/odishatv-khabar/media/post_attachments/uploadimage/library/16_9/16_9_0/hamas_1748448773.jpg)
hamas
ଇସ୍ରାଏଲକୁ ଆଉ ଏକ ବଡ ସଫଳତା। ଇସ୍ରାଏଲୀ ଡିଫେନ୍ସ ଫୋର୍ସ ପୁଣି ଥରେ ଜଣେ ହମାସ ମୁଖ୍ୟଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ବୁଧବାର ଇସ୍ରାଏଲୀ ସଂସଦରେ ଏହି ବୟାନ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଇସ୍ରାଏଲ ନିପାତ କରିଥିବା ନେଇ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ମେ ୨୧ ତାରିଖରେ ସମ୍ଭବତଃ ମହମ୍ମଦ ସିନୱାରଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରିଥିଲେ ନେତନ୍ୟାହୁ।
ପ୍ରାୟ ବର୍ଷେ ତଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହାମାସ ମୁଖ୍ୟ ୟାହ୍ୟା ସିନୱାର ନିପାତ ହୋଇଥିଲେ। ଗାଜାର ଖାନ ୟୁନିସରେ ଥିବା ବଙ୍କର ଭିତରେ ୟାହ୍ୟା ସିନୱାର ଲୁଚିଥିବା ବେଳେ ତାଙ୍କୁ ନିପାତ କରାଯାଇଥିଲା। ଅନ୍ୟ ପକ୍ଷରେ ଦକ୍ଷିଣ ଗାଜାରେ ରହିଥିବା ୟୁରୋପିଆନ ହସ୍ପିଟାଲର ଅଣ୍ଡର ଗ୍ରାଉଣ୍ଡରେ ଲୁଚିଥିବା ମହମ୍ମଦ ସିନୱାରକୁ ନିପାତ କରାଯାଇଥିବା ଜଣା ପଡିଛି। ଏହା ସହିତ ଗାଜାର ରଫାହ ବିଗ୍ରେଡ ମହମ୍ମଦ ଶବାନା ମଧ୍ୟ ପ୍ରାଣ ହରାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଥିଲେ। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ବିଗତ ବର୍ଷେ ହେଲାଣି ଗାଜା ପଟ୍ଟି ଯୁଦ୍ଧ ପ୍ରପୀଡିତ ଇଲାକା ରହିଛି। ଇସ୍ରାଏଲ ଯୁଦ୍ଧରୁ ସାମୟିକ ବିରତି ନେଇଥିବା ବେଳେ ପୁନର୍ବାର ଯୁଦ୍ଧ ଘୋଷଣା କରିଛି। ଗାଜା ପଟ୍ଟିକୁ ଖାଦ୍ୟ ଯୋଗାଣ କମ କରାଯାଇଥିବା ବେଳେ ଖୁବ ଶୀଘ୍ର ଏହାକୁ ଦଖଲ କରିବା ଉପରେ ନେତନ୍ୟାହୁ ଜୋର ଦେଇଛନ୍ତି। ନେତନ୍ୟାହୁଙ୍କ ଏକ ଭିଡିଓ ଟେଲିଗ୍ରାମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ ହିଂସା ସପକ୍ଷରେ ନାହିଁ। ତେବେ ଆମକୁ ଆତଙ୍କବାଦ ବିରୋଧରେ ସଫଳ ହେବାକୁ ହେଲେ ପ୍ରଥମେ ଗାଜାକୁ ନିୟନ୍ତ୍ରଣକୁ ନେବାକୁ ପଡିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ।
ଗାଜାରେ ବର୍ତ୍ତମାନ ଲୋକମାନେ ଖାଦ୍ୟାଭାବର ଶିକାର ହେଉଛନ୍ତି। ସେମାନଙ୍କୁ ଆମେ କ୍ଷୁଧାର୍ତ୍ତ ଭାବେ ଛାଡିବା ଅନୁଚିତ ବୋଲି କହିଛନ୍ତି ନେତନ୍ୟାହୁ। ଉଲ୍ଲେଖଯୋଗ୍ୟ ଯେ, ଆତଙ୍କୀ ସଙ୍ଗଠନ ହମାସ ବିରୋଧରେ ଥିବା ଲଢେଇ କାରଣରୁ ଗାଜା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ବିଗତ ୩ ଦିନ ମଧ୍ୟରେ ପୁନର୍ବାର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୩ ଦିନ ମଧ୍ୟରେ ୩୦୦ରୁ ଅଧିକ ଗାଜା ବାସୀ ପ୍ରାଣ ହରାଇ ସାରିଛନ୍ତି। ଏହା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରିଥିଲେ ନେତନ୍ୟାହୁ। ଟ୍ରମ୍ପ ସମ୍ପୂର୍ଣ୍ଣ ଗାଜାଷ୍ଟ୍ରିପର ଜନତାଙ୍କୁ ଲିବ୍ୟାକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା କହିଥିଲେ। ଆମେରିକାର ଏହି ପଦକ୍ଷେପକୁ ସେ ସମର୍ଥନ କରୁଥିବା କହିଛନ୍ତି ନେତନ୍ୟାହୁ। ଆମେରିକା ଅଧିଗ୍ରହଣ କରିବା ପୂର୍ବରୁ ଆମେ ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଚାହୁଁଛୁ ବୋଲି କହିଛନ୍ତି ନେତନ୍ୟାହୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)