• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହଙ୍ଗା ପଡ଼ିଲା କପଲଙ୍କ ଡ୍ୟାନ୍ସ । ଭିଡିଓ ହେଲା ଭାଇରାଲ । ଜେଲ୍ ଗଲେ ପ୍ରେମୀ ଯୁଗଳ । ବର୍ତ୍ତମାନ ସୋସିଆଲ ମିଡିଆ ରେ ରିଲ୍ସର ଟ୍ରେଡିଂ ଚାଲିଥିବା ବେଳେ ଏପରି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଟ୍ରେଡିଂ ଗୀତରେ ରିଲ୍ସ କରି ଜେଲ୍ ଯାଇଛନ୍ତି ଦୁଇ ପ୍ରେମୀ ।

ବର୍ତ୍ତମାନ ଇରାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓଟିରେ ଜଣେ ଯୁବକ ଓ ଯୁବତୀ ଏକ ରାସ୍ତା କଡ଼ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ ଇରାନର ରାଜଧାନୀ ତେହେରାନର ଏକ ରାସ୍ତା କଡ଼ରେ ପ୍ରେମୀ ଯୁଗଳ ଡ୍ୟାନ୍ସ କରିଥିଲେ।

ଅଧିକ ପଢ଼ନ୍ତୁ: ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା

ପରେ ସେହି ଡାନ୍ସର ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ମାତ୍ର କିଛି ଘଣ୍ଟା ପରେ ଏହି ଭିଡିଓଟି ଭାଇରାଲ ହେବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଛି ।

ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପୁଥିବା ଏହି ଭାଇରାଲ ଭିଡିଓ ରେ ରହିଥିବା ଯୁବକ ଓ ଯୁବତୀଙ୍କ ପରିଚୟ ମିଳିଛି ।

୨୨ ବର୍ଷିୟ ପୁରୁଷ ବନ୍ଧୁ ଅମିର ମହମ୍ମଦ ଅହମଦୀଙ୍କ ସହ ୨୧ ବର୍ଷିୟ ଅସ୍ତିୟାଜ ହଘିଘି ଡ୍ୟାନ୍ସ କରୁଥିଲେ । ଡାନ୍ସ କରିବା ସମୟରେ ଇରାନର ନିୟମ ଅନୁସାରେ ପ୍ରେମିକା ଅସ୍ତିୟାଜ ହିଜାବ ପିନ୍ଧି ନଥିଲେ ।

ଯାହାକି ଇରାନ ସରକାରଙ୍କ ଦ୍ୱାରା ଏହାକୁ ବେଆଇନ ବୋଲି କୁହାଯାଇଛି । ଘଟଣାକୁ ଏନଇ ଇରାନ କୋର୍ଟ ମଧ୍ୟ ତାଙ୍କ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟରେ ଏହା ବେଆଇନ ବୋଲି କୁହାଯାଇଥିବା ବେଳେ, ଉଭୟଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ।

ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଅନେକ ଦର୍ଶକ ନିଜର ମତାମତ ରଖିଛନ୍ତି । ମାତ୍ର ୨ ଦିନରେ ଏହି ଭିଡିଓଟିକୁ ୧.୨ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ସେହିପରି ଭିଡିଓଟିକୁ ୧୫ ହଜାର ଲୋକ ଲାଇକ୍ କରିଥିବା ବେଳେ ୬ହଜାର ୫ଶହରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି ।