Advertisment

୬ ମାସର ଗର୍ଭବତୀଙ୍କୁ ଚାକିରିରୁ ବାହାର କରିଦେଲେ ମସ୍କ, ଶପଥ ନେଇ ମହିଳା କହିଲେ- କୋର୍ଟରେ ଦେଖା ହେବ !

ଯଦିଓ ଟ୍ୱିଟର ଏଲନ୍‌ ମସ୍କଙ୍କ ଅଧୀନକୁ ଚାଲି ଆସିଛି ଓ ସେ ଏହାର ବସ୍‌ ହୋଇଯାଇଛନ୍ତି, ହେଲେ ଏହି ଡିଲ୍‌କୁ ନେଇ ହୋଇଥିବା ଉତ୍‌ଥାନ-ପତନ ସମୟରେ ମସ୍କ କୋର୍ଟ କୋର୍ଟ-କଚେରୀ ମାମଲାରେ ପଡ଼ି ଯାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elon Musk Twitter Layoff Six Months Pregnant

Elon Musk Twitter Layoff Six Months Pregnant

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍ ମସ୍କ (Elon Musk) ପୁଣି କୋର୍ଟ-କଚେରୀ ମାମଲାରେ ପଡ଼ିପାରନ୍ତି। ଛଟେଇର ଶିକାର ହୋଇଥିବା ଜଣେ ଗର୍ଭବତୀ ମହିଳା କର୍ମଚାରୀଙ୍କ ଚାକିରି ଚାଲି ଯିବାପରେ ଟ୍ୱିଟ୍‌ କରି ସେ ଲେଖିଛନ୍ତି, 'See you in court !' ତେବେ ଶେନନ୍‌ ଲୁ(Shennan Lu) ନାମକ ଏହି ମହିଳାଙ୍କ ଆକାଉଣ୍ଟରୁ କରାଯାଇଥିବା ଏହି ଟ୍ୱିଟ୍‌କୁ ପରେ ଟ୍ୱିଟର ପକ୍ଷରୁ ଡିଲିଟ୍‌ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଟ୍ୱିଟର କର୍ମଚାରୀଙ୍କ ପାଇଁ ନୂଆ ନିୟମ ! ଦିନକୁ ୧୨ଘଣ୍ଟା ଓ ସପ୍ତାହକୁ ୭ଦିନ କାମ କର, ନହେଲେ ବାହାରି ଯାଅ

ଯଦିଓ ଟ୍ୱିଟର ଏଲନ୍‌ ମସ୍କଙ୍କ ଅଧୀନକୁ ଚାଲି ଆସିଛି ଓ ସେ ଏହାର ବସ୍‌ ହୋଇଯାଇଛନ୍ତି, ହେଲେ ଏହି ଡିଲ୍‌କୁ ନେଇ ହୋଇଥିବା ଉତ୍‌ଥାନ-ପତନ ସମୟରେ ମସ୍କ କୋର୍ଟ କୋର୍ଟ-କଚେରୀ ମାମଲାରେ ପଡ଼ି ଯାଇଛନ୍ତି। ଟ୍ୱିଟରର ଅଧା କର୍ମଚାରୀଙ୍କୁ ମସ୍କ ଛଟେଇ କରିଛନ୍ତି। ଏବେ କମ୍ପାନୀରେ ୩,୭୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଅଛନ୍ତି। ଶେନନ୍‌ ଲୁ ନାମକ ଜଣେ ମହିଳା ୬ ମାସର ଗର୍ଭବତୀ ଥିବାବେଳେ ହଠାତ୍‌ ମସ୍କଙ୍କ ଏହି ନିଷ୍ପତ୍ତି ଯୋଗୁ ସେ ଚାକିରି ହରାଇଛନ୍ତି। ଏହାପରେ ନିଜ ଭିତରେ ଥିବା ରାଗକୁ ପ୍ରକାଶ କରିବା ପାଇଁ ସେ ଟ୍ୱିଟରର ସାହାରା ନେଇଛନ୍ତି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କକୁ କୋର୍ଟରେ ଦେଖା ହେବା କଥା କହିଛନ୍ତି। ଟ୍ୱିଟରରେ ଡାଟା ସାଇନ୍ସ ମ୍ୟାନେଜର ପଦବୀରେ ଥିବା ଶେନନ୍‌, ମସ୍କଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଧମକ ଦେବା ସହ ଏନେଇ ଶପଥ ମଧ୍ୟ ନେଇଛନ୍ତି। 

Advertisment

ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ପ୍ରଥମେ ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ କମ୍ପାନୀ ମେଟା (Meta)ରେ କାର୍ଯ୍ୟ କରୁଥିବା ଶେନନ୍‌ ଲୁ ୨୦୨୨ ମସିହା ଜାନୁଆରୀରେ ଟ୍ୱିଟରରେ ଜଏନ୍‌ କରିଥିଲେ। ତେବେ ମସ୍କ ଟ୍ୱିଟରକୁ ନିଜ ଅଧୀନକୁ ନେବା ପରେ କର୍ମଚାରୀଙ୍କ ଛଟେଇ ଲାଗି ନିଷ୍ପତ୍ତି ନେଇଥିଲେ। ଏଥିଯୋଗୁ ଅନେକ କର୍ମଚାରୀଙ୍କୁ ସେମାନଙ୍କର ଚାକିରି ହରାଇବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ଶେନନ୍‌ ଅଛନ୍ତି। 

ପ୍ରକୃତରେ ଶେନନ୍‌ ଟ୍ୱିଟର ଉପରେ କେସ୍‌ କରିବେ କି ନାହିଁ ? ତାହା ସ୍ପଷ୍ଟ ହୋଇନାହିଁ। ହେଲେ ତା’ ପୂର୍ବରୁ ଶେନନ୍‌ କରିଥିବା ଟ୍ୱିଟ ଗୁଡ଼ିକୁ ହଟାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ଟ୍ୱିଟ୍‌ କରି ଶେନନ୍‌ ଲେଖିଥିଲେ ଯେ, ‘ଟ୍ୱିଟରରେ ମୋ ଯାତ୍ରା ଏମିତି ସମୟରେ ଶେଷ ହୋଇଛି, ଯେଉଁ ସମୟରେ ମୁଁ ୬ ମାସର ଗର୍ଭବତୀ ଅଛି। ତେଣୁ ମୋର ଛୁଟି ହୋଇଗଲା।’ ସେ ଆହୁରି ଲେଖିଛନ୍ତି ଯେ, ‘ଆପଣ ସମସ୍ତଙ୍କ ସହ କାମ କରି ବହୁତ ଖୁସି ଲାଗିଲା। ଏଭଳି ଡାଟା ସାଇନ୍ସ ଟିମ୍‌ର ନେତୃତ୍ୱ ନେଇଥିବାରୁ ମୁଁ କୃତଜ୍ଞ। ଏହା ଏକ ମଜାଦାର ଯାତ୍ରା ଥିଲା #LoveWhereYouworked.'

ଶେନନ୍‌ ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଏହା ନିଶ୍ଚିତ ଭାବେ ଭେଦଭାବ। ତେଣୁ ଏହା ବିରୋଧରେ ମୁଁ ଲଢ଼ିବି। ଗତ କିଛି ମାସ ମଧ୍ୟରେ ମୋର ପ୍ରଦର୍ଶନ ଭଲ ରହିଛି। କୋର୍ଟରେ ଦେଖା ହେବ।’ ସୂଚନାଥାଉ କି, ୪୪ ବିଲିୟନ ଡଲାରରେ ଟ୍ୱିଟରକୁ ନିଜର କରିବା ପରେ ଏଲନ୍ ମସ୍କ ଗତ ଶୁକ୍ରବାର ଦିନ ପ୍ରାୟ ୫୦% କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏହାର କିଛି ସମୟ ପରେ କିଛି କର୍ମଚାରୀଙ୍କୁ ସେ କାମକୁ ଫେରିବାକୁ ନିବେଦନ କରିଥିଲେ।

Twitter Elon Musk Social Media
Advertisment
Advertisment