Advertisment

ଜେଲ୍‌ରୁ ମୁକୁଳିଲେ ଇମ୍ରାନ ଖାନ୍‌

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former Pak PM Imran Khan Released From Jail

Former Pak PM Imran Khan Released From Jail

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ଦର୍ଶାଇ ତାଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment

ଆଜି ଇସଲାମାବାଦ ହାଇକୋର୍ଟରେ ଇମ୍ରାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଇସଲାମାବାଦ ହାଇକୋର୍ଟ ପରିସରରୁ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ନେଇ ସୁପ୍ରିମକୋର୍ଟ NAB(National Accountability Bureau)କୁ କଡା ଭର୍ତ୍ସନା କରିଛନ୍ତି। ପାକିସ୍ତାନ ତେହରିକ୍ ଏ ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ୍‌ଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ଏହାପରଠାରୁ ଦେଶରେ ଗୃହଯୁଦ୍ଧ ପରିସ୍ଥିତ ସୃଷ୍ଟି ହୋଇଛି।

ଏବେବି ପାକିସ୍ତାନରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ସରକାରଙ୍କ ଏକାଧିକ ପ୍ରତିଷ୍ଠାନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଇମ୍ରାନଙ୍କ ସମର୍ଥକ। ଏପରିକି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି।

Advertisment

ସୂଚନାଥାଉ କି, ଅଲ୍ କାଦିର ଟ୍ରଷ୍ଟ ନାଁରେ ୫୩ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ମାମଲାରେ ଗତକାଲି ଇମ୍ରାନ ଖାନ୍‌ଙ୍କୁ ଗିରଫ କରାଯାଇଥିଲା। ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NABର ଏକାଧିକ ଥର ସମନ ଖିଲାପ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Imran Khan
Advertisment
Advertisment