Advertisment

Elon Musk's Child Mission: ଛୁଆଙ୍କ ଫୌଜ ଠିଆ କରିବାକୁ ଚାହାଁନ୍ତି ଏଲନ ମସ୍କ, ବେବି ମିଶନର ପୂରା କାହାଣୀ କ’ଣ ?

ସେ ଅଧିକରୁ ଅଧିକ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି । ମସ୍କଙ୍କ ଏହି 'ଶିଶୁ ମିଶନ' କୌଣସି ସାଧାରଣ ପାରିବାରିକ ଘଟଣା ନୁହେଁ। ଏହାକୁ ତାଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଇପାରିବ। ପୃଥିବୀରେ ଜନସଂଖ୍ୟା ହ୍ରାସ ପାଉଛି ଏବଂ ଏହା ମାନବ ଜାତିର ବିଲୁପ୍ତ ହେବାର କାରଣ ହୋଇପାରେ ବୋଲି ତାଙ୍କର ମତ । ସେଥିପାଇଁ ସେ ଦୁନିଆରେ ନିଜର କହିବା ପାଇଁ ଅଧିକ ସନ୍ତାନ ଚାହୁଁଛନ୍ତି ।

author-image
Pragyan Paramita Behera
Elon Musk

Elon Musk

ଏଲନ ମସ୍କ.. ଏପରି ଜଣେ ବୁଦ୍ଧିମାନ ତଥା ସଫଳ ବ୍ୟକ୍ତିତ୍ୱ, ଯାହାଙ୍କ ନାମ ରକେଟ୍ ଠାରୁ ରୋବୋଟ୍, ଇଣ୍ଟରନେଟ୍ ଠାରୁ କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚିତ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏବେ ଏକ ନୂଆ ମିଶନ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ମାନବ ଜାତିକୁ ବଞ୍ଚାଇବା ଏହି ମିଶନର ମୂଳ ଲକ୍ଷ୍ୟ । ଏହି ମିଶନ ତାଙ୍କର ରକେଟ୍ ଉତକ୍ଷେପଣ ଅପେକ୍ଷା ଆହୁରି ଗୁରୁତ୍ୱପୂର୍ଣ୍ଣ । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସଦ୍ୟତମ ରିପୋର୍ଟରୁ ଜଣାପଡିଛି, ଏଲନ ମସ୍କଙ୍କର ୧୪ ପିଲା ଅଛନ୍ତି । ଏହି ପିଲାମାନେ ଚାରି ଜଣ ଭିନ୍ନ ଭିନ୍ନ ମହିଳାଙ୍କ ଠାରୁ ଜନ୍ମ ନେଇଛନ୍ତି । କିନ୍ତୁ ମସ୍କଙ୍କ ନିକଟତର ଲୋକମାନେ କୁହନ୍ତି ଯେ, ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ। 

Advertisment

ତଥାପି ସେ ଅଧିକରୁ ଅଧିକ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି । ମସ୍କଙ୍କ ଏହି 'ଶିଶୁ ମିଶନ' କୌଣସି ସାଧାରଣ ପାରିବାରିକ ଘଟଣା ନୁହେଁ। ଏହାକୁ ତାଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଇପାରିବ। ପୃଥିବୀରେ ଜନସଂଖ୍ୟା ହ୍ରାସ ପାଉଛି ଏବଂ ଏହା ମାନବ ଜାତିର ବିଲୁପ୍ତ ହେବାର କାରଣ ହୋଇପାରେ ବୋଲି ତାଙ୍କର ମତ । ସେଥିପାଇଁ ସେ ଦୁନିଆରେ ନିଜର କହିବା ପାଇଁ ଅଧିକ ସନ୍ତାନ ଚାହୁଁଛନ୍ତି ।

ମହିଳାଙ୍କୁ ଏହି କାମରେ ନିୟୋଜିତ କରିବାକୁ ମସ୍କ ନିଜର ସୋସିଆଲ ମିଡିଆ କମ୍ପାନୀର ସାହାଯ୍ୟ ନେଇଥାଆନ୍ତି । ଅନ୍ୟପକ୍ଷରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମହିଳାଙ୍କୁ ସରୋଗେସୀ ଆପଣାଇବା ପାଇଁ ସେ ପରାମର୍ଶ ଦେଉଛନ୍ତି । ରିପୋର୍ଟ ଅନୁସାରେ, ମସ୍କଙ୍କ ଏହି ପ୍ରୟାସ ପାଇଁ ମହିଳାଙ୍କ ମଧ୍ୟରେ ‘ହରର ଡ୍ରାମା’ ପରି ସ୍ଥିତି ଉତ୍ପନ୍ନ ହୋଇଛି, ଯେଉଁଠି ସେମାନେ ଆର୍ଥିକ ପ୍ରଲୋଭନ ଓ ଗୋପନୀୟତା ବୁଝାମଣା ଜରିଆରେ ନିଜର ପିଲାଙ୍କ ମା’କୁ ନିୟନ୍ତ୍ରିତ କରାଯାଏ ।

Advertisment

ଅଧିକ ପଢ଼ନ୍ତୁ :ଏଇଠି ଅଛି ଦୁନିଆର ସବୁଠୁ ଦାମୀ ଘର... ଦାମ୍ ଜାଣିଲେ ଉଡ଼ିଯିବ ହୋସ୍ !

ଖୁଲାସା କଲେ ଇନଫ୍ଲୁଏନ୍ସର

ନିକଟରେ ଜଣେ ୨୬ ବର୍ଷୀୟ ଇନଫ୍ଲୁଏନ୍ସର କହିଛନ୍ତି, ସେ ସେପ୍ଟେମ୍ବର ମାସରେ ମସ୍କଙ୍କ ୧୩ ତମ ପିଲାକୁ ଜନ୍ମ ଦେଇଛନ୍ତି । ସେ ଗର୍ଭବତୀ ଥିବା ସମୟରେ ମସ୍କ ତାଙ୍କୁ ଅନେକ ମେସେଜ କରୁଥିଲେ, ଆଉ ସେ ଅନେକ ପିଲାର ବାପା ହେବାପାଇଁ ଇଚ୍ଛା ରଖୁଥିବା ମେସେଜରେ କହୁଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଅନେକ ଥର ଗର୍ଭବତୀ ହେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଭବିଷ୍ୟତରେ ସରୋଗେଟ ମାଧ୍ୟମରେ ସନ୍ତାନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ଯୋଜନାରେ କାମ କରିବାକୁ କହିଥିଲେ । ସେ ଏକ ମେସେଜରେ କହିଥିଲେ, ବିନାଶ ପୂର୍ବରୁ ଲିଜନ ସ୍ତରରେ ପହଞ୍ଚି ସରୋଗେସି ମାଧ୍ୟମରେ ଅଧିକରୁ ଅଧିକ ପିଲା ଜନ୍ମ କରିବାର ସମୟ ଆସିଛି । ଫଳରେ କଥିତ ରୂପରେ ସଭ୍ୟତାର ପତନକୁ ରୋକା ଯାଇପାରିବ । ଲିଜନ ଏକ ରୋମାନ ସୈନ୍ୟ ସମ୍ମନ୍ଧୀୟ ଶବ୍ଦ, ଯାହାର ଅର୍ଥ ହଜାର ହଜାର ସେନା ।

ଗୋପନୀୟ ବୁଝାମଣା ଓ ଟଙ୍କାର ଖେଳ

ଅନ୍ୟପକ୍ଷରେ ସନ୍ତାନ ଜନ୍ମ କରିବା ପାଇଁ ସଂପୃକ୍ତ ଇନଫ୍ଲୁଏନ୍ସରକୁ ପ୍ରତି ମାସରେ ୧୦ ଡଲାରରୁ ୧୫ ନିୟୁତ ଡଲାର ପ୍ରଦାନ କରାଯାଇଥିଲା । ହେଲେ ଏଥିପାଇଁ ତାଙ୍କୁ ଅନେକ କଣ୍ଟ୍ରାକ୍ଟରେ ଦସ୍ତଖତ କରିବାକୁ ପଡ଼ିଥିଲା, ଯହିଁରୁ ଗୋଟିଏ ହେଲା ପିଲାଟିର ଜନ୍ମ ପ୍ରମାଣପତ୍ରରେ ଏଲନ ମସ୍କଙ୍କ ନାଁ ରହିବ ନାହିଁ । ପିଲାଟିକୁ ଏଲନ ମସ୍କଙ୍କ ସନ୍ତାନ ବୋଲି ସାର୍ବଜନୀନ କରାଯିବ ନାହିଁ । ଯଦିଓ ସେ ଗୋପନୀୟତା ଚୁକ୍ତିନାମାରେ ସ୍ବାକ୍ଷର କରି ନଥିଲେ, ତଥାପି ଆଇନଗତ ଦଲିଲରୁ ମସ୍କଙ୍କ ନାମ ହଟାଇ ଦେଇଥିଲେ । ଏଥିପାଇଁ ତାଙ୍କର ମାସିକ ସହାୟତା ୪୦,୦୦୦ ଡଲାରରୁ ହ୍ରାସ ପାଇ ୨୦,୦୦୦ ଡଲାର କରି ଦିଆଯାଇଥିଲା ।

କେତେ ପିଲାର ବାପା ଏଲନ ମସ୍କ ?

ରିପୋର୍ଟ ଅନୁସାରେ, ଦଳ ଦଳ ମହିଳାମାନଙ୍କ ସହିତ ଯୋଗାଯୋଗ କରନ୍ତି ଏଲନ ମସ୍କ ଏବଂ ସେମାନଙ୍କୁ ସରୋଗେଟ ମାଆ ହେବା ପାଇଁ ଉତ୍ସାହିତ କରନ୍ତି । ଏହା ପୂର୍ବରୁ ଟିଫାନି ଫୋଙ୍ଗ ମସ୍କଙ୍କ ଦ୍ୱାରା ପଠା ଯାଇଥିବା ଅଫର ଗୁଡ଼ିକୁ ସାର୍ବଜନୀନ କରିଥିଲେ, ଯାହା ପରେ ମସ୍କ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ। ଏବେ ସୁଦ୍ଧା ଏଲନ ମସ୍କଙ୍କର ୧୪ ସନ୍ତାନ ଅଛନ୍ତି । ଆଉ ସେମାନଙ୍କ ମା’ ହେଲେ ଏସଲି ସେଣ୍ଟ କ୍ଲେୟର, ଗାୟିକା ଗ୍ରାଇନ୍ସ, ଶିବୋନ ଜିଲିସ ଓ ପୂର୍ବ ପତ୍ନୀ ଜଷ୍ଟିନ ମସ୍କ ।

ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା ମଧ୍ୟ ହୋଇଛି, ଯେଉଁଥିରେ କୁହାଯାଇଛି, ମସ୍କ ଜାପାନର ଜଣେ ମହିଳାଙ୍କୁ ନିଜର ସ୍ପର୍ମ ପ୍ରଦାନ କରିଛନ୍ତି । ଜାପାନୀ ଅଧିକାରୀଙ୍କ ଅନୁରୋଧ କ୍ରମରେ ଏହି ପଦକ୍ଷେପ ନିଆଯାଇଥିଲା । ତେବେ ଏବେ ସୁଦ୍ଧା ସେହି ମହିଳାଙ୍କ ପରିଚୟ ସମ୍ପର୍କରେ କୌଣସି ବିବରଣୀ ନାହିଁ । ମସ୍କ ଏହି ପ୍ରକ୍ରିୟାକୁ ନୋ ରୋମାନ୍ସ, ଜଷ୍ଟ ସ୍ପର୍ମ ବୋଲି କହିଛନ୍ତି । ମସ୍କ ବିଶ୍ୱାସ କରନ୍ତି ଯେ, ଯଦି ବୁଦ୍ଧିମାନ ଏବଂ ଦକ୍ଷ ଲୋକମାନେ ଅଧିକ ସନ୍ତାନ ଜନ୍ମ ନ କରନ୍ତି, ତେବେ ମାନବ ସଭ୍ୟତା ଧ୍ୱଂସ ପାଇଯିବ। ସେଥିପାଇଁ ସେମାନେ ନିଜେ ଅଧିକରୁ ଅଧିକ ସନ୍ତାନ ଜନ୍ମ ଦିଗରେ ଯୋଜନା କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି କରିବାକୁ ଉତ୍ସାହିତ କରୁଛନ୍ତି।

ଶିବୋନ ଜିଲିସଙ୍କୁ ବିଶେଷ ଅଧିକାର

ଶିବୋନ ଜିଲିସଙ୍କ ଠାରୁ ମସ୍କଙ୍କର ୪ଟି ପିଲା ଜନ୍ମ ନେଇଛନ୍ତି । ଏଥିପାଇଁ ତାଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । ସେ ମସ୍କଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୁଅନ୍ତି, ଯେପରିକି ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଟିଂ ଓ ଏକ ଅନର୍ଜାତୀୟ ଉଦଘାଟନ, ଯେଉଁଠି ଅନେକ ଦିଗଜ ଉପସ୍ଥିତ ଥିଲେ ।

ମେରିଟ୍ରୋକେସି ଆଡରେ ଆମନ୍ତ୍ରଣ

ଅନେକ ମହିଳା ଦାବି କରିଛନ୍ତି, ମସ୍କଙ୍କ ଟିମ୍ ଟଙ୍କା ଓ ଶକ୍ତ ଗୋପନୀୟତା ବୁଝାମଣା କରି ସମସ୍ତ ଜିନିଷ ନିୟନ୍ତ୍ରଣ କରନ୍ତି । ଜାରେଡ୍ ବର୍ଚେଲ୍ ମସ୍କଙ୍କ ଏହି ବ୍ୟକ୍ତିଗତ ମିଶନକୁ ପରିଚାଳନା କରୁଛନ୍ତି । ମସ୍କଙ୍କ ଦୀର୍ଘକାଳୀନ ବିଶ୍ୱସ୍ତ ସହଯୋଗୀ ହେଉଛନ୍ତି ଜାରେଡ୍ ବର୍ଚେଲ୍ । ସେ ମସ୍କଙ୍କ ପରିବାର କାର୍ଯ୍ୟାଳୟ ଚଳାଉଛନ୍ତି ଏବଂ ଯିଏ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ୨୫୦ ନିୟୁତ ଡଲାରର ଏକ ଚୁକ୍ତି ମଧ୍ୟ ପରିଚାଳନା କରିଛନ୍ତି । ସେ ଏହି ସିଷ୍ଟମକୁ ମେରିଟ୍ରୋକେସି ନାମ ଦେଇଛନ୍ତି, ଯେଉଁଥିରେ ଭଲ କାମ କରୁଥିବା ଲୋକଙ୍କୁ ଲାଭ ମିଳେ ।

ଜନସଂଖ୍ୟା ବୃଦ୍ଧିକୁ ନେଇ ମସ୍କଙ୍କ ତର୍କ

ମସ୍କ ସବୁବେଳେ କହନ୍ତି, ହ୍ରାସ ପାଉଥିବା ଜନସଂଖ୍ୟା ଡର ଯୋଗୁଁ ମାନବ ସମାଜ ଉପରେ ସଙ୍କଟ ଘନେଇ ଆସୁଛି । ସ୍ମାର୍ଟ ଲୋକଙ୍କ ଠାରୁ ଅଧିକ ପିଲା ଜନ୍ମ ହେଲେ ଦୁନିଆର ଭବିଷ୍ୟତ ସୁରକ୍ଷିତ ରହିବ । ଏଥିପାଇଁ ଶିକ୍ଷିତ ଲୋକମାନେ ଅଧିକ ପିଲା ଜନ୍ମ କରିବା ଉଚିତ। ଏହି ଚିନ୍ତାଧାରାରୁ ଏହା ସ୍ପଷ୍ଟ ଯେ, ମସ୍କ କେବଳ ସଂଖ୍ୟା ବୃଦ୍ଧିରେ ନୁହେଁ ବରଂ ଗୁଣବତ୍ତା ନିୟନ୍ତ୍ରଣରେ ମଧ୍ୟ ବିଶ୍ୱାସ କରନ୍ତି ।

WSJ ରିପୋର୍ଟରେ ତାଙ୍କର ଜଣେ ବନ୍ଧୁ ମାର୍ଟିନ୍ ଭାରସାଭସ୍କି କହିଛନ୍ତି 'ଯଦି ପିଲା ନଥିବେ, ତେବେ ଭବିଷ୍ୟତ ରହିବ ନାହିଁ।' ଅନ୍ୟ ସମସ୍ତ ସମସ୍ୟା ଅନାବଶ୍ୟକ ହୋଇଯିବ। ମସ୍କ ନିଜେ ଏହି ଧାରଣାକୁ ଅନେକ ଥର ଦୋହରାଇଛନ୍ତି। ୨୦୨୩ ମସିହାରେ ସାଉଦି ଆରବରେ ଏକ ନିବେଶ ସମ୍ମିଳନୀରେ ସେ କହିଥିଲେ, 'ଯଦି ତୁମେ ନୂତନ ମଣିଷ ସୃଷ୍ଟି ନ କର, ତେବେ ମାନବତା ରହିବ ନାହିଁ। କେବଳ ପଲିସିରେ କିଛି ସୁଫଳ ମିଳିବ ନାହିଁ ।

ମସ୍କ ଟେକ୍ସାସର ଅଷ୍ଟିନରେ ଏକ ଘରୋଇ କମ୍ପାଉଣ୍ଡ ନିର୍ମାଣ କରିଛନ୍ତି। ଏଠାରେ ସେ ଅନେକ ମହିଳା ଏବଂ ସେମାନଙ୍କ ପିଲାମାନଙ୍କୁ ଏକାଠି ରଖିବାକୁ ଯୋଜନା କରିଛନ୍ତି। ତାଙ୍କର ଘନିଷ୍ଠ ସହଯୋଗୀ, ନ୍ୟୁରାଲିଙ୍କର ଶିବନ୍ ଗିଲିସ୍ ସେଠାରେ ରୁହନ୍ତି। ଶିବନଙ୍କଠାରୁ ମସ୍କଙ୍କର ଚାରୋଟି ସନ୍ତାନ ଅଛନ୍ତି । ମସ୍କ ଗାୟକ ଗ୍ରାଇମ୍ସ ଏବଂ ଆଶଲିଙ୍କୁ ସେଠାକୁ ସ୍ଥାନାନ୍ତରିତ ହେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉଭୟ ମହିଳା ଏହାକୁ ଅସ୍ୱୀକାର କରିଥିଲେ।

ଏହି ସମଗ୍ର ଘଟଣା କେବଳ ମସ୍କଙ୍କ ପିଲାଙ୍କ ମଧ୍ୟରେ ସୀମିତ ନୁହେଁ। ରିପୋର୍ଟ କହୁଛି ଯେ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ତାଙ୍କର ରାଜନୈତିକ ସ୍ଥିତି ଏବଂ ଭବିଷ୍ୟତ ଯୋଜନା ସହିତ ଜଡିତ। ମସ୍କ ଏବେ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ। ଏହା ଟ୍ରମ୍ପ ପ୍ରଶାସନ ଅଧୀନରେ ସୃଷ୍ଟି ହୋଇଥିବା ଏକ ନୂତନ ସରକାରୀ ପ୍ରତିଷ୍ଠାନ। ସେ ଏକ୍ସ (ପୂର୍ବରୁ ଟ୍ୱିଟର)ର ମଧ୍ୟ ମାଲିକ, ଯେଉଁଠାରୁ ସେ ତାଙ୍କର ବିଚାରଧାରା ପ୍ରଚାର କରନ୍ତି ।

ଅଧିକ ପଢ଼ନ୍ତୁ : AI ସାହାଯ୍ୟରେ ଜନ୍ମହେଲା ବିଶ୍ୱର ପ୍ରଥମ ଶିଶୁ ; ଜାଣନ୍ତୁ କେମିତି ?

Elon Musk Newborn Baby United States Of America Surrogacy Surrogate Mother
Advertisment
Advertisment