Advertisment

Bangkok Zoo Horror: ଏମିତି ମୃତ୍ୟୁ କେହି କେବେ ଭାବିନଥିବେ ! ଖିନଭିନ କରି ମାରିଲେ...୧୫ ମିନିଟ ଧରି ଝୁଣି ପକାଇଲେ

ପୋଲିସର କହିବା ଅନୁସାରେ, ଜିଆନ୍ ତାଙ୍କ ଗାଡ଼ିରୁ ଓହ୍ଲାଇ କିଛି ଉଠାଇବା ପାଇଁ ତଳେ ନଇଁ ପଡ଼ିଥିଲେ, ସେତେବେଳେ ଏକ ସିଂହ ତାଙ୍କ ପଛପଟୁ ଆସି ଟାଣି ନେଇଥିଲା। କିଛି ମୁହୂର୍ତ୍ତ ପରେ, ଆଉ ତିନିରୁ ଚାରୋଟି ସିଂହ ବି ଆକ୍ରମଣ କରିଥିଲେ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Bangkok Zoo Horror

Bangkok Zoo Horror

 ସଫାରୀ ୱାର୍ଲ୍ଡ ବ୍ୟାଙ୍କକ ଇତିହାସରେ ଏକ ଏପରି ଘଟଣା ଯାହାକୁ କେହି ଭୁଲି ପାରିବେ ନାହିଁ । ଚଳିତବର୍ଷ ଏକ ଦୁଃଖଦ ଘଟଣା ଘଟିଥିଲା। ଜଣେ ଚିଡ଼ିଆଖାନା କର୍ମଚାରୀଙ୍କୁ ସଫାରୀ ଜୋନ୍ ଭିତରେ ସିଂହମାନେ ଆକ୍ରମଣ କରି ମାରିଦେଇଥିଲେ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ ଦର୍ଶକ। ଘଟଣାଟି ସେପ୍ଟେମ୍ବର ୧୦ ତାରିଖ ସକାଳ ପ୍ରାୟ ୧୧ଟା ସମୟର । ଏହି ଆକ୍ରମଣ ଚାରି ଦଶନ୍ଧି ମଧ୍ୟରେ ଚିଡ଼ିଆଖାନାରେ ପ୍ରଥମ ଥର ପାଇଁ ଘଟିଥିଲା । 

Advertisment

ମୃତକଙ୍କ ନାମ ଜିଆନ ରଙ୍ଗଖରାସାମି । ତାଙ୍କୁ ୫୮ବର୍ଷ । ସେ ୨୦ବର୍ଷରୁ ଅଧିକ ସମୟ ଧରି ସଫାରୀ ୱାର୍ଲ୍ଡରେ କାମ କରୁଥିଲେ।

ଆକ୍ରମଣ କିପରି ହେଲା

ପୋଲିସର କହିବା ଅନୁସାରେ, ଜିଆନ୍ ତାଙ୍କ ଗାଡ଼ିରୁ ଓହ୍ଲାଇ କିଛି ଉଠାଇବା ପାଇଁ ତଳେ ନଇଁ ପଡ଼ିଥିଲେ, ସେତେବେଳେ ଏକ ସିଂହ ତାଙ୍କ ପଛପଟୁ ଆସି ଟାଣି ନେଇଥିଲା। କିଛି ମୁହୂର୍ତ୍ତ ପରେ, ଆଉ ତିନିରୁ ଚାରୋଟି ସିଂହ ବି ଆକ୍ରମଣ କରିଥିଲେ । ୧୫ ମିନିଟ ଧରି ଚାଲିଥିଲା ଏହି ଆକ୍ରମଣ ।

Advertisment

ଅନେକ ଦର୍ଶକ ଆରମ୍ଭରେ ଆକ୍ରମଣକୁ ଖେଳୁଆଡ଼ ଆଚରଣ ଭାବିଥିଲେ ଏବଂ ହସ୍ତକ୍ଷେପ କରିନଥିଲେ। ପ୍ରତ୍ୟକ୍ଷଦର୍ଶୀ କର୍ଣ୍ଣେଲ ଡକ୍ଟର ଥାୱାଚାଇ କାଞ୍ଚନାରିନ କହିଛନ୍ତି, "ଲୋକମାନେ ଭାବିଥିଲେ ସିଂହମାନେ ହୁଏତ ତାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ କେହି ପାଖକୁ ଯାଇ ନଥିଲେ।" ଶେଷରେ, ଦର୍ଶକମାନଙ୍କ ସେମାନଙ୍କୁ ଭୟଭୀତ କରିବା ପାଇଁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଭୟଭୀତ କରିବାରେ ବିଫଳ ହୋଇଥିଲା।

ପରେ ଚିଡ଼ିଆଖାନାର କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ।

ଚିଡ଼ିଆଖାନା ଏବଂ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା

ଜାତୀୟ ଉଦ୍ୟାନ ବିଭାଗ ସଫାରୀ ୱାର୍ଲ୍ଡର ଡ୍ରାଇଭ୍-ଇନ୍ ସଫାରୀ ଜୋନ୍‌କୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲା । ଏହି ଆକ୍ରମଣ ସିଂହଙ୍କ ଖାଇବା ସମୟରେ ହୋଇଥିଲା । ଯେତେବେଳେ ଗୋଟିଏ ସିଂହ ଭଲ ମନୋଭାବରେ ନଥିଲା ।

ସଫାରୀ ୱାର୍ଲ୍ଡ ବ୍ୟାଙ୍କକ୍ ଜିଆନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଏକ ବିବୃତ୍ତି ଜାରି କରିଥିଲା, ପୂର୍ଣ୍ଣ ସମର୍ଥନ ଏବଂ କ୍ଷତିପୂରଣ ଦେଇଥିଲା । ଚିଡ଼ିଆଖାନା ଏହା ୪୦ବର୍ଷ ମଧ୍ୟରେ ପ୍ରଥମ ଏପରି ଦୁଃଖଦ ଘଟଣା ବୋଲି କହିଥିଲା । 

Advertisment
Related Articles
Advertisment