ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ । ରାଷ୍ଟ୍ରପତି ନିର୍ବାଚନରୁ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ସ୍ଥାନରେ ସେ ରାଷ୍ଟ୍ରପତି ଦୌଡ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍ଙ୍କ ନାମ ରଖିଥିଲେ ।
ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା । ତେବେ ବାଇଡେନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାଇଡେନ ନିଜେ ଭାବପ୍ରବଣ ହୋଇପଡ଼ିଥିଲେ ।
Also Read
Nowhere else on Earth could a kid with a stutter from modest beginnings one day sit behind the Resolute Desk as your president.
— President Biden (@POTUS) July 25, 2024
But here I am.
That is what’s so special about America. pic.twitter.com/BMRHgJ7KAR
ବୈଠକରେ ବାଇଡେନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ତାଙ୍କ ସହ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବାର କାରଣ ଦର୍ଶାଇଥିଲେ । ଦେଶକୁ ସମ୍ବୋଧିତ କଲା ବେଳେ ସେ ଭାବପ୍ରବଣ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା ।
ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା । ଏହା ସବ ଅବଶିଷ୍ଟ କାର୍ଯ୍ୟକାଳ ସେ ଦେଶବାସୀଙ୍କ ସେବା ଉଦ୍ଦେଶ୍ୟରେ ଜାରି ରଖିବେ ବୋଲି କହିଥିଲେ । ସେ ନିଜ କାର୍ଯ୍ୟକାଳର ଅବଶିଷ୍ଟ ସମୟରେ ଦେଶ ପାଇଁ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ୮୧ ବର୍ଷୀୟ ଏହି ରାଷ୍ଟ୍ରପତି ନିଜ ରାଜନୈତିକ ଜୀବନ ବିଷୟରେ କହିବା ବେଳେ ଭାବପ୍ରବଣ ହୋଇଯାଇଥିଲେ ।
Join me as I deliver an address from the Oval Office. https://t.co/MPTTLv6nyn
— President Biden (@POTUS) July 24, 2024
୫୦ ବର୍ଷରୁ ଅଧିକ ସମୟ ଧରି ଆମେରିକାର ସେବା କରିବା ନିହାତି ଗୌରବର କଥା ବୋଲି ସେ କହିଥିଲେ । ଏହା ହିଁ ମୋ ଜୀବନର ପରମ ସୌଭାଗ୍ୟ ବୋଲି ସେ କହିଥିଲେ । ଏହି ଅଭିଭାଷଣରେ ସେ ଦେଶ ପାଇଁ କୃତଜ୍ଞ ଥିବା କଥା କହିଥିଲେ । ଏହା ସହ ନିଜ ସମର୍ଥକଙ୍କୁ ସେ କମଳା ହାରିସଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।
ଗଣତନ୍ତ୍ର ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱାର୍ଥ ସବୁବେଳେ ଉଚ୍ଚରେ ବୋଲି ସେ କହିଥିଲେ । ଏହି ସମୟରେ ହ୍ୱାଇଟ ହାଉସରେ ଶତାଧିକ ପ୍ରଶାସନିକ ଅଧିକାରୀ ସମବେତ ହୋଇଥିଲେ । ବାଇଡେନ ନିଜର ମନ୍ତବ୍ୟ ସମାପ୍ତ କରିବା ପରେ ଅନେକ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।
Outside the White House tonight, listening to Biden’s speech on an FM radio.
— Jesse Lee (@JesseCharlesLee) July 25, 2024
Thank you, @JoeBiden. pic.twitter.com/QnzNvS5EDY
ଏହା ପରେ ସେ ନିଜର କର୍ମଚାରୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ହ୍ୱାଇଟ୍ ହାଉସ ବାହାରେ ବାଇଡେନଙ୍କ ସମର୍ଥକମାନେ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ନେତୃତ୍ୱ ପ୍ରତି ସେମାନଙ୍କର ପ୍ରଶଂସା ଏବଂ ସମ୍ମାନ ପ୍ରକାଶ କରିଥିଲେ । ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ମଧ୍ୟ ସୋସିଆଲ ମିଡିଆରେ ସମର୍ଥକଙ୍କୁ କୃତଜ୍ଞତା ଜଣାଇଥିଲେ ।
Cheers and applause (and music) emanate from the White House Rose Garden where @JoeBiden spoke after his address to the nation. pic.twitter.com/1DtvpJulc0
— Jeff Mason (@jeffmason1) July 25, 2024