Advertisment

Jaish-e-Mohammed Connection Exposed: ଲାଲକିଲ୍ଲାକୁ କିଏ କଲା ରକ୍ତ ରଞ୍ଜିତ? ଇଏ ସେଇ ମାଷ୍ଟରମାଇଣ୍ଡ୍

ଲାଲକିଲ୍ଲାକୁ କିଏ କଲା ରକ୍ତ ରଞ୍ଜିତ ? ଦିଲ୍ଲୀକୁ ଦୋହଲାଇବା ପଛରେ କିଏ ମାଷ୍ଟରମାଇଣ୍ଡ୍ ? ଫରିଦାବାଦ ମଡ୍ୟୁଲର କିଏ ସେହି ଅପରେଟର୍ ?

author-image
Chinmayee Sahoo
Maulvi-Irfan-Ahmad

Maulvi-Irfan-Ahmad Photograph: (OTV)

ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଫରିଦାବାଦ ମଡ୍ୟୁଲର ହୋଇଛି ପର୍ଦ୍ଦାଫାସ। ଏଥିରେ ଅନେକ ଡାକ୍ତରଙ୍କ ସମ୍ପୃକ୍ତି ଯୋଗୁଁ ଏହାକୁ "ହ୍ୱାଇଟ୍ କଲର ଟେରରିଂ ମଡ୍ୟୁଲ୍" ମଧ୍ୟ କୁହାଯାଏ। ତେବେ ଏବେ ରିପୋର୍ଟ ଆସିଛି ଯେ ଫରିଦାବାଦ ମଡ୍ୟୁଲର ପ୍ରକୃତ ମାଷ୍ଟରମାଇଣ୍ଡ ହେଉଛି ଜମ୍ମୁ-କାଶ୍ମୀରର ଶୋପିଆନର ବାସିନ୍ଦା ମୌଲବୀ ଇରଫାନ ଅହମ୍ମଦ। ରିପୋର୍ଟ ଅନୁଯାୟୀ, ଏହି ଆତଙ୍କବାଦ ମଡ୍ୟୁଲରେ ସାମିଲ ଥିବା ସମସ୍ତ ଡାକ୍ତର ଇରଫାନ ଦ୍ୱାରା ମୌଳବାଦୀ ହୋଇଥିଲେ। କେବଳ ସେତିକି ନୁହେଁ ଅନେକ ଡାକ୍ତରୀ ଛାତ୍ରମାନଙ୍କୁ ମୌଳବାଦୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଇରଫାନ୍। ସେ ଶ୍ରୀନଗରର ସରକାରୀ ମେଡିକାଲ କଲେଜରେ ଜଣେ ପାରାମେଡିକ୍ ଥିଲା ଏବଂ ସମସ୍ତ ଛାତ୍ରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲା।

Advertisment

ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ୍ ଶକିଲ୍ ଏବଂ ଡାକ୍ତର ମହମ୍ମଦ ଉମର୍, ଇରଫାନର କାମକୁ ଆଗକୁ ବଢ଼ାଉ ଥିଲେ। ଆଉ ଶାହିନ୍ କେବଳ ସାହାଯ୍ୟ କରିଥିଲା। ଇରଫାନ ଟେଲିଗ୍ରାମରେ ଅନେକ ଆକାଉଣ୍ଟ୍ ମାଧ୍ୟମରେ ଜୈଶ-ଏ-ମହମ୍ମଦ ପାଇଁ ପ୍ରଚାର ପ୍ରସାର କରୁଥିଲା। ସୂତ୍ର ଅନୁଯାୟୀ, "ସେ ଆଫଗାନ ଯୁଦ୍ଧ ସମୟର ଧର୍ମୋପଦେଶ ମଧ୍ୟ ଛାତ୍ରମାନଙ୍କୁ ଦେଖାଉଥିଲେ।" ତଦନ୍ତକାରୀ  ଅଧିକାରୀ ସନ୍ଦେହ କରୁଛନ୍ତି ଯେ ସେ ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶର ଜଣେ ହ୍ୟାଣ୍ଡଲରଙ୍କଠାରୁ ମୌଖିକ ନିର୍ଦ୍ଦେଶ ପାଉଥିଲା।

ତେବେ ଅକ୍ଟୋବର ୨୭ ତାରିଖର ଶ୍ରୀନଗରର ନୌଗାମରେ ଜୈଶ-ଏ-ମହମ୍ମଦକୁ ସମର୍ଥନ କରୁଥିବା ପୋଷ୍ଟର ଦେଖାଯିବା ପେର ଆରମ୍ଭ ହୋଇଥିଲା ପୋଲିସର ଛାନଭିନ୍। ପ୍ରଥମେ ତିନି ଜଣଙ୍କୁ ଗିରଫ କରାଯାଇଥିଲା, ଯେଉଁମାନେ ଥରେ ଶ୍ରୀନଗରରେ ପଥର ଫିଙ୍ଗା କାର୍ଯ୍ୟକଳାପରେ ସାମିଲ ଥିଲେ। ସେମାନେ ପୋଲିସକୁ ମୌଲବୀ ଇରଫାନ ଅହମ୍ମଦଙ୍କ ପାଖକୁ ନେଇଯାଇଥିଲେ। ପରେ ଇରଫାନର ସୂଚନା ଆଧାରରେ, ପୋଲିସ ଡାକ୍ତର ଆଦିଲ ଅହମ୍ମଦ ରାଥର ଏବଂ ଜମିର ଅହନାଗରଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରାଯିବା ପରେ ଜମ୍ମୁ ଓ କାଶ୍ମୀର ପୋଲିସ ଇରଫାନ ଘରୁ ଡାକ୍ତର ମୁଜାମ୍ମିଲ ଶକିଲଙ୍କୁ ଟ୍ରାକ୍ କରିଥିଲା। ଦିଲ୍ଲୀ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଥିବା ଡାକ୍ତର ମହମ୍ମଦ ଉମରଙ୍କ ସହିତ ମଧ୍ୟ ଜଡିତ ଥିଲେ ଇରଫାନ ।

Advertisment
Delhi Blast
Advertisment
Related Articles
Advertisment