/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753636027.jpg)
Attacked In Australia
ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଭାରତୀୟ ବଂଶୋଭବ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଆକ୍ରମଣରେ ତାଙ୍କୁ ଗୁରୁତର ଆଘାତ ଲାଗିଛି।
ତାଙ୍କର ଗୋଟିଏ ହାତ କଟି ଯାଇଥିଲା, ଯାହାକୁ ଡାକ୍ତରମାନେ ସର୍ଜରୀ ମାଧ୍ୟମରେ ଯୋଡ଼ିଛନ୍ତି। ରିପୋର୍ଟ ଅନୁସାରେ, ଏହି ଘଟଣା ୧୯ ଜୁଲାଇରେ ଘଟିଥିଲା। ୩୩ ବର୍ଷୀୟ ସୌରଭ ଆନନ୍ଦ ଏକ ସପିଂ ସେଣ୍ଟର ଫାର୍ମାସୀରୁ ଔଷଧ ଆଣି ଘରକୁ ଫେରୁଥିବା ବେଳେ ପାଞ୍ଚ ଜଣ ନାବାଳକ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ସୌରଭ କହିଛନ୍ତି ଯେ ସେ ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଘେରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପକେଟରେ ହାତ ପୂରାଉଥିଲା, ଅନ୍ୟ ଜଣେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା ।
ତା’ପରେ ଆଉ ଜଣେ ନାବାଳକ କିଶୋର ଏକ ଛୁରି ବାହାର କରି ତାଙ୍କ ଗଳାରେ ରଖିଥିଲା। ସୌରଭ କହିଛନ୍ତି “ମୁଁ ମୋ ମୁହଁ ଓ ହାତକୁ ବଞ୍ଚାଇବା ପାଇଁ ହାତ ଉଠାଇଥିଲି। ଯେତେବେଳେ ମୁଁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲି, ଛୁରି ମୋ ହାତରେ ବାଜିଥିଲା । ଆଘାତ ଜୋରରେ ଥିଲା ।
ଆକ୍ରମଣକାରୀମାନେ ତାଙ୍କ କାନ୍ଧ ଓ ପିଠିରେ ମଧ୍ୟ ଛୁରିରେ ଆଘାତ କରିଥିଲେ, ଯାହାଫଳରେ ମେରୁଦଣ୍ଡ ଓ ହାତର ହାଡ଼ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସୌରଭ କହିଛନ୍ତି, “ମୁଁ କେବଳ ବଞ୍ଚିବାକୁ ଚେଷ୍ଟା କରୁଥିଲି। ମତେ ଲାଗୁଥିଲା ମୋ ହାତ ଏକ ସୂତାରେ ଝୁଲୁଥିଲା । କିଛି ଲୋକଙ୍କୁ ସେ ସାହାଯ୍ୟ ପାଇଁ କହିଥିଲେ ।
ତା’ପରେ କିଛି ଲୋକ ଅଷ୍ଟ୍ରେଲିଆର ଜରୁରୀ ନମ୍ବର ଟ୍ରିପଲ ଜିରୋକୁ ଫୋନ କରିଥିଲେ। ତାଙ୍କୁ ତୁରନ୍ତ ରୟାଲ ମେଲବୋର୍ଣ୍ଣ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରଥମେ ଭାବିଥିଲେ ଯେ ତାଙ୍କ ବାମ ହାତ କାଟିବାକୁ ପଡ଼ିବ।ତେବେ ଅନେକ ଘଣ୍ଟାର ଜରୁରୀ ସର୍ଜରୀ ପରେ ସର୍ଜନମାନେ ତାଙ୍କ ହାତକୁ ପୁନର୍ବାର ଯୋଡ଼ିବାରେ ସଫଳ ହୋଇଥିଲେ।
ପୋଲିସ ଏହି ଘଟଣାରେ ଚାରି ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ୧୫ ବର୍ଷରେ ଦୁଇ ନାବାଳକଙ୍କୁ ଜାମିନରେ ଛଡ଼ା ଯାଇଛି। ସେମାନଙ୍କୁ ୧୧ ଅଗଷ୍ଟରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପଞ୍ଚମ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।
ପୀଡ଼ିତ ସୌରଭ ଦୁଇ ଅଭିଯୁକ୍ତଙ୍କୁ ଜାମିନରେ ଛଡ଼ାଯିବା ଜାଣି ଦୁଃଖ ପ୍ରକାଶ କରିଛନ୍ତି। ସେ ନ୍ୟାୟ ଦାବି କରି କହିଛନ୍ତି ଯେ ସେ ଚାହୁଁନାହାନ୍ତି ଅନ୍ୟ କେହି ସେହି ଆଘାତ ଦେଇ ଯାଉ ଯାହା ସେ ଅନୁଭବ କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)