• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୃତ୍ୟ ନିପୁଣା ଯୁବତୀଙ୍କ ପାଇଁ କାଳ ସାଜିଲା ମଶା । ସାମାନ୍ୟ ମଶା ପାଇଁ ସାଧାରଣ ଜୀବନ ଜିଉଁଥିବା ଜଣେ ଯୁବତୀଙ୍କ ଦୁନିଆ କ୍ଷଣିକରେ ବଦଳି ଯାଇଛି । ଯେଉଁ ଗୋଡ଼ରେ ହାତରେ ବିଭିନ୍ନ ଅଙ୍ଗଭଙ୍ଗୀ କରି ସେ ଲୋକଙ୍କ ମନ ଜିଣୁଥିଲେ, ତାହା ଆଉ ନାହିଁ । ସେ ସବୁ ଦିନ ପାଇଁ ଭିନ୍ନକ୍ଷମ ହୋଇଯାଇଛନ୍ତି । ଦକ୍ଷିଣ ଲଣ୍ଡନର କାମ୍ବରୱେଲରେ ନିବାସୀ ଟାଟିଆନା ଟିମନ୍ (Tatiana Timon)ଙ୍କ ସହ ବଡ଼ ଦୁର୍ଘଟଣା ହୋଇଛି ।

ଅଧିକ ପଢ଼ନ୍ତୁ: ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ନୃତ୍ୟକୁ ନିଜ ଠାରୁ ଅଧିକ ଭଲ ପାଆନ୍ତ ଟାଟିଆନା ଟିମନ୍ । ଡ୍ୟାନ୍ସ ତାଙ୍କ ପାଇଁ ଜୀବନ । ଜଣେ ନାମକରା ନୃତ୍ୟଶିଳ୍ପୀ ଭାବରେ ସେ ବେଶ୍‌ ସୁନାମ ମଧ୍ୟ ଅର୍ଜନ କରିଛନ୍ତି । ହେଲେ କିଛି ଦିନ ଛୁଟିରେ ଥିବାବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇ ଯାଇଛି । ୨୦୨୨, ମେ ମାସରେ ଅଙ୍ଗୋଲା ଅଞ୍ଚଳକୁ ନୃତ୍ୟ ପରିବେଷଣ କରିବା ପାଇଁ ଯାତ୍ରା କରିଥିଲେ ଟାଟିଆନା । ସେ ତାଙ୍କ ଡ୍ୟାନ୍ସଫର୍ମ କିଜୋମ୍ବା ନୃତ୍ୟରେ ନିପୁଣ ଥିଲେ। ସେଠାରେ କିଛି ସମୟ କାଟିବା ପାଇଁ ସେ ବାହାରି ଯାଇଥିଲେ । ହେଲେ ସେଠାରେ ଏପରି କିଛି ଘଟିଲା, ତାଙ୍କୁ ନାଚିବା କଷ୍ଟକର ହୋଇଗଲା ।

ସେଠାରେ ୧୦ ଦିନ ତାଲିମ ନେବା ପରେ ଫେରି ଆସିଥିଲେ ଟାଟିଆନା । ହେଲେ ନିଜ ଦେଶକୁ ଫେରିବା ପରେ ସବୁ କିଛି ବଦଳି ଯାଇଥିଲା । ବିଦେଶରୁ ସେ ନିଜ ସହ ମ୍ୟାଲେରିଆ ନେଇ ଆସିଥିଲେ । ହେଲେ ତାଙ୍କୁ ମ୍ୟାଲେରିଆ ହୋଇଥିବା ସେ ଆଦୌ ଜାଣି ନଥିଲେ । ସମସ୍ତ ଲକ୍ଷଣକୁ କୋଭିଡ ସହିତ ଯୋଡି ଦେଖୁଥିଲେ । ଆଉ ସେଥିପାଇଁ କରୋନା ଚିକିତ୍ସା କରାଇଥିଲେ ।

ହେଲେ କିଛି ଦିନ ଭିତରେ ସେ ଏତେ ଦୁର୍ବଳ ହୋଇଗଲେ ଯେ ବାଥରୁମ ଯିବାକୁ ମଧ୍ୟ ଅସମର୍ଥ ହୋଇଗଲେ । ପରେ ତାଙ୍କର ଜଣେ ବନ୍ଧୁ ଆମ୍ବୁଲାନ୍ସ  ଡାକି ଡାକ୍ତରଖାନା ନେଇଥିଲେ । ଟେଷ୍ଟ୍‌ କରିବା ପରେ ଜଣାପଡ଼ିଲା ତାଙ୍କୁ ମ୍ୟାଲେରିଆ ହୋଇଛି । ତାଙ୍କର ରୋଗ ଏତେ ବଢ଼ି ଯାଇଥିଲା ଯେ, ସେ ସେପସିସର ଶିକାର ହେଲେ । ତାଙ୍କୁ ବେହୋସ୍‌ କରିବା ପାଇଁ ଡାକ୍ତର ଔଷଧ ଦେଇଥିଲେ ।

ଟାଟିଆନାଙ୍କ ଜୀବନ ବଞ୍ଚାଇବା ପାଇଁ ତଥା ସେପସିସକୁ ରୋକିବା ପାଇଁ ଡାକ୍ତରୀ ଟିମ୍‌କୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଶେଷରେ ଟାଟିଆନାଙ୍କ ଗୋଡ ଏବଂ ବାହୁ ହାତ କଟାଯାଇଥିଲା । ଜୀବନରେ ଡ୍ୟାନ୍ସ ଯାହା ପାଇଁ ସବୁ କିଛି ଥିଲା, ତାଙ୍କର ଚେତା ଫେରିବା ବେଳକୁ ସବୁକିଛି ବଦଳି ଯାଇଥିଲା ।

ତେବେ ଗୋଡ଼ ହାତ ହରାଇବା ପରେ ମଧ୍ୟ ହାରିଯାଇ ନାହାନ୍ତି ଟାଟିଆନା । ନିଜ କାମ ନିଜେ କରିବା ସେ ସଂଘର୍ଷ କରୁଛନ୍ତି । ସକାରାତ୍ମକ ମନୋଭାବ ନେଇ ସେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି ।

ଅଧିକ ପଢ଼ନ୍ତୁ | କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ! ହେଲେ କାହିଁକି ? ଆପଣ ହେଉଛନ୍ତି କି ମଶାର ଶିକାର...