Advertisment

ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।

author-image
Manoranjan Behera
ଅଦ୍ୟତନ ହୋଇଛି
Imran Khan Arrest Updates

Imran Khan

ଇମ୍ରାନ୍ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ଇମ୍ରାନ୍‌ଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ବୋଲି ଦର୍ଶାଇଲେ କୋର୍ଟ ।

Advertisment

ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାରେ ନୂଆ ଟ୍ୱିଷ୍ଟ । ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଇମ୍ରାନଙ୍କୁ ଯେଉଁ ଭଳି ଭାବେ ପାକ୍‌ ରେଞ୍ଜର୍ସମାନେ National Accountability Bureau ବା ଏନବିଏର ନିର୍ଦ୍ଦେଶକ୍ରମେ ତଣ୍ଟିଆ ମାରି ଗିରଫ କରି ଟେକି ନେଇଥିଲେ, ତାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି । ଇସଲାମାବାଦ ହାଇକୋର୍ଟ ପରିସରରେ ପୂରା ଘଟଣା ଘଟିଥିଲା।

Advertisment

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇଲା ପାକ୍ ସୁପ୍ରିମକୋର୍ଟ । ଏହାସହ ରାୟ ଶୁଣାଇବା ସମୟରେ ୧ ଘଣ୍ଟା ମଧ୍ୟରେ ଇମ୍ରାନ ଖାନଙ୍କୁ ଆଣି କୋର୍ଟରେ ହାଜର କରିବାକୁ ପାକ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ପାକିସ୍ତାନ ତେହରିକ୍ ଏ ଇନସାଫ ଦଳର ମୁଖ୍ୟ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

Imran Khan
Advertisment
Advertisment