Advertisment

Marriege Law in Company: କମ୍ପାନୀ ଆଣିଲା ଅଜବ ନିୟମ, ବାହା ହୁଅ ନହେଲେ ଚାକିରି ଛାଡ

ଶାନଡଙ୍ଗ ଶୁଣ୍ଟିଆନ କେମିକାଲ ଗ୍ରୁପ କୋ. ଲିମିଟେଡ ପକ୍ଷରୁ ଏହାର ୧୨୦୦ କର୍ମଚାରୀଙ୍କ ପାଇଁ ଏହି ନୋଟିସ ଜାରି କରାଯାଇଛି। କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ପରିବାର ସହିତ ସେଟଲ ହେବା ଉଚିତ ବୋଲି କମ୍ପାନୀ ପକ୍ଷରୁ ଏହି ନିୟମ ଅଣାଯାଇଛି।

china

china

Advertisment

ଚାଇନାର ଏକ କମ୍ପାନୀ ଆଣିଛି ଅଜବ ନିୟମ। ବାହା ହୋଇ ଛୁଆ ଜନ୍ମ ନ କଲେ ଚାକିରି ଯିବାର ସମ୍ଭାବନା ରହିଛି। ଚୀନର ଶାନଡଙ୍ଗ ପ୍ରଦେଶରେ ଏକ କମ୍ପାନୀ ଏମିତି କିଛି ଅଜବ ନିୟମ ଆଣିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଶାନଡଙ୍ଗ ଶୁଣ୍ଟିଆନ କେମିକାଲ ଗ୍ରୁପ କୋ. ଲିମିଟେଡ ପକ୍ଷରୁ ଏହାର ୧୨୦୦ କର୍ମଚାରୀଙ୍କ ପାଇଁ ଏହି ନୋଟିସ ଜାରି କରାଯାଇଛି। କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ପରିବାର ସହିତ ସେଟଲ ହେବା ଉଚିତ ବୋଲି କମ୍ପାନୀ ପକ୍ଷରୁ ଏହି ନିୟମ ଅଣାଯାଇଛି।

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

କମ୍ପାନୀର ୨୮-୫୮ ବର୍ଷର ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଅଣାଯାଇଛି। ସମସ୍ତ କର୍ମଚାରୀ ସେପ୍ଟେମ୍ବର ଶେଷ ସୁଦ୍ଧା ବିବାହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ମାର୍ଚ୍ଚ ମାସ ଶେଷ ହେବା ସୁଦ୍ଧା ବିବାହ କରି ନ ଥିଲେ ପ୍ରଥମେ ନିଜକୁ ସମାଲୋଚନା କରି ଏକ ଚିଠି ଲେଖିବାକୁ ପଡିବ।

Advertisment

ଜୁନ ସୁଦ୍ଧା ଯଦି କର୍ମଚାରୀ ମାନେ ଅବିବାହିତ ରହୁଛନ୍ତି ତାହେଲେ ସେମାନଙ୍କ ପୁନଃ ମୂଲ୍ୟାୟନ କରାଯିବ। ପରେ ଯଦି ସେପ୍ଟେମ୍ବର ସୁଦ୍ଧା ବିବାହ ସମାପ୍ତ ନ ହୁଏ ତା ହେଲେ ସମସ୍ତ କର୍ମଚାରୀଙ୍କୁ ବିଦା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି କି କଲ୍ଚରାଲ ଭାଲ୍ୟୁକୁ ବଢାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଖବର ଭାଇରାଲ ହେବା ପରେ ଏହାକୁ ସୋସିଆଲ ପ୍ଲାଟଫର୍ମରେ ନିନ୍ଦା କରାଯାଇଥିଲା।

କମ୍ପାନୀ ଏକାଧିକ ନିୟମ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରାଯାଇଥିଲା। ଚୀନର ବିବାହ ଆଇନ ସ୍ବାଧୀନତା ପ୍ରଦାନ କରୁଥିବା ବେଳେ କମ୍ପାନୀ ଏହାକୁ ଉଲ୍ଲଂଘନ କରାଯାଉଛି ବୋଲି ଜଣେ ୟୁଜର ଲେଖିଥିଲେ। ଅନ୍ୟ ଜଣେ ୟୁଜର ଲେଖିଥିଲେ କମ୍ପାନୀ ନିଜ କାମରେ ଧ୍ୟାନ ରଖିବା ଉଚିତ ଓ କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରୁ ଦୂରେଇ ରହିବା ଉଚିତ ବୋଲି ଲେଖିଥିଲେ। ସୋସିଆଲ ମିଡିଆରେ ନିନ୍ଦା କରାଯିବା ପରେ କମ୍ପାନୀ ପକ୍ଷରୁ ଏହି ନିୟମକୁ ପ୍ରତ୍ୟାହାର କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

China Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ