Advertisment

Russia Ukraine War: ରୁଷର କାଜାନ୍ ଉପରେ ୟୁକ୍ରେନର କାମାକାଜି ଆଟାକ୍; ତାଜା ହେଲା 9/11 ଆତଙ୍କୀ ହମଲା କଥା

୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା ବେଳେ, ଗୋଟିଏ ଡ୍ରୋନ୍ ନଦୀରେ ଖସିଛି ।

ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

Advertisment

ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲାଣି କି ରୁଷ-ୟୁକ୍ରେନ ଯୁଦ୍ଧ ? ଆଉ କେଇ ମାସ ପରେ ଏହି ଘମାଘୋଟ ଯୁଦ୍ଧକୁ ୩ ବର୍ଷ ପୂରିବ। ତେବେ ଏହାକୁ ନୂଆ ମୋଡ଼ ଦେଇଛି ୟୁକ୍ରେନର ଅଚାନକ ଡ୍ରୋନ୍ ହମଲା। ୟୁକ୍ରେନର ୮ଟି ଆତ୍ମଘାତୀ ଡ୍ରୋନ୍ ରୁଷ ସୀମାଠୁ ୧ହଜାର କିଲୋମିଟର ଭିତରକୁ ପଶି କାଜାନ୍ ସହର ଉପରେ କରିଛି ଭୟଙ୍କର ଆକ୍ରମଣ। ସୁଉଚ୍ଚ ବହୁତଳ କୋଠା ଗୁଡ଼ିକରେ ଡ୍ରୋନ୍ ମାଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ସେଗୁଡ଼ିକୁ ଦେଖିଲେ ତାଜା ହେଉଛି ଆମେରିକାରେ 9/11 ଆତଙ୍କୀ ହମଲାର କଥା।

Advertisment

୪ ଦିନ ତଳେ ରୁଷର ନ୍ୟୁକ୍ଲିଅର୍ ଚିଫ୍ ଙ୍କୁ ହତ୍ୟା । ଆଜି କାଜାନ୍ ଉପରେ ଦାଗିଲା କାମାକାଜି ଡ୍ରୋନ୍। ରୁଷ ଅଧିପତି ପୁଟିନଙ୍କୁ ୟୁକ୍ରେନର ଖୋଲା ଚାଲେଞ୍ଜ । ଆଉ ସୀମାରେ ନୁହେଁ, ଏଣିକି ଛାତିରେ ଚଢ଼ି ତାଣ୍ଡବ । ମନେ ପଡ଼ିଗଲା ୨୩ ବର୍ଷ ତଳର 9/11 ଆଟାକ୍ ।ଆଜି ସକାଳ ୭ଟା ୪୦ରୁ ୯ଟା ୨୦। ମାତ୍ର ୧ ଘଣ୍ଟା ୪୦ ମିନିଟ୍ ଭିତରେ କାଜାନ ସହରକୁ ଥରାଇଥିଲା ଡ୍ରୋନ୍ ହମଲା। ୩ ଦଫାରେ ମାଡ଼ ହୋଇଥିଲା ଆଠ ଆଠଟି ଆତ୍ମଘାତୀ କାମାକାଜି ଡ୍ରୋନ୍ ।

୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା ବେଳେ, ଗୋଟିଏ ଡ୍ରୋନ୍ ନଦୀରେ ଖସିଛି । ଯଦିଓ ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି, ତଥାପି ଡ୍ରୋନ୍ ହମଲା ଯୋଗୁଁ ହୋଇଥିବା ବିସ୍ଫୋରଣରେ ନିଆଁ ଲାଗି ସୁଉଚ୍ଚ କୋଠା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ କୋଠା ଗୁଡ଼ିକ ଖାଲି କରିବା ସହ, କାଜାନ ଏୟାରପୋର୍ଟରେ ବିମାନ ଚଳାଚଳ ବାତିଲ କରାଯାଇଛି।

Advertisment

ରୁଷ ରାଜଧାନୀ ମସ୍କୋ ଠାରୁ ମାତ୍ର ୮ଶହ କିଲୋମିଟର ଏବଂ ୟୁକ୍ରେନ୍ ସୀମା ଠାରୁ ୧୦୦୦ କିଲୋମିଟର ଦୂରରେ କାଜାନ୍। କାଜାନ୍ ହେଉଛି ରୁଷର ପଞ୍ଚମ ବୃହତ୍ତମ ସହର, ହଜାରେ ବର୍ଷ ପୁରୁଣା ଐତିହ୍ୟ ସହର ଏବଂ ତାତାରସ୍ତାନ ପ୍ରଦେଶର ରାଜଧାନୀ। ଏସବୁ ସତ୍ତ୍ବେ ପୁଟିନ ସେନା ଆଖିରେ ଧୂଳି ଦେଇ କାଜାନ୍ ଉପରେ ୮ଟି ଡ୍ରୋନ୍ ହମଲା କରିବାରେ ସଫଳ ହୋଇଛି କିଭ୍। ରୁଷ କିମ୍ବା ୟୁକ୍ରେନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି, ଭିଜୁଆଲରୁ ଏହା ତୁର୍କୀ ନିର୍ମିତ ବାୟରକ୍ତାର୍ TB2 ଡ୍ରୋନ୍ ଭଳି ଜଣାପଡ଼ୁଛି।

ଅଧିକ ପଢ଼ନ୍ତୁ: ରାମ ଗୋପାଳ ବର୍ମାଙ୍କ ପ୍ରଶ୍ନ, ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବାକୁ ସ୍ୱର୍ଗକୁ ଯିବ କି…

Advertisment

ଶୁକ୍ରବାର ରୁଷ ୟୁକ୍ରେନ ଉପରେ ୬୦ଟି ଡ୍ରୋନ୍ ଓ ୫ଟି ମିଜାଇଲ୍ ମାଡ଼ କରିଥିବା ବେଳେ, ଇଏ ତାର ବଦଲା ବୋଲି କୁହାଯାଉଛି । ସେପଟେ ଆଜି କାଜାନ୍ ଆଟାକ୍ ପରେ ପୁଣି ଜବାବୀ ହମଲାରେ ୟୁକ୍ରେନକୁ ୧୧୩ଟି ଡ୍ରୋନ୍ ପଠାଇଥିଲା ରୁଷ । ଯେଉଁଥିରୁ ଅଧା ନଷ୍ଟ ଓ ଅଧାକୁ ଜାମ୍ କରିଦେଇଛି ୟୁକ୍ରେନ୍ ସେନା।ୟୁକ୍ରେନ ସେନା ଓ ଗୁଇନ୍ଦା ମିଳିତ ଅପରେସନ କରି ୨ ମାସ ଭିତରେ ୪ ଜଣ ବରିଷ୍ଠ ରୁଷ ସେନା ଅଧିକାରୀଙ୍କୁ ସଫା କରିସାରିଲେଣି।

ତେବେ ଗତ ୧୭ ତାରିଖରେ ରୁଷର ଆଣବିକ ବିଭାଗ ମୁଖ୍ୟ ଇଗୋର କିରିଲଭଙ୍କୁ ଯେଉଁଭଳି ଭାବେ ମସ୍କୋ ଭିତରେ ବିସ୍ଫୋରଣ କରି ହତ୍ୟା କରାଗଲା, ତାହା ଦେଖି ତାଜୁବ ହୋଇଛି ବିଶ୍ବ । ସେପଟେ କିଛି ଦିନ ତଳେ ୟୁକ୍ରେନ ସହ ବୁଝାମଣା ପାଇଁ ପ୍ରସ୍ତୁତ ବୋଲି ପୁଟିନ କହିଥିବା ବେଳେ, ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଆଗକୁ କେଉଁ ମୋଡ଼ ନେବ, ତା ଉପରେ ନଜର ରହିଛି।

ଅଧିକ ପଢ଼ନ୍ତୁ: ଡରାଉଛି ରହସ୍ୟମୟ ଭାଇରସ ଡିଙ୍ଗା ଡିଙ୍ଗା, ଅଥୟ ହୋଇ ନାଚୁଛନ୍ତି ରୋଗୀ

Russia Drone Attack Ukraine Russia Ukran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ