/odishatv-khabar/media/post_attachments/uploadimage/library/16_9/16_9_0/imran_1648971272.jpg)
imran
ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ପ୍ରସ୍ତାବକୁ ପାକିସ୍ତାନର ସଂସଦ ପ୍ରତ୍ୟାଖ୍ୟାନ କରିଛି । ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ଉପବାଚସ୍ପତି କାସୀମ ଖାନ ସୁରୀ ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଛନ୍ତି । ପାକିସ୍ତାନ ସରକାରକୁ ହଟାଇବାକୁ ଅନ୍ୟ କୌଣସି ଦେଶର ଅଧିକାର ନାହିଁ ବୋଲି କହିଛନ୍ତି । ଏହି ନିଷ୍ପତ୍ତି ଶୁଣାଇ ଉପବାଚସ୍ପତି ଆତ୍ମବିଶ୍ୱାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ଇମ୍ରାନଙ୍କ ସୁପାରିସ
ତେବେ ଏହାରି ଭିତରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ସହ ସାନି ନିର୍ବାଚନ ପାଇଁ ମଧ୍ୟ ସୁପାରିସ କଲେ ଇମ୍ରାନ୍ସା । ସାନି ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିବା ନେଇ ସୂଚନା ମିଳିଛି । ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି ।
୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ଥିଲା ୧୭୨ ଭୋଟ୍ । ଶାସକ ଦଳ ପାକିସ୍ତାନ ତେହେରିକ-ଇନସାଫ ତଥା PTI ର ଦୁଇ ଡଜନ୍ରୁ ଅଧିକ ସାଂସଦ ବିଦ୍ରୋହ ଘୋଷଣା କରିବା ଏବଂ ମୁଖ୍ୟ ସହଯୋଗୀ ଦଳ MQM-P ପାକିସ୍ତାନ ପିପୁଲ୍ସ ପାର୍ଟି ସହ ହାତ ମିଳାଇବା ପରେ ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ହୋଇଯାଇଥିଲା, ହେଲେ ସବୁ ବାଜି ପଲଟି ଯାଇଛି ।
ତେବେ ପରାଜୟ ଭୟରେ ଇମ୍ରାନ୍ ନୂଆ ଚାଲ୍ ଖେଳିଥିଲେ । ଅବିଶ୍ୱାସ ଭୋଟ ବିରୋଧରେ ପ୍ରଦର୍ଶନ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ରାସ୍ତାକୁ ଓହ୍ଲାଇ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେବା ସହ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ । ଏହି ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ରହିଛି ବୋଲି ପୂର୍ବରୁ କହିଥିଲେ ଇମ୍ରାନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)