Advertisment

Tallest building: ବୁର୍ଜ ଖଲିଫା ବି ପଛରେ ପଡିବ, ବିଶ୍ବର ଉଚ୍ଚତମ ବିଲ୍ଡିଂ ନିର୍ମାଣ କରୁଛି ସାଉଦି ଆରବ

ବୁର୍ଜ ଖଲିଫା ଯାହାକି ବର୍ତ୍ତମାନ ବିଶ୍ବର ସବୁଠାରୁ ସୁଉଚ୍ଚ ବିଲ୍ଡିଂ ଏହାର ରେକର୍ଡ ଭାଙ୍ଗିବାକୁ ଯାଉଛି। ସାଉଦି ଆରବର ସହର ଜେଡାହରେ ନିର୍ମିତ ହେଉଛି ଜେଇସି ଟାୱାର। ଏହି ବିଲ୍ଡିଂର ଉଚ୍ଚତା ରହିଛି ୦.୬୨ ମାଇଲ ବା ୧ କି.ମି.।

ଅଦ୍ୟତନ ହୋଇଛି
JEC Tower

JEC Tower

Advertisment

ବୁର୍ଜ ଖଲିଫା ଯାହାକି ବର୍ତ୍ତମାନ ବିଶ୍ବର ସବୁଠାରୁ ସୁଉଚ୍ଚ ବିଲ୍ଡିଂ ଏହାର ରେକର୍ଡ ଭାଙ୍ଗିବାକୁ ଯାଉଛି। ସାଉଦି ଆରବର ସହର ଜେଡାହରେ ନିର୍ମିତ ହେଉଛି ଜେଇସି ଟାୱାର। ଏହି ବିଲ୍ଡିଂର ଉଚ୍ଚତା ରହିଛି ୦.୬୨ ମାଇଲ ବା ୧ କି.ମି.। ରେଡ ସିର ବନ୍ଦର ସହର ଭାବେ ପରିଚିତ ଜେଡାହ ଯେଉଁଠି ନିକଟରେ ଆଇପିଏଲର ନିଲାମୀ ହୋଇଥିଲା।

Advertisment

ପ୍ରଥମେ ଏହି ବିଲ୍ଡିଂର ନିର୍ମାଣ ସମୟରେ ଏହାର ନାମ କିଙ୍ଗଡମ ଟାୱାର ରଖା ଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ଜେଡାହ ଇକୋନୋମିକ କମ୍ପାନୀ ଟାୱାର (ଜେଇସି ଟାୱାର) ଭାବରେ ନାମିତ କରାଯାଇଥିଲା। ଆଡ୍ରିଆନ ସ୍ମିଥ ଓ ଗର୍ଡନ ଗିଲ ମିଳିତ ଭାବେ ଏହି ବିଲ୍ଡିଂର ଡିଜାଇନ କରିଛନ୍ତି। । ଆଡ୍ରିଆନ ସ୍ମିଥ ପୂର୍ବରୁ ବୁର୍ଜ ଖଲିଫାର ନିର୍ମାଣ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ବର୍ତ୍ତମାନ ସୁଦ୍ଧା ବୁର୍ଜ ଖଲିଫା ବିଶ୍ବର ସର୍ବୋଚ୍ଚ ବିଲ୍ଡିଂ ରହିଛି। ଏହାର ଉଚ୍ଚତା ୮୨୮ ମିଟର ବା ୨୭୧୬ ଫୁଟ ରହିଛି।

ଅଧିକ ପଢ଼ନ୍ତୁ: ଚେନ୍ନାଇ ହାଇକୋର୍ଟ କହିଲେ, ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ହ୍ୟାଣ୍ଡସେକ ଯୌନ ଶୋଷଣ

Advertisment

ଏହି ପ୍ରକଳ୍ପର ମୁଖ୍ୟ ରହିଥିବା ସାଉଦି ଆରବର ପ୍ରିନ୍ସ ଅଲ ୱାଲିଦ ବିନ ତଲାଲ ଅଲ ସୌଦ ଏହି ବିଲ୍ଡିଂର ଉଚ୍ଚତା ୧ କିମି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏହାର ଉଚ୍ଚତା ୧ କି.ମି. ରୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଏହାର ଉଚ୍ଚତା ଅନ୍ୟୂନ ୧ କି.ମି ରଖାଯିବ। ଏହି ଉଚ୍ଚତାରେ ଏମ୍ପାୟାର ଷ୍ଟେଟ ବିଲ୍ଡିଂ ଓ ଆମେରିକାର ସର୍ବୋଚ୍ଚ ବିଲ୍ଡିଂ ୱାର୍ଲ୍ଡ ଟ୍ରେଡ ସେଣ୍ଟରର ଦୁଇ ଗୁଣା ରହିବ ବୋଲି ଜଣାପଡିଛି। ଏହା ସହିତ ଐତିହାସିକ ଏଇଫିଲ ଟାୱାରର ଏହା ୩ ଗୁଣ ରହିବ ବୋଲି ସାଉଦି ପ୍ରିନ୍ସ ସୂଚନା ଦେଇଛନ୍ତି।

ଏହି ବିଲ୍ଡିଂର କାର୍ଯ୍ୟ ସମାପ୍ତ ହେବା ପରେ ଏଥିରେ ୫୯ଟି ଏଲିଭେଟର ଓ ୧୫୭ଟି ଫ୍ଲୋର ରହିବ। ଏହା ବିଶ୍ବର ସବୁଠାରୁ ଉଚ୍ଚ ଭିୟୁ ପଏଣ୍ଟ ହେବାକୁ ଥିବା ବେଳେ ବିଳାସପୂର୍ଣ୍ଣ ହୋଟେଲ ଓ ଅଫିସକୁ ସ୍ଥାନ ମିଳିବ। ଆଗାମୀ ଦିନରେ ଏହି ବିଲ୍ଡିଂ ମଧ୍ୟରେ ସ୍କୁଲ, ହସ୍ପିଟାଲ ଓ ବିଶ୍ବ ବିଦ୍ୟାଳୟ ନିର୍ମାଣ କରାଯିବ। ଏହା ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକ ବାସ କରିବା ଭଳି ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ସାଉଦି ଭିଜନ ୨୦୩୦ ଯୋଜନାରେ ଏହାକୁ ନିର୍ମାଣ କରାଯାଉଥିବା ବେଳେ ୨୦୨୮ ସୁଦ୍ଧା ଏହାର ନର୍ମାଣ କାର୍ଯ୍ୟ ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

Burj Khalifa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ