/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671512316.jpg)
corona virus
ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ଚୀନ ଯେତେ ଲୁଚାଇଲେ ବି କରୋନା ମାମଲା ଏତେ ବଢ଼ିଛି ଯେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରୁନି । ପରିସ୍ଥିତି ଏବେ ଏମିତି ହୋଇଛି କି ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସେହି ସମୟର ଗଦା ଗଦା ଭିଡିଓ ।
କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି, ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏପରି ପରିସ୍ଥିତି ଯଦି ଚୀନରେ ଲାଗି ରୁହେ ତାହେଲେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଓ ସାରା ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହେବେ । ଏଭଳି ତଥ୍ୟ ଆସିବା ପରେ ଏବେ ପୁଣି ଥରେ କରୋନାକୁ ନେଇ ଛନା ପଶିଛି ।
ଅଧିକ ପଢ଼ନ୍ତୁ: ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ
⚠️THERMONUCLEAR BAD—Hospitals completely overwhelmed in China ever since restrictions dropped. Epidemiologist estimate >60% of 🇨🇳 & 10% of Earth’s population likely infected over next 90 days. Deaths likely in the millions—plural. This is just the start—🧵pic.twitter.com/VAEvF0ALg9
— Eric Feigl-Ding (@DrEricDing) December 19, 2022
ଏପଟେ ଭାରତରେ କିନ୍ତୁ କମୁଛି କରୋନା ସଂକ୍ରମଣ । ଗତ ସପ୍ତାହରେ କୋଭିଡରେ ସଂକ୍ରମିତ ହୋଇ ସାରା ଦେଶରେ ମାତ୍ର ୧୨ ଜଣଙ୍କ ମୃତ୍ୟୁହୋଇଥିବା ସୂଚନା ମିଳିଛି । ଆଉ ଗତ ୩ ଦିନରେ ଜଣେ ବି କେହି କୋରନା ସଂକ୍ରମଣରେ ପ୍ରାଣ ହରାଇ ନାହାନ୍ତି । ଗତ ସପ୍ତାହରେ ଦେଶରେ ମାତ୍ର ୭୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
#ବିଶ୍ୱରେ_ବଢ଼ୁଛି#ଭାରତରେ_କମୁଛି
ଭାରତରେ କମୁଛି କରୋନା ସଂକ୍ରମଣ।#Covid19#India#OTVpic.twitter.com/kevSNaZOTD— ଓଟିଭି (@otvkhabar) December 20, 2022
ତେବେ ପୂର୍ବ ସପ୍ତାହ ଅପେକ୍ଷା ଶେଷ ସପ୍ତାହରେ କରୋନା ସଂକ୍ରମଣ ୧୯ ପ୍ରତିଶତ କମିଛି । ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ ସାରା ବିଶ୍ୱରର କିଛି ଦେଶରେ ଏବେ କରୋନା ସଂକ୍ରମଣ ବଢ଼ୁଛି । ଚୀନ ଓ ୟୁରୋପରେ ଏବେ ବଢ଼ୁଛି କରୋନା ସଂକ୍ରମଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)