Advertisment

Ban on Social Media: ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା, ନ ମାନିଲେ ସରକାର ଦେବେ ଏମିତି ଦଣ୍ଡ

ଭାରତରେ ଟିକଟକ ପରି ସୋସିଆଲ ପ୍ଲାଟଫର୍ମକୁ ବ୍ୟାନ କରାଯାଇଥିବା ବେଳେ ବିଶ୍ବରେ ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
social media

social media

ସୋସିଆଲ ମିଡିଆ ଏକ ଦୁଇ ଧାରିଆ ଛୁରୀ। ଏହାର ଅନେକ ଉପଯୋଗିତା ରହିଛି। ସାମାଜିକ ଜୀବନରେ ଏହାର ଗୁରୁତ୍ବ ବଢୁଥିବା ବେଳେ ଏହା କେତେ ଯେ କ୍ଷତିକାରକ ତାର ଅନେକ ଉଦାହରଣ ସାମ୍ନାକୁ ଆସୁଛି। ଭାରତରେ ଟିକଟକ ପରି ସୋସିଆଲ ପ୍ଲାଟଫର୍ମକୁ ବ୍ୟାନ କରାଯାଇଥିବା ବେଳେ ବିଶ୍ବରେ ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି।

Advertisment

ନିକଟରେ ଜଣେ ୧୪ ବର୍ଷର ସ୍କୁଲ ଛାତ୍ର ଜଣେ ୩୧ ବର୍ଷୀୟ ସ୍କୁଲ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ। ପୂର୍ବ ଫ୍ରାନ୍ସ ସ୍ଥିତ ନଗେଣ୍ଟରେ ଏହି ଆକ୍ରମଣ ଘଟିଥିଲା। ଏପରିକି ଏହି ଆକ୍ରମଣରେ ଜଣେ ପୋଲିସ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଫ୍ରାନ୍ସର ଏକ ସ୍କୁଲରେ ଏହି ଆକ୍ରମଣ ଘଟିଥିଲା। ଏହି ଘଟଣା ପରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯିବା ନେଇ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ କାର, ନିଖୋଜଙ୍କ ମଧ୍ୟରେ ୪ ଓଡ଼ିଆ

ଫ୍ରାନ୍ସ ଖୁବ ଶୀଘ୍ର ଏଭଳି ନିୟମ ଲାଗୁ କରିବ ବୋଲି ମାକ୍ରନ ସୂଚନା ଦେଇଛନ୍ତି। ୧୫ ବର୍ଷରୁ କମ ବାଳକ ବାଳିକାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରିବା ପାଇଁ ଆଇନ ଲାଗୁ କରାଯିବ ବୋଲି ମାକ୍ରନ ସୂଚନା ଦେଇଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଏହି ନିୟମକୁ କଡା କଡି ଭାବେ ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ନଗେଣ୍ଟ ସ୍କୁଲରେ ଆକ୍ରମଣ ପରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଭଳି ବୟାନ ଦେଇଛନ୍ତି ମାକ୍ରନ।

Advertisment

ବ୍ୟାଗରେ ଅସ୍ତ୍ରଶସ୍ତ୍ର ରହିଛି କି ନାହିଁ ଚେକ କରା ଯାଉଥିବା ବେଳେ ୧୪ ବର୍ଷୀୟ ଛାତ୍ର ହିଂସ୍ର ହୋଇ ପଡିଥିଲେ। ସେ ଏକ ଛୁରୀରେ ଆକ୍ରମଣ କରିବା ସହ ସ୍କୁଲ କର୍ମଚାରୀଙ୍କୁ ଆହତ କରିଥିଲେ। ପରେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବା ପ୍ରୟାସରେ ଆହତ ହୋଇଥିଲେ। ପ୍ରଥମେ ଟିଭି ଚ୍ୟାନେଲରେ ସାକ୍ଷାତ ପରେ ମାକ୍ରନ ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ସମାନ ଘଟଣାକୁ ନେଇ ପୋଷ୍ଟ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍ସ ପୂର୍ବରୁ ବିଶ୍ବର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଅ ସୋସିଆଲ ମିଡିଆ ବ୍ୟବହାରରେ ବୟସ କଟକଣା ଲାଗୁ କରିଥିଲା। ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ ବୟସର ବାଳକ ବାଳିକା ମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ସେହିପରି ଆସନ୍ତା ମାସ ଜୁଲାଇ ୧ ତାରିଖରୁ କୌଣସି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଫ୍ରାନ୍ସର ସ୍ବାସ୍ଥ୍ୟ ମନ୍ତ୍ରୀ କ୍ୟାଥେରିନ ଭଟ୍ରିନ। ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ ୩୫ ୟୁରୋ ବା ୧୪୨ ଡଲାର ଫାଇନ ଲାଗୁ କରାଯିବ। ଅର୍ଥାତ ନିୟମ ନ ମାନିଲେ ଭାରତୀୟ ମୁଦ୍ରାରେ ୧୨ ହଜାର ଟଙ୍କା ଫାଇନ ଗଣିବାକୁ ପଡିବ।

ଅଧିକ ପଢ଼ନ୍ତୁ: ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ କାର, ନିଖୋଜଙ୍କ ମଧ୍ୟରେ ୪ ଓଡ଼ିଆ

France Social Media Emmanuel Macron
Advertisment
Advertisment