/odishatv-khabar/media/post_attachments/uploadimage/library/16_9/16_9_0/Air_India_1750735533.jpg)
Air India
ଇରାନ-ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ବାତିଲ କରିଛି। ଇରାନ ଦୋହାରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ମିସାଇଲ୍ ଆକ୍ରମଣ କରିବାର କିଛି ଘଣ୍ଟା ପରେ, ଏୟାର ଇଣ୍ଡିଆ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉପସାଗରୀୟ ଅଞ୍ଚଳରେ ଏହାର ସମସ୍ତ ଉଡ଼ାଣ ବାତିଲ କରିଛି। ଏହା ପୂର୍ବରୁ କୋଚିନରୁ କତାରରେ ନିର୍ଦ୍ଧାରିତ ଏକ ଉଡ଼ାଣକୁ ବାତିଲ କରିଥିଲା। ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର ପୂର୍ବ ତଟ ଏବଂ ୟୁରୋପର କିଛି ଅଞ୍ଚଳକୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି ।
ଅଧିକ ପଢନ୍ତୁ: ଧ୍ୱଂସ ହେବ ଇରାନ; ଭିତିରି ପ୍ଲାନିଂ କରୁଛନ୍ତି ଟ୍ରମ୍ପ
ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆମର ଅନ୍ୟ କୌଣସି ବିମାନ କତାରକୁ ଯିବ ନାହିଁ। ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି । ଜଣେ ମୁଖପାତ୍ର କହିଛନ୍ତି, ଯାତ୍ରୀ ଏବଂ ଏୟାରଲାଇନ୍ସର ସମସ୍ତ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ । ଆମର ଅତିଥି ଏବଂ କ୍ରୁଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବୁ ବୋଲି କହିଛନ୍ତି ।
ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିମାନ କମ୍ପାନୀ ମଧ୍ୟ ସେମାନଙ୍କର ଉଡ଼ାଣକୁ ବାତିଲ, ଡାଇଭର୍ଟ କିମ୍ବା ସେମାନଙ୍କର ମୂଳ ବିମାନବନ୍ଦରକୁ ଫେରାଇ ଆଣିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କୋଚିରୁ ଦୋହା ଯାଉଥିବା ବିମାନକୁ ମସ୍କଟକୁ ଡାଇଭର୍ଟ କରି କନ୍ନୁରରୁ ନିର୍ଦ୍ଧାରିତ ବିମାନକୁ ଫେରାଇ ଦେଇଛି।
ସେହିପରି ଇଣ୍ଡିଗୋ ମଧ୍ୟ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ମଧ୍ୟପ୍ରାଚ୍ୟ ସହର ଯେପରିକି ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ କହିଛି । ସେହିପରି ଦୁବାଇର ଏମିରେଟ୍ସ ମଧ୍ୟ ଆଡଭାଇଜରି ଜାରି କରିଛି । ଯଦି ପରିସ୍ଥିତି ହିସାବରେ ବିମାନ ବାତିଲ ହୁଏ, ତାହାଲେ ପୁଣି ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ଏମିରେଟ୍ସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ଆମେରିକା ଉପରେ ଆକ୍ରମଣ କରିଛି । କତାରର ରାଜଧାନୀ ଦୋହାରେ ଥିବା ଆମେରିକାର ଅଲ୍-ଉଦିଦ୍ ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ମିଜାଇଲ ମାଡ କରିଛି । ମିଳିଥିବା ସୂଚନା ମୁତାବକ, ପ୍ରାୟ ୬ଟି ମିଜାଇଲ ମାଡ କରିଥିଲା ଇରାନ । ଏହି ଅପରେସନର ନାମ ‘ବସର ଅଲ୍-ଫତେହ’ ଦେଇଥିଲା ଇରାନ । ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କ ଘନଉଥିବାରୁ ଭାରତ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)