Advertisment

Skydiving Tragedy: ସ୍କାଏ ଡାଇଭିଂ କରି ୧୦ ହଜାର ଫୁଟ ତଳକୁ ଡେଇଁଲେ ମହିଳା; ଜାଣନ୍ତୁ କ’ଣ ରହିଛି କାରଣ

ୟୁକେର ଜଣେ ୩୨ ବର୍ଷୀୟା ମହିଳା ସ୍କାଏଡାଇଭର ତାଙ୍କ ବୟଫ୍ରେଣ୍ଡଙ୍କ ସହ ବ୍ରେକ ଅପ ହେବା ପରେ ୧୦ ହଜାର ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Skydiver

Skydiver

ବୟଫେଣ୍ଡ ସହ ବ୍ରେକ ଅପ ପରେ ସହି ପାରିଲେନି ମହିଳା । ଶେଷରେ ୧୦ ହଜାର ଫୁଟ ତଳକୁ ଡେଇଁ ହାରିଲେ ଜୀବନ । ୟୁକେର ଜଣେ ୩୨ ବର୍ଷୀୟା ମହିଳା ସ୍କାଏଡାଇଭର ୧୦ ହଜାର ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଜେଡ ଡାମାରେଲ ଜଣେ ଅଭିଜ୍ଞ ସ୍କାଏ ଡାଇଭର । ସେ ସାଉଥ ୱେଲ୍ସରେ ରହୁଥିଲେ । ସେ ଗତ ୬ ମାସ ତଳେ ବେନ୍ ଗୁଡଫେଲୋଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମଧ୍ୟ ଜଣେ ସ୍କାଏଡାଇଭର । ସେମାନେ ୬ ମାସ ଧରି ଉଭୟ ସମ୍ପର୍କରେ ରହିଥିଲେ । କିନ୍ତୁ କୌଣସି କାରଣବଶତଃ ଘଟଣା ଘଟିବାର ପୂର୍ବ ରାତିରେ ତାଙ୍କ ବୟଫ୍ରେଣ୍ଡ ବେନ୍ ଗୁଡଫେଲୋ ତାଙ୍କ ସହ ବ୍ରେକ ଅପ କରିଥିଲେ । ହେଲେ, ଏହି ବ୍ରେକ ଅପ ତାଙ୍କ ପାଇଁ ଏତେ ଅସହ୍ୟ ଥିଲା ଯେ, ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି  ନେଲେ । 

Advertisment

ଉଭୟଙ୍କର ଜଣେ କମନ ସାଙ୍ଗ କହିଛନ୍ତି, ସେମାନେ ଉଭୟ ବହୁ ସମୟ ଧରି ଏକାଠି ରହୁଥିଲେ । ଏକାଠି ସ୍କାଏ ଡାଇଭ କରୁଥିଲେ । ଏପରିକି ଉଭୟଙ୍କର ଅନ୍ୟ କାହା ସହ ମଧ୍ୟ ସମ୍ପର୍କ ନଥିଲା । ସେମାନେ ଗତ ଖ୍ରୀଷ୍ଟମାସ ପୂର୍ବରୁ ହିଁ ଉଭୟ ରିଲେସନଶିପକୁ ଆସିଥିଲେଏବଂ ଏକାଠି ରହିବା ଆରମ୍ଭ କରିଥିଲେ । କିନ୍ତୁ ଗତ ରାତିରେ ବେନ୍ ତାଙ୍କ ସହ ବ୍ରେକ ଅପ କରିଥିଲେ ଏବଂ ତା’ପର ଦିନ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ହେଲେ, ଜେଡ ତାଙ୍କ ଜୀବନ ହାରିଦେଲେ ।

ଅଧିକ ପଢ଼ନ୍ତୁ: କେଶ ପ୍ରତିରୋପଣ ସର୍ଜରୀ କଲେ ଦାନ୍ତ ଡାକ୍ତର; ଚାଲିଗଲା ଦୁଇ ଇଞ୍ଜିନିୟରଙ୍କ ଜୀବନ

Advertisment

ତେବେ ଆତ୍ମହତ୍ୟା ମଧ୍ୟ ସେ ସ୍କାଏ ଡାଇଭିଂ କରି କରିଛନ୍ତି । ଫରକ ଏତିକି ଯେ, ସେ ତାଙ୍କ ପାରାଚ୍ୟୁଟ ଖୋଲି ନଥିଲେ । ଯାହା ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣା ପଡିଛି । ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ପରେ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡିଥିଲା । ଜେଡଙ୍କର ଜଣେ ସାଙ୍ଗ କହିଛନ୍ତି ଯେ, ପୋଲିସ୍ ଜେଡଙ୍କ ପାଖରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି ଏବଂ ପାରିପାଶ୍ୱିର୍କ ପରିସ୍ଥିତିରୁ ଜେଡ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

Suicide Bid United Kingdom Breakup Skydiver
Advertisment
Advertisment