Advertisment

Operation Sindoor: ମୁଁ ସରକାରଙ୍କ ପାଇଁ କାମ କରୁନି, କିନ୍ତୁ ‘ଅପରେସନ ସିନ୍ଦୂର’ ପ୍ରଶଂସାଯୋଗ୍ୟ: ଶଶି ଥରୁର

ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଛି । ଭାରତୀୟ ଦୂତାବାସରେ ଅନୁଷ୍ଠିତ ବୈଠକରେ ଭାରତ ‘ଅପରେସନ ସିନ୍ଦୂର’ କିପରି ସ୍ମାର୍ଟ ୱେରେ କରିଛି ତାହା ଥରୁର କହିଛନ୍ତି ।

ଅଦ୍ୟତନ ହୋଇଛି
Shashi Tharoor

Shashi Tharoor

Advertisment

ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଓ ‘ଅପରେସନ ସିନ୍ଦୂର’ର ସଫଳତାର କାହାଣୀ ବଖାଣିବା ପାଇଁ ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି । ଶଶୀ ଥରୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି । ସେଠାରେ ଭାରତୀୟ ଦୂତାବାସରେ ଅନୁଷ୍ଠିତ ବୈଠକରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ଶଶି ଥରୁର ଭାରତର ଅପରେସନ ସିନ୍ଦୂରକୁ ଭୂୟଁସୀ ପ୍ରଶଂସା କରିଛନ୍ତି । 

Advertisment

ଶଶି ଥରୁର କହିଛନ୍ତି, ‘‘ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ସ୍ମାର୍ଟ ଆକ୍ରମଣ କରିଛି । ମୁଁ ସରକାରଙ୍କ ପାଇଁ କାମ କରୁନାହିଁ, ଆପଣମାନେ ଜାଣିଛନ୍ତି, ମୁଁ ବିରୋଧୀ ଦଳ ପାଇଁ କାମ କରେ । ହେଲେ, ଭାରତ ପାକିସ୍ତାନ ଉପରେ ଯେଉଁ ସ୍ମାର୍ଟ ୱେରେ ଆକ୍ରମଣ କରିଛି ତାହା ପ୍ରଶଂସାଯୋଗ୍ୟ ।’’

‘‘ମେ ୭ରେ ଭାରତ ୯ଟି ଆତଙ୍କବାଦୀ ଆଡ୍ଡା, ହେଡକ୍ୱାର୍ଟର୍ସ ଓ ଲଞ୍ଚପ୍ୟାଡ ଉପରେ ସଠିକ୍ ଟାର୍ଗେଟରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ କରି ଆକ୍ରମଣ କରିଥିଲା । ପାକିସ୍ତାନ ସହିତ ଡିଲ୍ ପାଇଁ ଭାରତ ସବୁ ପ୍ରକାର ଚେଷ୍ଟା କରି ସାରିଛି । ଆନ୍ତର୍ଜାତୀୟ ସ୍ତରରେ ତଥ୍ୟ ସଂଗ୍ରହ କରି ପ୍ରମାଣ ଦେଖାଇ ସାରିଛୁ ଏବଂ ଅଭିଯୋଗ ମଧ୍ୟ କରିଛୁ, ଆମ ଦ୍ୱାରା ଯାହା ସମ୍ଭବ ସବୁ ପ୍ରକାର ଚେଷ୍ଟା କରି ସାରିଛୁ । ’’

Advertisment

ଅଧିକ ପଢନ୍ତୁ :  ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିଲେ; ପାକ୍‌ର ମୁଖା ଖୋଲିଲେ

‘‘କିନ୍ତୁ ପାକିସ୍ତାନ ଅଗ୍ରାହ୍ୟ କରୁଛି । ତାକୁ ଦୋଷୀ ଭାବେ ସ୍ୱୀକାର କରାଯାଇନାହିଁ କି ତା ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇନାହିଁ କିମ୍ବା ତାର ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ କୌଣସି ପ୍ରୟାସ କରାଯାଉ ନାହିଁ ।’’

ଭାରତର ‘ଅପରେସନ ସିନ୍ଦୂର’କୁ ନେଇ ଥରୁର କହିଛନ୍ତି, ‘‘ଭାରତ ତା’ର ସାମର୍ଥ୍ୟ ସହିତ ଆକ୍ରମଣ କରିବାରେ ସକ୍ଷମ ହୋଇଛି । କିନ୍ତୁ ଭାରତ ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଚାହୁଁନାହିଁ । ଭାରତ ଯୁଦ୍ଧ କରିବାକୁ ଆଗ୍ରହୀ ନୁହେଁ । ଆମେ ତା’ଠାରୁ ଅଧିକ ଏକା ରହି ଆମ ଦେଶର ଅର୍ଥନୀତିକୁ ସୁଦୃଢ କରିବୁ ଏବଂ ଏକବିଂଶ ଶତାବ୍ଦୀ ପାଇଁ ପ୍ରସ୍ତୁତ ହେଉଥିବା ଆମ ଲୋକଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବୁ ।’’

Advertisment

‘‘ପୂର୍ବରୁ ନିଆ ଯାଇଥିବା ନିଷ୍ପତ୍ତିକୁ  ଭାରତ ବଜାୟ ରଖିଥିବା ବେଳେ ପାକିସ୍ତାନ ତାହା ମାନୁ ନାହିଁ । ପାକିସ୍ତାନ ବାରମ୍ବାର ଭାରତୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛିଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ତା’ର ଉଦ୍ଦେଶ୍ୟ ପୂର୍ଣ୍ଣ କରିବାକୁ ଚାହୁଁଛି । ସେମାନେ ଆତଙ୍କବାଦ ଦ୍ୱାରା ଯାହା ହାସଲ କରିବାକୁ ଚାହୁଁଛନ୍ତି ତାହା କେବେ ପୂରଣ ହୋଇ ପାରିବ ନାହିଁ ।’’

ସୂଚନାଯୋଗ୍ୟ, ଶଶି ଥରୁରଙ୍କ ନେତୃତ୍ୱରେ ବିଦେଶ ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ସହ ପାନାମା, ଗୁଏନା, ବ୍ରାଜିଲ ଏବଂ କଲମ୍ବିଆ ଗସ୍ତ କରିବେ । ଏହି ପ୍ରତିନିଧି ମଣ୍ଡଳୀରେ ତେଜସ୍ୱୀ ସୂର୍ଯ୍ୟ, ଭୁବନେଶ୍ୱର କଲିତା ଏବଂ ଶଶାଙ୍କ ମଣି ତ୍ରିପାଠୀ, ସମ୍ଭାବୀ ଚୌଧୁରୀ, ହରିଶ ବାଲଯୋଗୀ, ମିଲିନ୍ଦ ଦେଓରା, ସର୍ଫରାଜ ଅହମ୍ମଦ ଏବଂ ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ୍ ସିଂହ ସାନ୍ଧୁ ପ୍ରମୁଖ ସାମିଲ ଅଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା ଚୀନ:ଭାରତ ଉପରେ ଏମିତି ରଖିବେ ନଜର

Shashi Tharoor Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ