Advertisment

Robot: ମଣିଷ ପରି ରୋବୋଟ୍‌କୁ ଲାଗୁଛି ଶୋଷ, ପିଉଛି ପାଣି! ମାର୍କେଟ୍‌ରେ ରଜନୀକାନ୍ତଙ୍କ ‘ରୋବୋଟ୍’

ଆପଣ ସମସ୍ତେ ରଜନୀକାନ୍ତଙ୍କ ଫିଲ୍ମ ‘ରୋବୋଟ୍’ ଦେଖିଥିବେ। ଏହାର କାମ ଅବିକଳ ମଣିଷ ପରି। ଏହି ଫିଲ୍ମ ଦେଖିବା ପରେ ଆପଣ ବି ଭାବୁଥିବେ ସତରେ କ’ଣ ଏଭଳି ରୋବୋଟ୍ ଆସିବ? ଆପଣ ବି ଯଦି ଏଭଳି ଚିନ୍ତାରେ ଥାଆନ୍ତି ତେବେ ଆପଣଙ୍କ ଏହି କଳ୍ପନା ସତ ହେବାକୁ ଯାଉଛି।

author-image
Manasranjan Mohanty
Robot

Robot

ଆପଣ ସମସ୍ତେ ରଜନୀକାନ୍ତଙ୍କ ଫିଲ୍ମ ‘ରୋବୋଟ୍’ ଦେଖିଥିବେ। ଏହାର କାମ ଅବିକଳ ମଣିଷ ପରି। ଏହି ଫିଲ୍ମ ଦେଖିବା ପରେ ଆପଣ ବି ଭାବୁଥିବେ ସତରେ କ’ଣ ଏଭଳି ରୋବୋଟ୍ ଆସିବ? ଆପଣ ବି ଯଦି ଏଭଳି ଚିନ୍ତାରେ ଥାଆନ୍ତି ତେବେ ଆପଣଙ୍କ ଏହି କଳ୍ପନା ସତ ହେବାକୁ ଯାଉଛି।

Advertisment

ଟେକ୍ନୋଲୋଜି ବଜାରକୁ ଏମିତି ଏକ ରୋବୋଟ ଆସୁଛି ତାକୁ ଶୋଷ ଲାଗୁଛି, ଆଉ ସେ ପାଣି ବି ପିଉଛି। ଖାଲି ସେତିକି ନୁହେଁ, ସେ ମଣିଷ ପରି କୌଣସି ଜିନିଷକୁ ଜିନିଷ ଛୁଇଁଲେ ଟାଣ କି ନରମ, ଥଣ୍ଡା କି ଗରମ ସବୁ ଜାଣି ପାରିବ। ଏହା ସହିତ ଏହି ରୋବୋଟ କବାଟ ବି ଖୋଲୁଛି। ଆଉ ମଣିଷ ପାଇଁ ଫଳ ବି କାଟି ଦେଉଛି। ପୋଲାଣ୍ଡର ଏକ ଷ୍ଟାର୍ଟଅପ୍ କ୍ଲୋନ୍ ରୋବୋଟିକ୍ସ, ମାନବୀୟ ରୋବୋଟ୍ ଜଗତରେ ଏଭଳି ଏକ ଅନନ୍ୟ ପରୀକ୍ଷଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏହି କ୍ଲୋନ୍ ରୋବୋଟିକ୍ସ ୨୦୨୧ ମସିହାରେ ଭାରତରେ ଜନ୍ମିତ ଉଦ୍ୟୋଗୀ ଏବଂ CEO ଧନୁଷ ରାଧାକୃଷ୍ଣନଙ୍କ ଦ୍ୱାରା Design ହୋଇଥିଲା। ତାଙ୍କ କମ୍ପାନୀ ଏପରି ରୋବଟ୍ ତିଆରି କରିବାର ଲକ୍ଷ୍ୟ ରଖିଛି ଯାହା ମଣିଷ ପରି ଚାଲିପାରିବ ଏବଂ କାମ କରିପାରିବ। ଏହି ରୋବଟ୍ କବାଟ ଖୋଲିବା ଠାରୁ ଆରମ୍ଭ କରି ଫଳ କାଟିବା ପର୍ଯ୍ୟନ୍ତ କାମ କରିପାରିବ।

Advertisment

ଧନୁଷ କହିଛନ୍ତି, ହାତ ହେଉଛି ମଣିଷର ସବୁଠାରୁ କାର୍ଯ୍ୟକ୍ଷମ ଅଂଶ ଏବଂ ଅନ୍ୟ ଯେକୌଣସି ଅଂଶ ଅପେକ୍ଷା ଅଧିକ ଗତିଶୀଳ। ତେଣୁ ତାଙ୍କ କମ୍ପାନୀ ହାତ ସହିତ ତାଙ୍କର ଏହି ମାନବୀୟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ତେବେ ଏହି ରୋବୋଟିକ୍ ହାତ ତିଆରି କରିବାକୁ କମ୍ପାନୀକୁ ୧୮ ମାସ ଲାଗିଯାଇଛି।

ଏହା ପରେ, ତାଙ୍କ କମ୍ପାନୀ ଗୋଟିଏ ବର୍ଷ ଭିତରେ ଏକ ପୂର୍ଣ୍ଣାଙ୍ଗ ଶରୀରର ପ୍ରୋଟୋଟାଇପ୍ ବିକଶିତ କରିଛି। କମ୍ପାନୀ ବର୍ତ୍ତମାନ ଏହି ରୋବୋଟକୁ ତାଲିମ ଦେଉଛି। ପରେ ଏହା ଉପରେ ଚର୍ମର ଛାଉଣି ମଧ୍ୟ କରାଯିବ ଯାହା ସବୁ ଜିନିଷକୁ ଛୁଇଁଲେ ମଣିଷ ପରି ନରମ କି ଟାଣ, ଥଣ୍ଡା କି ଗରମ ସବୁ ଜାଣିବ।

ତେବେ ସବୁଠାରୁ ବଡ କଥା ହେଲା ଏହି ରୋବୋଟ୍ ପାଣି ପିଇଲେ ହିଁ ଚାଲୁଛି। କାରଣ ଅନ୍ୟ ରୋବୋଟଗୁଡ଼ିକ ମୋଟର କିମ୍ବା ବ୍ୟାଟେରୀ ଦ୍ୱାରା ଚାଳିତ ହେଉଥିବା ବେଳେ, ଧନୁଷଙ୍କ ଏହି ରୋବଟ୍ ପାଣି ଦ୍ୱାରା ଚାଲୁଛି। ଏହା ଏକ କମ୍ପାକ୍ଟ ପମ୍ପ ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ଦ୍ୱାରା ଚାଲୁଛି। ଏହି ସିଷ୍ଟମ୍ ରୋବୋଟର ମାଂସପେଶୀକୁ ପାଣି ଯୋଗାଉଛି। ଏହି ପାଣି ସିଷ୍ଟମ ଭିତରେ ରହୁଛି ଆଉ ଏହାକୁ ଆଟିଭ୍ କରୁଛି।

Human Robots Drinks
Advertisment
Related Articles
Advertisment