Advertisment

ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Mosquito Bite Left Man in Coma for 4 Weeks

Man has 2 toes amputed 30 operation and 4 weeks coma after being bitten by mosquito

ଆଜିକାଲି ଅନେକ ଲୋକ ମଶା ଦ୍ୱାରା ଅସୁବିଧାରେ ପଡୁଛନ୍ତି। ବେଳେବେଳେ ଗୋଟିଏ ମଶା ବି ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ନେଇଯାଇପାରୁଛି। କେତେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଦୁନିଆରେ ସର୍ବାଧିକ ସଂଖ୍ୟକ ମଣିଷକୁ ହତ୍ୟା କରୁଥିବା କୀଟ ହେଉଛି ମଶା। ତେବେ ଆସନ୍ତୁ ଜାଣିବା ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଯାହାଙ୍କ ଜୀବନ ମଶା ଦ୍ୱାରା ନଷ୍ଟ ହୋଇଯାଇଛି।

Advertisment

ମଶା ଅନେକ ରୋଗର କାରଣ ବୋଲ୍ ଆପଣ ନିଶ୍ଚିତ ଜାଣିଛନ୍ତି। ମଶା ଦ୍ୱାରା ହେଉଥିବା ବିଭିନ୍ନ ରୋଗ ବିଷୟରେ ଆପଣ ବି ଅବଗତ ଥିବେ। କିନ୍ତୁ ଏମିତି ବିପଜ୍ଜନକ ମଶା ଅଛନ୍ତି ଯିଏ କାମୁଡିଲେ ଜଣେ ବ୍ୟକ୍ତିଙ୍କୁ ୩୦ଟି ଅପରେସନ୍ କରିବାକୁ ହୁଏ ଏବଂ ୪ ସପ୍ତାହ କୋମାରେ ରହିବାକୁ ହୁଏ ଏ ବିଷୟରେ ଜାଣି ନଥିବେ। ଜର୍ମାନୀରେ ରହୁଥିବା ସେବେଶିୟନ ରାଟସଚକ୍‌ଙ୍କୁ ଏକ ଏସିଆନ୍ ଟାଇଗର ପ୍ରଜାତିର ମଶା କାମୁଡି ତାଙ୍କୁ ପ୍ରାୟ ମୃତ୍ୟୁ ମୁଖରେ ପକାଇ ଦେଇଛି।

ଅଧିକ ପଢ଼ନ୍ତୁ: ଜାସୁସ ମଶା ପଛରେ ଲେଖାଯାଇଛି ସଂଖ୍ୟା, ଦୁଇ ଦୁଇଟି ପୋଷ୍ଟ ହେଉଛି ଭାଇରାଲ

Advertisment

ମଶା ରକ୍ତରେ ବିଷ ଥିଲା:

ରୋଡରମାର୍କରେ ରହୁଥିବା ୨୭ ବର୍ଷିୟ ସେବେଶିୟନ ରାଟସଚକ୍‌ଙ୍କୁ ଏହି ମଶା କାମୁଡ଼ିବା ଫଳରେ ତାଙ୍କ ରକ୍ତରେ ବିଷ ଚହଟି ଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ସେ ସଂକ୍ରମଣ ହେବା ପରେ ତାଙ୍କର ଯକୃତ, କିଡ୍‌ନୀ, ଫୁସଫୁସ ଆଉ କାମ କଲା ନାହିଁ।

୨୦୨୧ ମସିହାରେ ତାଙ୍କୁ ଏକ ମଶା କାମୁଡ଼ିଥିଲା ଏବଂ ତାଙ୍କୁ ବାମ ଜଙ୍ଘରେ ଚର୍ମ ପ୍ରତିରୋପଣ କରିବାକୁ ପଡିଥିଲା। ପ୍ରଥମେ ଏହାର ଲକ୍ଷଣ ଫ୍ଲୁ ଭଳି ଥିଲା ଆଉ ସେ ଅସୁସ୍ଥ ହେବାକୁ ଲାଗିଲେ। ସେ ଖାଇ ପାରିଲେ ନାହିଁ କି ବେଡ୍‌ରୁ ଉଠି ପାରିଲେ ନାହିଁ। ସେ ଅନୁଭବ କରୁଥିଲେ ଆଉ ବଞ୍ଚିବା ସମ୍ଭବ ନୁହେଁ।

ମଶା ଦେଲା ସାରା ଜୀବନ ପାଇଁ ଯନ୍ତ୍ରଣା:

ସେରାଟିଆ ନାମକ ଜୀବାଣୁ ତାଙ୍କ ବାମ ଜଙ୍ଘରେ ଆକ୍ରମଣ କରିଥିଲା ଏବଂ ଜଙ୍ଘର ଅଧା ଖାଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ ଏସିଆନ ଟାଇଗର ମଶା କାମୁଡ଼ିବା କାରଣରୁ ଏଭଳି ଲକ୍ଷଣ ଦେଖାଯାଏ। ତାଙ୍କର ମୋଟ ୩୦ଟି ଅପରେସନ୍ ହୋଇଥିଲା ଏବଂ ଦୁଇଟି ଆଙ୍ଗୁଠି କାଟି ଦିଆଯାଇଥିଲା। ସେ ୪ ସପ୍ତାହ କୋମାରେ ରହିଲେ ଏବଂ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିଥିଲେ।

ବର୍ତ୍ତମାନ ସେ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଯେ ଏହି ବିପଜ୍ଜନକ ସଂକ୍ରମଣ ପାଇଁ ଠିକ୍ ସମୟରେ ଡାକ୍ତରଙ୍କ ପାଖକୁ ଯିବା ହେଉଛି ଏକମାତ୍ର ଉପଶମ। ଏକ ମଶାର ସାମାନ୍ୟ କାମୁଡା ହିଁ ଆପଣଙ୍କ ଜୀବନକୁ ବିପଦରେ ପକେଇପାରେ।

Mosquito Mosquitoes Ajab Gajab
Advertisment
Advertisment