• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ପ୍ରେମ କେତେବେଳେ ବି କେଉଁଠି ବି କାହାସହ ହୋଇପାରେ । ପ୍ରେମ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ । ଠିକ୍‌ ଏମିତି ଏକ ପ୍ରେମ କାହାଣୀ ଆମେ ସମସ୍ତଙ୍କ ସାମ୍ନାରେ ରଖୁଛୁ । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆପଣ ସୋସିଆଲ ମିଡିଆ ରେ ଏମିତି ବିରଳ ପ୍ରେମ କାହାଣୀ ଅନେକ ଦେଖିଥିବେ । ହେଲେ ଏହି ପ୍ରେମ କାହାଣୀ କୌଣସି ସାଧାରଣ ବ୍ୟକ୍ତିଙ୍କର ନୁହେଁ । ଏହି ବ୍ୟକ୍ତି ଜଣକ ଦିନେ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ଥିଲେ ।

ଆମେ କହୁଛୁ ବିଲ୍‌ ଗେଟ୍‌ସଙ୍କ କଥା । ବିଲ୍‌ଙ୍କ ପ୍ରେମ କାହାଣୀ ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ । ବିଲ୍‌ଙ୍କ ନାଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କାରଣ ମାଇକ୍ରୋସଫ୍ଟ ଭଳି ବଡ଼ କମ୍ପାନୀର ସିଇଓ ଥିଲେ ବିଲ୍‌ ଗେଟ୍‌ସ । ଏହାସହ ଅନେକ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ସେ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି । ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । 

ଅଧିକ ପଢ଼ନ୍ତୁ: ‘ମୁଁ ଆଉ ଧନୀ ହେବାକୁ ଚାହୁଁନି, ଏବେ ସବୁ ବାଣ୍ଟିବି’

ଖାଲି ସେତିକି ନୁହେଁ ସେ ତାଙ୍କ ପତ୍ନୀଙ୍କ ସହ ମିଶି ଏକ ଫାଉଣ୍ଡେସନ୍ ମଧ୍ୟ ଚଳାଉଛନ୍ତି । ପତ୍ନୀଙ୍କ ସହ ୩୦ ବର୍ଷ ଧରି ବୈବାହିକ ଜୀବନ ବିତାଇବା ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ବିଲ୍‌ । ହେଲେ ତାପରେ ବି ଏହି ବିଲ୍‌ ଆଣ୍ଡ ମିଲିନ୍ଦା ଗେଟ୍‌ସ ଫାଉଣ୍ଡେସନ୍‌ ଚାଲିଛି । ଗତ ମେ ୨୦୨୧ରେ ମିଲିନ୍ଦାଙ୍କୁ ଛାଡ଼ପତ୍ର ଦେଇଥିଲେ ବିଲ୍, ଅଗଷ୍ଟ ୨୦୨୧ ସୁଦ୍ଧା ସେମାନେ ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ । 

ତେବେ ଇଏତ ଏଥିଲା ମୋଟାମୋଟି ବିଲ୍‌ ଗେଟ୍‌ସଙ୍କ କଥା । ଏବେ ଆଲୋଚନା କରିବା ତାଙ୍କ ନୂଆ ପ୍ରେମ କାହାଣୀ ବିଷୟରେ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ବିଲ୍‌ ଏବେ ପାଉଲା ହୁର୍ଡଙ୍କ ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଅନେକ ସ୍ଥାନରେ ତାଙ୍କୁ ଏକାଠି ଦେଖିବାକୁ ମିଳୁଛି । ପାଉଲ ହେଉଛନ୍ତି ମାର୍କ ହୁର୍ଡଙ୍କ ବିଧବା ପତ୍ନୀ । ଆଉ ମାର୍କ ହୁର୍ଡ ହେଉଛନ୍ତି ଓରାକଲ୍‌ ସଫ୍ଟଓୟାର କମ୍ପାନୀର ସିଇଓ, ଯିଏ କି ୨୦୧୯ରୁ ମୃତ୍ୟୁ ବରଣ କରିସାରିଛନ୍ତି ।

ଏକ ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ୬୭ ବର୍ଷିୟ ବିଲ୍‌ ଗେଟ୍‌ସ ଏବେ ୬୦ ବର୍ଷିୟ ପାଉଲ ହୁର୍ଡଙ୍କ ପ୍ରେମରେ ପଡ଼ିଛନ୍ତି । ସେମାନେ ପରସ୍ପରକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍‌ କଚୁଛନ୍ତି । ଏହାକୁ ସେମାନେ ଖୋଲା ଖୋଲି ସ୍ୱୀକାର କରୁନଥିଲେ ବି ଉଭୟ ପ୍ରେମରେ ଥିବା ସ୍ପଷ୍ଟ ବାରି ହେଉଛି । ଉଭୟଙ୍କର ଟେନିସ ପ୍ରତି ଦୁର୍ବଳତା ରହିଛି । ଗତ ଅଷ୍ଟ୍ରେଲିଆନ୍‌ ଓପନ୍‌ ବେଳେ ଉଭୟଙ୍କୁ ଏକାଠି ଓ ଅତି ନିଟକତର ଥିବା ଦେଖାଯାଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ତାଙ୍କ ସେମାନଙ୍କ ପିଲାମାନେ ମଧ୍ୟ ଜାଣି ନାହାନ୍ତି ।