Advertisment

Flight Turbulence: ମଝି ଆକାଶରେ ଦୋହଲିଲା ବିମାନ; ଅନେକ ଯାତ୍ରୀ ଆହତ, ହସ୍ପିଟାଲରେ ଭର୍ତ୍ତି

ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡ଼ାମ୍ ଅଭିମୁଖେ ଯାଉଥିବା ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ କରିଥିଲା। ଯାହା ଫଳରେ ବିମାନଟି ହଲିଥିଲା। ଏବଂ ଏଥିରେ ୨୫ ଜଣ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

author-image
Chinmayee Sahoo
turbulence

turbulence

ବୁଧବାର ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡ଼ାମ୍ ଅଭିମୁଖେ ଯାଉଥିବା ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ମଝି ଆକାଶରେ ବିମାନ ଦୋହଲିଥିଲା। ଯାହା ଫଳରେ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବିମାନ ହଲିବା ଯୋଗୁ ବିମାନଟି ମିନେସୋଟାର ମିନେଆପୋଲିସ୍-ସେଣ୍ଟ ପଲ୍‌ରେ ଜରୁରୀ ଅବତରଣ ପାଇଁ ଡାଇଭର୍ଟ କରାଯାଇଥିଲା। ଫ୍ଲାଇଟ୍ DL56 ମିନେଆପୋଲିସ୍-ସେଣ୍ଟ ପଲ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା। ଏହା ପରେ ଆହତ ହୋଇଥିବା ୨୫ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା ଜଣାପଡ଼ିନଥିଲା।

Advertisment

ଡେଲ୍ଟା ଏକ ବିବୃତିରେ କହିଛି ଯେ ମଝି ଆକାଶରେ ବିମାନ ହଲିବା ଯୋଗୁଁ ଫ୍ଲାଇଟ୍ DL56 ମିନେଆପୋଲିସ୍-ସେଣ୍ଟ ପଲ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା ଏବଂ ସେଠାରେ ପହଞ୍ଚିବା ପରେ ମେଡିକାଲ ଟିମ୍‌ ବିମାନ କ୍ରୁଙ୍କୁ ସାକ୍ଷାତ କରିଥିଲେ ଏବଂ ୨୫ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା।

ବିମାନଟି ସ୍ଥାନୀୟ ସମୟ ସନ୍ଧ୍ୟା ୭:୨୫ରେ ଅବତରଣ କରିଥିଲା। ମିନେଆପୋଲିସ୍-ସେଣ୍ଟ ପଲ୍ ବିମାନବନ୍ଦରରେ ଅଗ୍ନିଶମ କର୍ମଚାରୀ ଏବଂ ପାରାମେଡିକ୍‌ମାନେ ବିମାନଟି ଗେଟ୍‌ରେ ପହଞ୍ଚିବା ପରେ ଆବଶ୍ୟକତା ଥିବା ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ଏହା ପରେ କିଛି ଯାତ୍ରୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

Advertisment

ଅନେକ ସମୟରେ ମଝି ଆକାଶରେ ଫ୍ଲାଇଟ୍ ଟର୍ବୁଲେନ୍ସ ହୁଏ। ଏହା ପବନର ଗତି ଓ ଦିଗରେ ପରିବର୍ତ୍ତନ ହେତୁ ହୁଏ, ଯାହା ଫଳରେ ବିମାନ ଦୋହଲିଥାଏ। ୨୦୨୪ ମେ ମାସରେ, ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଭୀଷଣ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ଖସିଲା F-35 ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

Flight Services
Advertisment
Advertisment