ୍ରମ୍ପଙ୍କ 'ଜୁନିୟର ପାର୍ଟନର' ବୋଲି କହିଛନ୍ତି । 

Advertisment

ସାମ୍ପ୍ରତିକ ପରିସ୍ଥିତିକୁ ବର୍ଣ୍ଣନା କରି ନେତାନ୍ୟାହୁ କହିଛନ୍ତି, ‘‘ୟୁରେନିୟମରେ ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ଓ ବାଲିଷ୍ଟିକ ମିସାଇଲକୁ ବିସ୍ତାର କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଇସ୍ରାଏଲ । ଇସ୍ରାଏଲର ସହରଗୁଡିକ ଉପରେ ଆକ୍ରମଣ କରିବା ପାଇଁ ହଜାର ହଜାର କ୍ଷେପଣାସ୍ତ୍ର ଉତ୍ପାଦନ କରୁଛି ଇରାନ । କୌଣସି ଦେଶ ତାହାକୁ ବରଦାସ୍ତ କରିବ ନାହିଁ । ଇସ୍ରାଏଲ ତ ବିଲକୁଲ ବି ନୁହେଁ । ତେଣୁ ଆମକୁ ଆକ୍ସନ ନେବାକୁ ପଡିବ । ଇସ୍ରାଏଲର ସାମରିକ ଅଭିଯାନ ‘ଅପରେସନ ରାଇଜିଙ୍ଗ ଲାୟନ’କୁ ପ୍ରଶଂସା କରି ନେତାନ୍ୟାହୁ କହିଛନ୍ତି, ଏହା ଇତିହାସରେ ସବୁଠୁ ବଡ ସାମରିକ ଅଭିଯାନ । ସେ ଆହୁରି ମଧ୍ୟ ଇରାନ ଉପରେ ବଡ ଅଭିଯୋଗ ଆଣି କହିଛନ୍ତି ଯେ, ଇରାନ ଇସ୍ରାଏଲର ଧ୍ୱଂସ କରିବାକୁ ଯାଇ ୫୦ ବର୍ଷ ହେଲାଣି, ନିଜ ଦେଶର ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛି ।’’

ସୂଚନାଯୋଗ୍ୟ, ଇରାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ଇସ୍ରାଏଲ। ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ମଧ୍ୟ କରୁଛି ଇରାନ। ଇରାନର ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଟାର୍ଗେଟ କରି ମାଟିରେ ମିଶାଇ ଦେଇଛି। ଆଣବିକ କେନ୍ଦ୍ର ଉପରେ ବି ହମଲା ଜାରି ରଖିଛି ଇସ୍ରାଏଲ। ଖାଲି ସେତିକି ନୁହେଁ, ଦୁଇ ଦେଶରେ ଆକ୍ରମଣରେ ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ଇରାନର ୨୩୦ରୁ ଅଧିକ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲର ଏହି ସଂଖ୍ୟା ୧୪ ରହିଛି। ଦୁଇ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ଘନଘଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଦେଶମାନଙ୍କର ବଢିଛି ମୁଣ୍ଡବ୍ୟଥା ।

Advertisment

ଅଧିକ ପଢନ୍ତୁ: ଇସ୍ରାଏଲର ଘନ ଘନ ମିସାଇଲ୍ ମାଡ଼ରେ ଜଳିଲା ତେହେରାନ

Israeli PM Benjamin Netanyahu US President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ