• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକଣା କୋହଳ କରିବା ପରେ ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ଭୟଙ୍କର ଭାବରେ ବୃଦ୍ଧି ପାଉଛି । ମହାମାରୀ ବିଶେଷଜ୍ଞ ଏରିକ୍ ଫିଗଲ୍-ଡିଙ୍ଗ କହିଛନ୍ତି , ଚୀନ୍‌ର ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ପାଇଁ ଆଉ ବେଡ୍‌ ମିଳୁନି । ପ୍ରତିଦିନ ଚିକିତ୍ସା ପାଇଁ ହଜାର ହଜାର ସଂକ୍ରମିତ ଲାଇନ୍‌ ଲଗାଉଛନ୍ତି । ବର୍ତ୍ତମାନର ସ୍ଥିତିରୁ ଜଣାପଡ଼ୁଛି ଆସନ୍ତା ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତରୁ ଅଧିକ ଏବଂ ବିଶ୍ୱର ୧୦ ପ୍ରତିଶତ ଲୋକ ସଂକ୍ରମିତ ହେବେ । କେବଳ ଏତିକି ନୁହେଁ ପୁଣି ଥରେ ଅଦୃଶ୍ୟ ମହାମାରୀରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଛି ।

ଚୀନର ରାଜଧାନୀ ବେଜିଂରେ କୋଭିଡ୍‌ ସଂକ୍ରମଣ ଯୋଗୁଁ ସାଂଘାତିକ ସ୍ଥିତି ଉପୁଜିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ COVID-19 ରୋଗୀଙ୍କ ପାଇଁ ବେଜିଂରେ ଏକ ନିର୍ଦ୍ଦିଷ୍ଟ ଶବଦାହ ଗୃହ ତିଆରି ହୋଇଛି । ହେଲେ ଗୋଟିଏ ଦିନରେ ହିଁ ମୃତକଙ୍କ ଶରୀରରେ ଭରିଯାଉଛି ଗୃହ ।  ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି, ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା ।

ଅଧିକ ପଢ଼ନ୍ତୁ: ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

କରୋନା କଟକଣା ହଟିବାପରେ ପୁଣି ସଂକ୍ରମଣ ଅତି ଦ୍ରୁତ ବେଗରେ ମାଡ଼ି ଚାଲିଛି ମହାମାରୀ । ୧୯ ରୁ ୨୩ ନଭେମ୍ବର ମଧ୍ୟରେ କରୋନା ସଂକ୍ରମଣରେ ଚାରି ଜଣ ପ୍ରାଣ ହରାଇଥିବା ଖବର ଆସିଥିଲା । ଆଉ ତା’ ପର ଠାରୁ ବେଜିଂରେ କୋଭିଡ ମୃତ୍ୟୁ ଖବର ନାହିଁ । ଚୀନ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଥିବା କୁହାଯାଉଛି । 

ହେଲେ ଚୀନ ଯେତେ ଲୁଚାଇଲେ ବି କରୋନା ମାମଲା ଏତେ ବଢ଼ିଛି ଯେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରୁନି । ପରିସ୍ଥିତି ଏବେ ଏମିତି ହୋଇଛି କି ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସେହି ସମୟର ଗଦା ଗଦା ଭିଡିଓ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି ।