Advertisment

Tariff War: ବିଗିଡ଼ିଲା ଭାରତ-ଆମେରିକା ବାଣିଜ୍ୟ ସଂପର୍କ, ୫୦% ଟିକସ ପରେ ବିକଳ୍ପ ଖୋଜୁଛି ଭାରତ

ରୁଷ ଠାରୁ ଅଶୋଧିତ ତୈଳ ନକିଣିବାକୁ ନୂଆଦିଲ୍ଲୀ ଉପରେ ପ୍ରବଳ ଚାପ ପ୍ରୟୋଗ କରି ବିଫଳ ହେବା ପରେ ଭାରତ ଉପରେ ଟ୍ରଂପ୍ ସରକାର ଯେଉଁ ଶକ୍ତିଶାଳୀ ଟାରିଫ୍ ବୋଝ ଲଦିଛି, ତାର ମୁକାବିଲା ଲାଗି ବି ମୋଦି ସରକାର ଖୋଜିଛନ୍ତି ବିକଳ୍ପ ବଜାର ? ସୁବିଧାରେ ଯେପରି ଭାରତୀୟ ସାମଗ୍ରୀର ରପ୍ତାନୀ ହେବ ସେଥିପାଇଁ ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ EPC ସହ ଚାଲିଛି ଆଲୋଚନା।

author-image
Manasranjan Mohanty
ଅଦ୍ୟତନ ହୋଇଛି
tariff

tariff

ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ମାଡ଼ରେ କେତେ ଘାଇଲା ହେବ ଭାରତ ? କେଉଁ କେଉଁ ଶିଳ୍ପ ହେବେ ବେଶୀ କ୍ଷତିଗ୍ରସ୍ତ ? ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କକୁ ମିଶାଇ ମୋଟ୍ ୫୦ ପ୍ରତିଶତ ଟାରିଫ୍ ଲଦିବାକୁ ମାର୍କିନ ସରକାରଙ୍କ ବିଧିବଦ୍ଧ ବିଜ୍ଞପ୍ତି ପରେ ଏବେ ଟେନସନରେ ଭାରତୀୟ ରପ୍ତାନୀ ଶିଳ୍ପ। ଯେଉଁ ସବୁ କ୍ଷେତ୍ର ଅଧିକ ଘାଟା ଖାଇବେ, ସେଗୁଡ଼ିକ ହେଲା- ରେଡିମେଡ୍ ପୋଷାକ, ଚମଡ଼ା ସାମଗ୍ରୀ, ଗାଡ଼ି ଯନ୍ତ୍ରାଂଶ, ହୀରା ଓ ରତ୍ନପଥର ସାଙ୍ଗକୁ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ ଏବଂ କୃଷି ଉତ୍ପାଦ ଶିଳ୍ପ।

Advertisment

ଏଣେ ଅର୍ଥନୀତି ବିଷାରଦଙ୍କ ଆଶଙ୍କା- ଆମେରିକାର ଏଭଳି ଅଯୌକ୍ତିକ ଟାରିଫ୍ ମାଡ଼ ଯୋଗୁଁ ଭାରତ ଆମେରିକା ମଧ୍ୟରେ ପ୍ରାୟ ୫ ଲକ୍ଷ କୋଟିର କାରବାର ହ୍ରାସ ପାଇବ। ବୟନଶିଳ୍ପ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବ, ବହୁ ଭାରତୀୟ ଶିଳ୍ପ ସଂସ୍ଥା ହାତ ବାନ୍ଧି ବସିବେ ଓ ଲୋକ ବେରୋଜଗାର ହୋଇଯିବେ। ଦେଶର ଅର୍ଥନୀତି ଉପରେ ବି ପ୍ରତିକୂଳ ପ୍ରଭାବ ପଡ଼ିବ। ତେବେ ଟ୍ରଂପଙ୍କ ଟାରିଫ ମାଡ଼ରେ ସର୍ବାଧିକ ଘାଟା ଖାଇବାକୁ ଯାଉଥିବା କ୍ଷେତ୍ର ବୟନଶିଳ୍ପ ରହିଥିବାବେଳେ ସାମୁଦ୍ରିକ ଖାଦ୍ୟ ଭାବେ ଚିଙ୍ଗୁଡ଼ି ରପ୍ତାନୀ ଶିଳ୍ପ ବି ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି। ତଥ୍ୟ କହୁଛି ଭାରତରୁ ବାର୍ଷିକ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ଚିଙ୍ଗୁଡ଼ି ଆମେରିକା ଯାଇଥାଏ, ଯେଉଁଥିରେ ଓଡ଼ିଶାର ବି ବଡ଼ ଅବଦାନ ରହିଆସିଛି।...

ରୁଷ ଠାରୁ ଅଶୋଧିତ ତୈଳ ନକିଣିବାକୁ ନୂଆଦିଲ୍ଲୀ ଉପରେ ପ୍ରବଳ ଚାପ ପ୍ରୟୋଗ କରି ବିଫଳ ହେବା ପରେ ଭାରତ ଉପରେ ଟ୍ରଂପ୍ ସରକାର ଯେଉଁ ଶକ୍ତିଶାଳୀ ଟାରିଫ୍ ବୋଝ ଲଦିଛି, ତାର ମୁକାବିଲା ଲାଗି ବି ମୋଦି ସରକାର ଖୋଜିଛନ୍ତି ବିକଳ୍ପ ବଜାର ? ସୁବିଧାରେ ଯେପରି ଭାରତୀୟ ସାମଗ୍ରୀର ରପ୍ତାନୀ ହେବ ସେଥିପାଇଁ ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ EPC ସହ ଚାଲିଛି ଆଲୋଚନା।

Advertisment

ଏପଟେ ଟେକ୍ସଟାଇଲ୍ସ ସାମଗ୍ରୀ ରପ୍ତାନୀ ପାଇଁ ବିକଳ୍ପ ବଜାର ଭାବେ ବ୍ରିଟେନ, ଜାପାନ ଓ ଦକ୍ଷିଣ କୋରିଆ ଆଦି ଦେଶକୁ ବାଛିଥିବାବେଳେ ଅନ୍ୟ ରପ୍ତାନୀ ସାମଗ୍ରୀ ଗୁଡ଼ିକ ପାଇଁ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ ଓ ନେଦରଲ୍ୟାଣ୍ଡ, ରୁଷ୍, ମେକ୍ସିକୋ ଓ ବେଲଜିୟମ ଭଳି ବିଶ୍ବର ୪୦ଟି ଦେଶକୁ ବାଛି ବ୍ୟବସାୟ ବଢ଼ାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ଯାହାକୁ ବଜାର ବିଶେଷଜ୍ଞ ସ୍ବାଗତ କରିଥିବାବେଳେ ଭାରତ-ଆମେରିକା ଟିକସ ଯୁଦ୍ଧ କିନ୍ତୁ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଚୀନ୍ ଓ ଭିଏତନାମ ଭଳି ପ୍ରତିଯୋଗୀ ରାଷ୍ଟ୍ରଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି କହିଛନ୍ତି। 

ତେଣୁ ଗୋଟିଏ ପଟେ ଟ୍ରଂପ୍ ବିଶ୍ବର ଅନେକ ଦେଶଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧ ବନ୍ଦ କରି ନିଜେ ନାଁରେ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଆକାଶ ଛୁଆଁ ଟାରିଫ୍ ବୋଝ ଲଦି ବିଶ୍ବ ଅର୍ଥନୀତିରେ ଏକ ନୀରବ ଯୁଦ୍ଧର ସୂତ୍ରପାତ କରିଛନ୍ତି।

India US Trump Tariff
Advertisment
Related Articles
Advertisment