Advertisment

କଟକଣା କୋହଳ ପରେ ଚୀନ୍‌ରେ କରୋନା ସଂକ୍ରମଣ ଭୟଙ୍କର:ହସ୍ପିଟାଲ୍‌ରେ ମିଳୁନି ବେଡ୍‌,ଶ୍ମଶାନରେ ପଡ଼ି ରହୁଛି ଶବ...

ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ ସମଗ୍ର ଚୀନକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China Covid 19 Outbreak

China Witnesses Surge In Covid Cases

କଟକଣା କୋହଳ ହୋଇଛି କି ନାହିଁ, ଚୀନ୍‌ରେ ଭୟଙ୍କର ରୂପ ଧାରଣ କରିଛି କରୋନା ସଂକ୍ରମଣ। ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ ସମଗ୍ର ଚୀନକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି। ଚୀନରେ ୬୦% ଲୋକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କ ପାଇଁ ଜାଗା ନଥିବା ବେଳେ ଶ୍ମଶାନରେ ସଂସ୍କାର ହୋଇନପାରି ପଡ଼ି ରହୁଛି ଶହ ଶହ ଶବ।

Advertisment

ଅତି ଗୁରୁତର ନଥିଲେ ଆମ୍ବୁଲାନ୍ସ ନଡାକିବାକୁ ଜନସାଧାରଣଙ୍କୁ କହିଛନ୍ତି ସି. ଜିନପିଙ୍ଗ ପ୍ରଶାସନ। ଏସବୁ ସତ୍ତ୍ୱେ ମଧ୍ୟ ଦୈନିକ ଅତି କମ୍‌ରେ ୩୦ ହଜାର କଲ୍ ଆସୁଛି। ଏଥିରୁ ଜଣାପଡ଼ୁଛି, ଚୀନରେ କୋଭିଡ୍ ସ୍ଥିତି କେତେ ଉଦ୍‌ବେଗଜନକ। ତେବେ ମେଡିକାଲ ସରଞ୍ଜାମ, ଷ୍ଟାଫ୍‌ ଓ କେମିକାଲ ଅଭାବରୁ ବାଧ୍ୟତାମୂଳକ ଟେଷ୍ଟିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଫଳରେ ସରକାରୀ ଭାବେ ପ୍ରକାଶ ପାଉଥିବା ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ବାସ୍ତବ କ୍ଷେତ୍ରରେ କରୋନା ଭୟଙ୍କର ଭାବେ ମାଡ଼ି ଚାଲିଛି। ଆସନ୍ତା ଦେଢ଼ମାସ ମଧ୍ୟରେ ଚୀନ୍‌ର ୬୦ ଭାଗ ଲୋକ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ କୋଭିଡ୍‌ରେ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି।  ସେହିପରି  ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

Advertisment

ବେଜିଂ ଉପକଣ୍ଠ ଡଙ୍ଗଜିଆ ଓ ଶ୍ମଶାନରେ ମୃତଦେହ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଏଠାରେ କାମ କରୁଥିବା ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ଏଠାରେ ଦିନ ଓ ରାତିର କିଛି ପ୍ରଭେଦ ନାହିଁ। ୨୪ ଘଣ୍ଟା ଚାଲୁଛି ଅନ୍ତିମ ସଂସ୍କାର। ପୂର୍ବରୁ ଦୈନିକ ୩୦ରୁ ୪୦ ମୃତଦେହ ଆସୁଥିବା ବେଳେ, ଏବେ ସଂଖ୍ୟା ୨ ଶହ ଟପିଛି। ସବୁ ମୃତଦେହର ସଂସ୍କାର ହୋଇପାରୁନଥିବାରୁ ହଜାର ହଜାର ମୃତଦେହ ଶବାଗାରରେ ପଡ଼ି ରହିଛି।

ଅନ୍ୟପକ୍ଷେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଥିବାରୁ  ହାତ ଟେକି ଦେବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ଅର୍ଥାତ୍ ସଂକ୍ରମଣ ରୋକିବାକୁ କୌଣସି ପଦକ୍ଷେପ ନିଆଯିବ ନାହିଁ। ଯେଉଁମାନେ ସଂକ୍ରମିତ ହେବାର ଥିବ ହୋଇଯିବେ, ସେହିପରି ଯେଉଁମାନଙ୍କର ମୃତ୍ୟୁ ହେବାର ଥିବ ମରିଯିବେ।  ମହାମାରୀ ସମ୍ପୂର୍ଣ୍ଣ ଚୀନ୍‌କୁ ଛୁଇଁଗଲା ପରେ ଯେତେ ଶୀଘ୍ର ସମ୍ଭବ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପଡ଼ିବ ବୋଲି ଚୀନ ସରକାର ଯୋଜନା କରିଛନ୍ତି।

Coronavirus COVID19
Advertisment
Advertisment