Canada's Minister From Indian Origin
ପୁଣି ଏକ ବଡ଼ ପଦବୀରେ ଭାରତୀୟ ବଂଶୋଦ୍ଭବ । କାନାଡାର ବୈଦେଶିକ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ । ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମନ୍ତ୍ରୀ ପରିଷଦରେ ଅନୀତାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ପୂର୍ବରୁ ଅନୀତା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ପରେ ନୂଆ ପିଏମ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ରେସରେ ମଧ୍ୟ ଅନୀତାଙ୍କ ନାଁ ଆଗରେ ରହିଥିଲା ।
ଅନୀତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଜଣେ ସଫଳ ନେତ୍ରୀ । ୨୦୧୯ରେ ପ୍ରଥମ ଥର ପାଇଁ ଓକଭିଲେରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନିତା । ୨୦୧୯ -୨୦୨୧ ଯାଏଁ ପବ୍ଲିକ ସର୍ଭିସ ଓ ପ୍ରୋକ୍ୟୁରମେଣ୍ଟ ବିଭାଗର ମନ୍ତ୍ରୀ ଥିଲେ। ଏହା ସହିତ ତାଙ୍କୁ ଟ୍ରେଜେରୀ ବୋର୍ଡ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଟ୍ରୁଡୋଙ୍କ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ବଂଶୋଦ୍ଭବ ଅନୀତା କାନାଡାର ବୈଦେଶିକ ମନ୍ତ୍ରୀ ହେବା ପରେ ଭାରତ-କାନାଡା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747229310.jpg)