Advertisment

ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା

ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।

author-image
Chandan Shishu
ଅଦ୍ୟତନ ହୋଇଛି
 Extra Marital Affair

Extra Marital Affair

ସୋସିଆଲ ମିଡିଆରେ ଭିଜୁଆଲ ପୋଷ୍ଟ କରି ଫସିଲେ ରସିକିଆ ସ୍ୱାମୀ। ପ୍ରଥମ ସ୍ତ୍ରୀ ଗର୍ଭବତୀ ପରେ ଆଉ ଜଣେ ମହିଳାଙ୍କୁ ପ୍ରେମ ବିଵାହ କରିଥିଲେ, ହେଲେ ଏବିଷୟରେ କାହାକୁ କହିନଥିଲେ। କିନ୍ତୁ ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା। ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରି ଫସିଲେ ସ୍ୱାମୀ। ରିଲସ ଦେଖିବା ପରେ ଜଣାପଡିଲା ସ୍ୱାମୀର ଅସଲ ଚରିତ୍ର। ଗୋଟିଏ ପଟେ ପ୍ରଥମ ସ୍ତ୍ରୀ ଗର୍ଭବତୀ ହୋଇ ବାପ ଘରେ ଥିବା ବେଳେ ଦ୍ବିତୀୟ ଥର ପାଇଁ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀର ଏତଲା ପରେ ରସକିଆ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଘଟିଛି ପୀରହାଟ ଥାନା ଅଞ୍ଚଳରେ। 

Advertisment

ସାତ ଜନ୍ମକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ନୁଆସାହି ଗ୍ରାମର ସସ୍ମିତାର ହାତ ଧରିଥିଲେ ଇଶ୍ୱରପୁର ଗ୍ରାମର ଅନିଲ ଦାସ। ହେଲେ ଏହି ସମ୍ପର୍କ ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା। ସସ୍ମିତା ୯ ମାସର ଗର୍ଭବତୀ ହେବା ପରେ ଅନିଲ କୌଶଳ କ୍ରମେ ତାଙ୍କୁ ବାପ ଘରେ ଛାଡି ଅନ୍ୟ ଏକ ପ୍ରେମିକା ସହ ଫେରାର ହେଇଯାଇଥିଲେ।

ମାନସୀ ନାମକ ନୂଆ ପ୍ରେମିକାକୁ ନେଇ ମନ୍ଦିରରେ ବାହା ହୋଇଥିଲେ। ମାନସୀ ଏବେ ୧ ମାସର ଗର୍ଭବତୀ ଥିବା ଦାବି କରୁଛନ୍ତି। ହେଲେ ଏସବୁ ସସ୍ମିତାକୁ ଜଣାନଥିଲା କିନ୍ତୁ ରିଲସ ଦେଖିବା ପରେ ଜଣାପଡିଲା ସ୍ୱାମୀର ଅସଲ ଚରିତ୍ର। ଏହି ସମସ୍ତ ଘଟଣା ପ୍ରଥମ ସ୍ତ୍ରୀ ସସ୍ମିତା ଜାଣିବା ପରେ ପୀରହାଟ ଥାନାର ଦ୍ଵାରସ୍ଥ ହୋଇଥିଲେ। ଅନିଲ ଓ ଦ୍ୱିତୀୟ ସ୍ତ୍ରୀ ଚେନ୍ନାଇରୁ ଫେରିବା କଥା ଜାଣି ପୂର୍ବରୁ ଛକି ଵସିଥିବା ପୀରହାଟ ପୋଲିସ ଉଭୟଙ୍କୁ ମାଡି ବସିଥିଲା। ପୀରହାଟ ପୋଲିସ ଭଦ୍ରକ ରେଳ ଷ୍ଟେସନରୁ ଦ୍ୱିତୀୟ ପ୍ରେମିକାଙ୍କୁ ଉଦ୍ଧାର କରିବା ସହ ଅନିଲକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଅବସ୍ଥା ଏପରି ହୋଇଥିଲା ଯେ ପୀରହାଟ ଥାନାରେ ପ୍ରଥମ ସ୍ତ୍ରୀ ଉଭୟଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ। 

Advertisment

ରିପୋର୍ଟ: ପାର୍ଥସାରଥୀ ନାୟକ

Extra Marital Affair Instagram Reels
Advertisment
Advertisment