/odishatv-khabar/media/post_attachments/uploadimage/library/16_9/16_9_0/marriage_1750422583.jpg)
marriage
ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଗତ ୮ ଦିନ ହେଲା ଚାଲିଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ଏହା ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜ ପରିବାରର କଥା କହିଛନ୍ତି । ଉତ୍ତେଜନା ବଢିଲେ କିଛି ନା କିଛି କ୍ଷତି ସହିବାକୁ ପଡିବ । ଏହି କାରଣରୁ ତାଙ୍କ ପୁଅର ବାହାଘର ଦୁଇଥର ସ୍ଥଗିତ ହେଲାଣି। ଉତ୍ତେଜନାମୂଳକ ପରିସ୍ଥିତିରେ ତାଙ୍କ ପରିବାର ବି ବାଦ୍ ପଡିନଥିବା ସେ କହିଛନ୍ତି ।
ବୀର୍ଶେବା ମେଡିକାଲ ସେଣ୍ଟର ବାହାରେ ସେ କହିଛନ୍ତି, ଏହି ଯୁଦ୍ଧରେ ଇସ୍ରାଏଲର ସବୁ ପରିବାର ପ୍ରଭାବିତ ହୋଇଛନ୍ତି । ତାଙ୍କ ନିଜ ପରିବାର ବି ପ୍ରଭାବିତ ହୋଇଥିବାର ସେ କହିଛନ୍ତି । ପୂର୍ବରୁ ସେଠାରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଛି ।
ନେତାନ୍ୟାହୁ କହିଛନ୍ତି, ପ୍ରକୃତରେ ଆକ୍ରମଣ ସମୟର ବ୍ରିଟିଶ୍ ଲୋକଙ୍କ କଥା ମୋର ମନେପଡୁଛି । ଆମେ ମଧ୍ୟ ସେହିଭଳି ଏକ ଅବସ୍ଥା ଦେଇ ଗତି କରୁଛୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍ ଆକ୍ରମଣ କରିଥିଲା । ସେଥିରେ ପ୍ରାୟ ୪୦୦୦୦ ସାଧାରଣ ଲୋକ ପ୍ରାଣ ହରାଇଥିଲେ ।
ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମୂଲ୍ୟ ଦେବାକୁ ପଡୁଛି । ମୋ ପରିବାର ବି ଏଥିରୁ ବାଦ୍ ପଡିନି ବୋଲି କହିଛନ୍ତି ନେତାନ୍ୟାହୁ । କ୍ଷେପଣାସ୍ତ୍ର ମାଡ଼ର ଆଶଙ୍କା ଥିବାରୁ ମୋ ପୁଅ ଅବନେର୍ ବର୍ତ୍ତମାନ ପାଇଁ ବାହାଘରକୁ ବାତିଲ୍ କରିଛି । ତାର ପ୍ରେମିକାକୁ ମଧ୍ୟ ଏଥିପାଇଁ ମୂଲ୍ୟ ଦେବାକୁ ପଡିଛି । ସେ କହିଛନ୍ତି, ମୁଁ ତ କହିବି ମୋ ପତ୍ନୀ ଜଣେ ହିରୋ । ସେ ମଧ୍ୟ ଏଥିପାଇଁ ବ୍ୟକ୍ତିଗତ ଭାବେ ବହୁତ କିଛି ସହୁଛନ୍ତି ।
ଅଧିକ ପଢ଼ନ୍ତୁ: ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ; ସବୁଠୁ ବଡ଼ ହସ୍ପିଟାଲରେ ମିଜାଇଲ୍ ଆଟାକ୍
ଅବନେରଙ୍କ ବାହାଘର ଗତ ନଭେମ୍ୱର ମାସରେ ହେବାର ଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଗତ ସୋମବାର ଦିନ ଏହି ବାହାଘର ହେବାର ଥିଲା । ଏହି ବାହାଘର ପାଇଁ ନେତାନ୍ୟାହୁ ନିଜ ସରକାରୀ କାର୍ଯ୍ୟରୁ ଏକ ଛୋଟ ବିରତି ଚାହୁଁଥିଲେ ।
ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କ ପାଇଁ ମଧ୍ୟ ସେ ସମବେଦନା ଜଣାଇଛନ୍ତି । ନେତାନ୍ୟାହୁ ତାଙ୍କ ପତ୍ନୀଙ୍କୁ ହିରୋ ଭାବେ ଅଭିହିତ କରିବାକୁ ଅନେକ ନାପସନ୍ଦ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳେ ନେତାନ୍ୟାହୁ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତାଙ୍କର ଭରସା ରହିଛି । ଆମେରିକା ପାଇଁ ଯାହା ଭଲ ତାହା ସେ କରିବେ ବୋଲି କହିଛନ୍ତି । ଏହି ବିବାଦ ଭିତରେ ଆମେରିକା ସେନା ହସ୍ତକ୍ଷେପ କରିବ କି ନାହିଁ , ତାହା ଦୁଇ ସପ୍ତାହ ଭିତରେ ସ୍ଥିର କରାଯିବ ବୋଲି ଘୋଷଣା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଏବେ ସୁଦ୍ଧା ଇରାନରେ ୨୬୩ ଜଣ ସାଧାରଣ ଲୋକଙ୍କ ସମେତ ୬୩୯ ଜଣଙ୍କର ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)