Advertisment

ପାକିସ୍ତାନ ଛାଡ଼ି ପଳାଇଲେ ଇମ୍ରାନ ଖାନଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ !

ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍‌ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
Close Friend Of Imran Khan's Wife Flees To Dubai

Close Friend Of Imran Khan's Wife Flees To Dubai

ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍‌ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଯଦି ପାକିସ୍ତାନରେ ନୂଆ ସରକାର ଗଠନ ହୁଏ, ତା’ହେଲେ ବୁଶ୍‌ରା ଗିରଫ ହୋଇପାରନ୍ତି। ତେଣୁ ଗିରଫ ଭୟରେ ସେ ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଛି। ବୁଶ୍‌ରାଙ୍କ ସ୍ୱାମୀ ଅଶନ୍‌ ଜାମିଲ୍‌ ଗୁଜ୍ଜର ମଧ୍ୟ ଆମେରିକା ପଳାଇଥିବା ଜଣାପଡ଼ିଛି। 

Advertisment

ନ୍ୟୁଜ୍‌ପେପର The Express Tribuneର ରିପୋର୍ଟ ଅନୁସାରେ, ପରାହ ରବିବାର ଦିନ ଦୁବାଇ ପଳାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଅଫିସରମାନଙ୍କ ବଦଳି ଓ ସେମାନଙ୍କ ଇଚ୍ଛା ମୁତାବକ ପୋଷ୍ଟିଂ କରାଇ ଦେବା ପାଇଁ ପରାହ ବିପୁଳ ପରିମାଣର ଟଙ୍କା ନେଇଥିଲେ। ପାକିସ୍ତାନୀ ମୁଦ୍ରା ଅନୁସାରେ ପାଖାପାଖି ସେ ୬ ବିଲିୟନ ନେଇଥିବା ଅଭିଯୋଗ ହୋଇଛି।

ଇମ୍ରାନ ଓ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶ ଅନୁସାରେ, ପରାହ ଏସବୁ ଦୁର୍ନୀତି କରିଥିବା Pakistan Muslim League (N)ର ଉପାଧ୍ୟକ୍ଷ ନୱାଜ ଶରିଫ୍‌ଙ୍କ ଝିଅ  Maryam Nawaz ଦାବି କରିଛନ୍ତି। Maryamଙ୍କ କହିବା ଅନୁସାରେ, ଯଦି ଗୋଟିଏ ଥର ତାଙ୍କ ହାତରୁ କ୍ଷମତା ଚାଲିଯାଏ, ତା’ହେଲେ ତାଙ୍କର ସବୁ କଳାକାରନାମାର ପର୍ଦ୍ଦାଫାଶ ହୋଇଯିବ। ଏନେଇ ଇମ୍ରାନ ଖାନଙ୍କ ଭୟ ରହିଛି। ଇମ୍ରାନଙ୍କ ଆହୁରି ଅନେକ ଘନିଷ୍ଠ ବନ୍ଧୁ ପାକିସ୍ତାନ ଛାଡ଼ି ପଳାଇବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। 

Advertisment

ସେପଟେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ଇମ୍ରାନ ଖାନ ପ୍ରସ୍ତାବ ଦେଇଛନ୍ତି। ଗୁଲଜାର ଅହମ୍ମଦ ହେଉଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି। ତେହରିକ୍-ଏ-ଇନସାଫ୍ ପାର୍ଟିର କୋର କମିଟି ଅହମ୍ମଦଙ୍କ ନାଁ ଉପରେ ମୋହର ମାରିଥିଲା। ଯାହାପରେ ଇମ୍ରାନ ଖାନ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଇଥିବା ଦଳର ନେତା ଫୱଦ ଚୌଧୁରୀ କହିଛନ୍ତି। 

ସୂଚନାଥାଉ କି, ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ପ୍ରସ୍ତାବକୁ ପାକିସ୍ତାନର ସଂସଦ ପ୍ରତ୍ୟାଖ୍ୟାନ କରିଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ଉପବାଚସ୍ପତି କାସୀମ ଖାନ ସୁରୀ ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଛନ୍ତି।

Imran Khan Pak PM Imran Khan
Advertisment
Advertisment