• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜହ୍ନରେ ଘର କରିବ ଚୀନ । ହଁ ଆଜ୍ଞା ଆଗାମୀ ୫ ବର୍ଷ ଭିତରେ ଜହ୍ନରେ କୋଠା ଠିଆ କରିବ ଚାଇନା । ଏଥିପାଇଁ ଚୀନ୍ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ଘର ପାଇଁ ଚାଇନା ଚାନ୍ଦର ମାଟିରେ ଇଟା ତିଆରି କରିବ । ଚୀନର ଗଣମାଧ୍ୟମ ରିପୋର୍ଟ ଆନୁସାରେ ୧୦୦ରୁ ଅଧିକ ଚୀନ ବୈଜ୍ଞାନିକ ଏନେଇ ଗବେଷଣା କରୁଛନ୍ତି । କନଫରେନସିଂ ମାଧ୍ୟମରେ ଜହ୍ନରେ କନଷ୍ଟ୍ରକ୍ସନ ଆରମ୍ଭ କରିବା ନେଇ ଚର୍ଚ୍ଚା ଚାଲିଛି ।

ଖାଲି ସେତିକି ନୁହେଁ, ଜହ୍ନରେ ଇଟା ପ୍ରସ୍ତୁତ କରିବାକୁ ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟକୁ ଡିଜାଇନ୍ କରିଛି । ଏହି ରୋବଟ ସେଠାରେ ପହଞ୍ଚି ଇଟା ତିଆରି କରିବ । ପରେ ଜହ୍ନରେ ତିଆରି ହେବ ଘର । ପୂର୍ବରୁ ଜହ୍ନରେ ଘର ତିଆରି କରିବା ନେଇ ଚୀନ ସବୁବେଳେ ରିସର୍ଚ୍ଚ ଜାରି ରଖିଛି । ଜହ୍ନରେ ନିଜର ଠିକଣା ତିଆରି କରିବାକୁ ପ୍ରୟାସ ଜାରି ରଖିଛି ।

ଦେଖନ୍ତୁ ଭିଡିଓ | ଚୀନ ତିଆରି କରୁଛି ନକଲି ସୂର୍ଯ୍ୟ !!

ନିକଟରେ ଚାଇନା ଜହ୍ନରେ ଘର ତିଆରି କରିବାକୁ ନେଇ ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିପାଇଁ ଚାଇନାର ୧୦୦ ବୈଜ୍ଞାନିକ ଏକାଠି ହୋଇଥିଲେ । ଏନେଇ ରିସର୍ଚ୍ଚ କରିବା ସହ ଉହାନରେ ଏକ କନଫରେନ୍ସ କରିଥିଲେ । ହୋଇଥିବା ସେହି ବୈଠକରେ ଜହ୍ନରେ କିପରି କନଷ୍ଟ୍ରକ୍ସନ କରାଯାଇପାରିବ ସେନେଇ ଚର୍ଚ୍ଚା ହୋଇଥିଲା ।

ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟ ଜହ୍ନ ମାଟିରେ ପହଞ୍ଚି ସେଠାରେ ଇଟା ତିଆରି କରିବ ବୋଲି କୁହାଯାଉଛି । ହେଲେ ଚାଇନାକୁ ଏହା କରିବାକୁ ହେଲେ ଅନେକ ଅନୁବିଧାର ସମ୍ମୁଖିନ ହେବାକୁ ହେବ । କାରଣ ଜହ୍ନରେ ପାଣିର ଅଭାବ ରହିଛି । ତାହା ସହ ଜହ୍ନରେ ବାରମ୍ୱାର ଭୂମିକମ୍ପ ମଧ୍ୟ ହୋଇଥାଏ । ତେଣୁ ଚୀନକୁ ସେଠାରେ ଘର ତୋଳିବାକୁ ନିଶ୍ଚୟ କଷ୍ଟସାଧ୍ୟ ହେବ ।

୨୦୨୫ ମସିହା ସୁଦ୍ଧା ଚୀନ ଚାନ୍ଦରେ ଘର କରିବକୁ ଯୋଜନା କରିଛି । ପୂର୍ବରୁ ମଧ୍ୟ ଚୀନ ଜହ୍ନରେ ପହଞ୍ଚି ସାରିଛି । change-5 ମିଶନ ଜରିଆରେ ଜହ୍ନରୁ ମାଟି ସଂଗ୍ରହ କରିଥିଲା ଚାଇନା । ସେହିପରି ୨୦୨୬ରେ ଚୀନ ଜହ୍ନରେ ଘର କରିବାକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ । change-5 ମିଶନ ଲଞ୍ଚ କରିବା ସହ ଜହ୍ନରେ ପାଣି ଅଛି କି ନାହିଁ ସନ୍ଧାନ କରିବ । ତା’ପରେ ଘର ତିଆରି କରିବ ଚୀନ। ତେବେ କେଉଁ ବର୍ଷ ଏହି ମିଶନ ସମ୍ପୂର୍ଣ୍ଣ ସଫଳ ହେବ, ସେ ବାବଦରେ କିଛି ସୂଚନା ଦିଆଯାଇନାହିଁ।

ଅଧିକ ପଢ଼ନ୍ତୁ: ସ୍ୱତନ୍ତ୍ର ଶୈଳୀରେ ୨୦୫୦ ସୁଦ୍ଧା ଅଲଟ୍ରା ସ୍ମାର୍ଟ ସହର ! ଉଡ଼ିବ ଗାଡ଼ି, ମିଳିବ କୃତ୍ରିମ ଜହ୍ନ କିରଣ