/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747219465.jpg)
Abdul Hamid Fled Thailand
ବାଂଲାଦେଶରେ ପୁଣି ହଟଚମଟ । ରାତି ଅଧରେ ବିଦେଶ ଚାଲିଗଲେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ । ଅନ୍ଧାର ରାତିରେ ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହିଁ ସେ ଥାଇ ଏୟାରୱେଜ୍ ବିମାନରେ ଉଡାଣ ଭରିଥିବା ଜଣାପଡିଛି । ଗତ ୧୨ ତାରିଖ ବିଳମ୍ବିତ ରାତି ୩ ଟାରେ ତାଙ୍କୁ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଦେଶବାସୀ ସମସ୍ତେ ଶୋଇଥିବାବେଳେ ହିଁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ । ସେ ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହ୍ୱିଲ ଟେୟାରରେ ବସିଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
୨୦୧୩ ରୁ ୨୦୨୩ ଯାଏଁ ଦୁଇ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଅବଦୁଲ ହମିଦ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ସମୟରେ ତାଙ୍କ ନାଁରେ ମାମଲା ରହିଥିଲା । ଶେଖ ହସିନା ସରକାର ଭାଙ୍ଗିବା ପରେ ହସିନାଙ୍କୁ ଦେଶ ଛାଡି ଯିବାକୁ ପଡିଥିଲା । ହସିନା ସରକାର ବଦଳିବାକୁ ଏହାରି ଭିତରେ ୯ ମାସ ବିତିଗଲାଣି । ଏହାପରେ ଆୱାମୀ ଲିଗର ବହୁ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯାଇଥିବା ଦେଖିବାକୁ ମିଳୁଛି । କେତେବେଳେ ସେମାନଙ୍କୁ ଜେଲ୍ ଯିବାକୁ ପଡୁଛି ତ ଆଉ କେତେବେଳେ ଜେଲଦଣ୍ଡ ଭୟରେ ସେମାନେ ଦେଶ ଛାଡି ପଳାୟନ କରୁଛନ୍ତି ।
ସୂଚନାଯୋଗ୍ୟ, ଅବଦୁଲ ହମିଦ ରାଷ୍ଟ୍ରପତି ହେବା ପୂର୍ବରୁ ଆୱାମୀ ଲିଗ ଦଳରୁ ସାଂସଦ ରହିଥିଲେ । ଏପରିକି ସେ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଆୱାମୀ ଲିଗ୍ (ଦ ଛାତ୍ର ଲିଗ୍)ରୁ ଆରମ୍ଭ କରିଥିଲେ । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ସେହି ସମୟରେ ଷ୍ଟୁଡେଣ୍ଟସ ଏଗେନଷ୍ଟ ଡିସ୍କ୍ରିମିନେସନ (SAD) ତରଫରୁ ହମିଦଙ୍କୁ ବିରୋଧ ସହ ଦେଶ ଛାଡି ଯିବାକୁ କୁହାଯାଇଥିଲା । ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଚାଲିଥିବା ଅନ୍ତରୀଣ ସରକାର ଆୱାମୀ ଲିଗକୁ ବ୍ୟାନ୍ କରିଥିବା ଜଣାପଡ଼ିଛି । ଗତ ସପ୍ତାହରେ ବ୍ୟାନ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପରେ ପରେ ହିଁ ହମିଦ ଦେଶ ଛାଡିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)