Advertisment

Case on Trump: ଶପଥ ଗ୍ରହଣର କିଛି ମିନିଟ ମଧ୍ୟରେ ଟ୍ରମ୍ପଙ୍କ ନାମରେ ମାମଲା

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆମେରିକାର ସବୁଠାରୁ ବଡ କର୍ମଚାରୀ ସଙ୍ଗଠନ ଡୋଜ (DOGE) ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।

trump

trump

Advertisment

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆମେରିକାର ସବୁଠାରୁ ବଡ କର୍ମଚାରୀ ସଙ୍ଗଠନ ଡୋଜ (DOGE) ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ନିକଟରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରମ୍ପ ଏହି ବିଭାଗର ଦାୟିତ୍ବ ଏଲନ ମସ୍କଙ୍କୁ ଦେଇଥିଲେ। ବିଲିୟନ ଡଲାରର ସରକାରୀ ରାଜସ୍ବ ବଞ୍ଚାଇବା ପାଇଁ ଟ୍ରମ୍ପ ଏହି ପଦକ୍ଷେପ ନେଇଥିବା ବେଳେ ଏହାକୁ ନେଇ ମାମଲା ରୁଜୁ କରାଯାଇଛି ।

Advertisment

ଆମେରିକା ଫେଡେରସନ ଅଫ ଗଭର୍ନମେଣ୍ଟ ଏମ୍ପ୍ଲଇଜ (AFGE) ଓ ପବ୍ଲିକ ସିଟିଜେନ ନାମକ ସଂସ୍ଥା ପକ୍ଷରୁ ମିଳିତ ଭାବେର ଏହି ମାମଲା ରୁଜୁ କରାଯାଇଛି। AFGEର ଅଭିଯୋଗ ଅନୁସାରେ ଡୋଜର କର୍ମଚାରୀଙ୍କୁ ବିଦା କରିବା ଲାଗି ଟ୍ରମ୍ପ ଓ ମସ୍କ ଯୋଜନା କରୁଛନ୍ତି। ଡୋଜ ପରାମର୍ଶଦାତା କମିଟିର ଯାହାବି ନିୟମ ରହିଛି ତାକୁ ପାଳନ କରୁ ନାହାନ୍ତି ବୋଲି ଅଭିଯୋଗ କରାଯାଇଛି। ଉଭୟ ଟ୍ରମ୍ପ ଓ ମସ୍କ ୨ ଟ୍ରିଲିୟନ ଅର୍ଥ ରାଶି ବଞ୍ଚାଇବାକୁ ଏହି ଯୋଜନା କରୁଛନ୍ତି ବୋଲି ଅଭିଯୋଗ ଆସିଛି।

ଅଧିକ ପଢ଼ନ୍ତୁ: ଅବସର ନେବା ପରେ କ’ଣ କରନ୍ତି ଆମେରିକା ରାଷ୍ଟ୍ରପତି ? କେମିତି କରନ୍ତି ରୋଜଗାର ?

Advertisment

ଏପରି ହେଲେ ଅନେକ ଲୋକ ନିଜର ଚାକିରି ହରାଇବାର ସମ୍ଭାବନା ରହିଛି। ତେଣୁ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି ଅନେକ ସରକାରୀ କର୍ମଚାରୀ। ମସ୍କଙ୍କୁ ଡୋଜରେ କାମ କରିବାକୁ ରୋକାଯାଉ ବୋଲି କୋର୍ଟରେ ଅପିଲ କରାଯାଇଛି। ୨୦ ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଆମେରିକା ରାଜନୀତିର ନୂତନ ଯୁଗ ଆରମ୍ଭ ହେଲା ବୋଲି କହିଥିଲେ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆମେରିକା ଏହାର ସ୍ଥାନ ପୁନର୍ବାର ହାସଲ କରିବ।

ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର କିଛି ମିନିଟ ମଧ୍ୟରେ ଆମେରିକାର ସମସ୍ତ ସୀମାକୁ ସିଲ କରାଯିବ ବୋଲି ହ୍ବାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଥିଲା। ଅବୈଧ ଅନୁପ୍ରବେଶକୁ ରୋକିବା ଦିଗରେ ଟ୍ରମ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ପ୍ରଥମ ମାସରେ ଟ୍ରମ୍ପ ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଟାରିଫ ୧୦ ପ୍ରତିଶତ ବୃଦ୍ଧି କରିଥିଲେ। ଟ୍ରମ୍ପ ପ୍ରଥମେ ଆଉଟଡୋରରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଖରାପ ପାଣିପାଗ କାରଣରୁ ଶେଷ ମୁହୂର୍ତ୍ତରେ ଏହାକୁ ବଦଳା ଯାଇଥିଲା। ୪୦ ବର୍ଷ ପରେ ଦ୍ବିତୀୟ ରାଷ୍ଟ୍ରପତି ଭାବେ ସେ କ୍ୟପିଟଲ ହିଲ୍ସରେ ଶପଥ ଗ୍ରହଣ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଶାସନ

Donald Trump Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ