• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମନାକୁ ଆସିଲେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇ । ଇସ୍ରାଏଲ ସହ ଯୁଦ୍ଧ ହେବା ପରେ ମାସ ମାସ ଧରି ନଜର ଆଢୁଆଳରେ ରହିବା ପରେ ଶନିବାର ଦିନ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦେଖା ଦେଇଛନ୍ତି । ଇସ୍ରାଏଲ ସହିତ ୧୨ ଦିନ ଧରି ଯୁଦ୍ଧ ହେବା ସମୟରେ ଖାମେନେଇ ସୁରକ୍ଷିତ ସ୍ଥାନରେ ନିଜକୁ ଲୁଚାଇ ରଖିଥିଲେ । ଏହି ଯୁଦ୍ଧରେ ଇରାନର ଅନେକ ଶୀର୍ଷ ନେତୃତ୍ୱଙ୍କ ଜୀବନହାନୀ ହୋଇଥିଲା । ଏପରିକି ଅନେକ ପରମାଣୁ ବିଶେଷଜ୍ଞ ଓ ସାମରିକ ମୁଖ୍ୟଙ୍କ ମୃତ୍ୟୁ ହୋଇଥିଲା । 

ଅଧିକ ପଢ଼ନ୍ତୁ: ଆମେରିକାକୁ ଜବାବ ଦେଲା ଇରାନ୍, କହିଲା ଚାଲିବ ପରମାଣୁ କାର୍ଯ୍ୟକ୍ରମ

ସିଆ ମୁସଲିମ କ୍ୟାଲେଣ୍ଡରର ଏକ ପ୍ରମୁଖ ଦିନ ଅଶୁରା ପାଳନ କରିବା ସମୟରେ ଖାମେନେଇ ଏକ ହଲ୍ ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟ ରଏଟର୍ସରେ ପ୍ରକାଶ ପାଇଛି । ଖାମେନେଇ ଏକ କଳା ପୋଷାକ ପିନ୍ଧି ଭିତରକୁ ପ୍ରବେଶ କରୁଥିବା ଦେଖା ଦେଇଛି । 

ଗତ ଜୁନ ୧୩ରେ ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଖାମେନେଇ ସର୍ବସାଧାରଣ ଉପସ୍ଥିତିକୁ ଏଡାଇ ଯାଉଥିଲେ । ଏୟାର ଷ୍ଟ୍ରାଇକ ପରଠାରୁ ନିଜେ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ରେକର୍ଡ ଭିଡିଓ ଜାରି କରୁଥିଲେ । ଯାହା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି । ଉଭୟ ଦେଶର ସଂଘର୍ଷ ଯୋଗୁଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ରେକର୍ଡ ହୋଇଥିବା ଭାଷଣର ଭିଡିଓ ଜାରି କରୁଥିଲେ । ଏପରିକି ବଙ୍କର ଭିତରେ ରହି ନିଜ ଉତ୍ତରାଧିକାରୀ ମଧ୍ୟ ବାଛିଥିଲେ ଖାମେନେଇ ।

ଅଧିକ ପଢ଼ନ୍ତୁ: କେଉଁଠି ଇରାନର ସୁପ୍ରିମ ଲିଡର ? ଭୟରେ ବାଛି ସାରିଲେଣି ନିଜ ଉତ୍ତରାଧିକାରୀ