/odishatv-khabar/media/post_attachments/uploadimage/library/16_9/16_9_0/pakistan_1747796117.jpg)
pakistan
ଅଟ୍ଟାରୀ ବର୍ଡରରେ ପୁଣି ଥରେ ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି। ଆଜିଠାରୁ ସାଧାରଣ ଲୋକଙ୍କୁ ଏହା ଦେଖିବାକୁ ଅନୁମତି ଥିବା ବେଳେ, ଗତକାଲି କେବଳ ଗଣମାଧ୍ୟମ ପ୍ରତିନିଧି ମାନେ ଏହାର ସାକ୍ଷୀ ବନିଥିଲେ। କେବଳ ଅଟ୍ଟାରୀ ଚେକପୋଷ୍ଟ ନୁହେଁ, ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ୩ଟି ଯାକ ଜଏଣ୍ଟ ଚେକ୍ ପୋଷ୍ଟରେ ହୋଇଛି ବିଟିଂ ରିଟ୍ରିଟ୍ ସେରିମନି।
ଅଧିକ ପଢ଼ନ୍ତୁ: ଭାରତର ଆଉ ଏକ ପ୍ରହାର; ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ବ୍ୟାନ୍
ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ଉତ୍ସବ ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ।
ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ତିକ୍ତତା ଯୋଗୁ ଗତ ୮ ତାରିଖରେ ଧ୍ବଜାବତରଣ ସମାରୋହକୁ ସଂକୁଚିତ କରିଥିଲା ବିଏସ୍ଏଫ୍ । ପ୍ରତିଦିନ ସୂର୍ଯ୍ୟାସ୍ତ ବେଳେ ଧ୍ବଜାବତରଣ କରାଯାଉଥିଲେ ବି, ଏହା ଦେଖିବାକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ବ୍ୟବସାୟ ଓ ରୋଜଗାର ପ୍ରଭାବିତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)