Advertisment

Musk leaves Trump administration: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରୁ କାହିଁକି ଇସ୍ତଫା ଦେଲେ ଏଲନ୍ ମସ୍କ; ଜଣା ପଡ଼ିଲା କାରଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ। ଟ୍ରମ୍ପ ଆଣିଥିବା ବଜେଟ ବିଲକୁ ନେଇ ସେ ଖୁସି ନଥିବାରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Elon Musk

Elon Musk

ଦୀର୍ଘ ଦିନର ବ୍ୟବଧାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାତ ଛାଡିଛନ୍ତି ତାଙ୍କର ସବୁଠୁ ବଡ ସହଯୋଗୀ ଏଲନ ମସ୍କ । ଭାଙ୍ଗିଛି ଟ୍ରମ୍ପ ଓ ମସ୍କଙ୍କ ଚର୍ଚ୍ଚିତ ଯୋଡି । ବିଲିୟନାରୀ ଟେସଲା ସିଇଓ ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି  । ‘‘ଜଣେ ସ୍ୱତନ୍ତ୍ର କର୍ମଚାରୀ ଭାବେ ମୋର ସମୟ ଶେଷ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି । DOGE ମିଶନ ସମୟ ସହିତ ଆହୁରି ଶକ୍ତିଶାଳୀ ହେବ’’ ବୋଲି ଏକ୍ସରେ ଲେଖି ଇସ୍ତଫା ଦେବା ସମ୍ପର୍କରେ ସୂଚନା ଦେଇଛନ୍ତି । 

Advertisment

ଟ୍ରମ୍ପ ସରକାରଙ୍କ DOGE ର ମୁଖ୍ୟ ପଦ ସମ୍ଭାଳିଥିଲେ ମସ୍କ । DOGE ରେ ମସ୍କଙ୍କ ୧୩୦ ଦିନର କାର୍ଯ୍ୟକାଳ ମେ ୩୦ରେ ଶେଷ ହେବାକୁ ଯାଉଥିଲା । ଏହା ପୂର୍ବରୁ ହିଁ ମସ୍କ ଇସ୍ତଫା ଦେଇଛନ୍ତି । ତେବେ ଟ୍ରମ୍ପଙ୍କ ଶାସନରେ ସେ ଖୁସି ନଥିବା ଯୋଗୁଁ ମସ୍କ ଏପରି ଅଚାନକ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ: ସ୍କାଏ ଡାଇଭିଂ କରି ୧୦ ହଜାର ଫୁଟ ତଳକୁ ଡେଇଁଲେ ମହିଳା; ଜାଣନ୍ତୁ କ’ଣ ରହିଛି କାରଣ

Advertisment

ମିଳିଥିବା ସୂଚନା ମୁତାବକ, ମସ୍କ ଇସ୍ତଫା ଦେବା ପୂର୍ବରୁ ଟ୍ରମ୍ପଙ୍କ ସହ ସିଧାସଳଖ କୌଣସି ଆଲୋଚନା କରିନଥିଲେ । ଅନ୍ୟପଟେ ଟ୍ରମ୍ପଙ୍କ ବଜେଟ ବିଲକୁ ନେଇ ସନ୍ତୁଷ୍ଟ ନଥିଲେ ମସ୍କ । ବଜେଟ ବିଲକୁ ଟ୍ରମ୍ପ କହିଥିବା ‘ବଡ ଓ ସୁନ୍ଦର ବିଲ୍‌’କୁ ମସ୍କ ସମାଲୋଚନା କରିଥିଲେ । ସେ ଏହି ବିଲକୁ ନେଇ ନିରାଶ ଥିବା କହିଥିଲେ । ଏକ ସାକ୍ଷାତକାରରେ ଟ୍ରମ୍ପଙ୍କ ନୂଆ ବଜେଟ ବିଲ୍ ସଂଘୀୟ ନିଅଣ୍ଟ ବୃଦ୍ଧି କରିବା ସହିତ DOGE ର କାର୍ଯ୍ୟକୁ ଆହୁରି ଦୁର୍ବଳ କରିବ ବୋଲି କହିଥିଲେ ମସ୍କ । ‘‘କୌଣସି ବିଲ୍ ବଡ କିମ୍ବା ସୁନ୍ଦର ହୋଇ ପାରେ, କିନ୍ତୁ ମୁଁ ଭାବୁନି ଏହି ଦୁଇଟା ଭିତରୁ ବଜେଟ ବିଲ୍ କିଛି ବି ହୋଇଥିବ’’ ବୋଲି ମଙ୍ଗଳବାର ସିବିଏସରେ ଇଣ୍ଟରଭିୟୁରେ ମସ୍କ କହିଥିବା ବେଳେ ତା ପରଦିନ ଟ୍ରମ୍ପ ଓଭାଲ ଅଫିସରେ ଭାଷଣ ଦେବା ବେଳେ କହିଥିଲେ ଯେ, ମୁଁ କିଛି ଦିଗକୁ ନେଇ ଏହି ବିଲରେ ଖୁସି ନାହିଁ । କିନ୍ତୁ ଅନ୍ୟ ଦିଗକୁ ଦେଖିବାକୁ ଗଲେ ମୁଁ ବହୁତ ଉତ୍ସାହିତ ଅଛି । ଦେଖିବା ଆଗକୁ କଣ ହେଉଛି । ଆମକୁ ଆଗକୁ ବଢିବାର ଅଛି ।

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

Tesla CEO Elon Musk US President Donald Trump
Advertisment
Advertisment