Advertisment

ପାକିସ୍ତାନ ରାଜନୀତିରେ ଘଣ୍ଟାକେ ଘୋଡ଼ା ଛୁଟୁଛି; ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ଇମ୍ରାନ ଖାନ

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

author-image
Otv Khabar Bureau
Imran Khan Nominates Former Chief Justice Of Pakistan As Caretaker PM

Imran Khan Nominates Former Chief Justice Of Pakistan As Caretaker PM

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ଗୁଲଜାର ଅହମ୍ମଦ ହେଉଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି। ତେହରିକ୍-ଏ-ଇନସାଫ୍ ପାର୍ଟିର କୋର କମିଟି ଅହମ୍ମଦଙ୍କ ନାଁ ଉପରେ ମୋହର ମାରିଥିଲା । ଯାହାପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଇଥିବା ଦଳର ନେତା ଫୱଦ ଚୌଧୁରୀ କହିଛନ୍ତି ।

Advertisment

ସରକାରଙ୍କ ବିରୋଧରେ ରାୟ ହେଉ ଅବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଶୁଣାଣି, ସବୁବେଳେ ଗୁଲଜାର ଅହମ୍ମଦ ଚର୍ଚ୍ଚାରେ ରହିଆସିଛନ୍ତି ।

ଅନ୍ୟପକ୍ଷେ, ସୁପ୍ରିମକୋର୍ଟ ପାକିସ୍ତାନର ରାଜନୈତିକ ସଙ୍କଟ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି । ଆଜି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ । ଏହାସହ ନାସନାଲ ଆସେମ୍ୱଲିର ଉପ ବାଚସ୍ପତିଙ୍କ ରାୟର ଆଇନଗତ ଦିଗ ଉପରେ ମଧ୍ୟ ଦୃଷ୍ଟି ଦେବେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ ।

Advertisment

ଏହାରି ମଧ୍ୟରେ ନିର୍ବାଚନ ଘୋଷଣା ପରେ ମଧ୍ୟ ସୁପ୍ରିମକୋର୍ଟ ଯିବା ପାଇଁ ବିରୋଧୀ ଦଳର ନିଷ୍ପତ୍ତିକୁ ଇମ୍ରାନ ବିରୋଧ କରିଛନ୍ତି । କେବଳ ଏତିକି ନୁହେଁ ଏହା ପ୍ରତିବାଦରେ ସେ ଇସଲାମାବାଦରେ ଧର୍ମଘଟ କରିବେ ବୋଲି ମଧ୍ୟ କହିଛନ୍ତି ।

Pakistan Imran Khan
Advertisment
Advertisment