Advertisment

India Pakistan Air Defense: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍

ପହଲଗାମ ଆତଙ୍କୀ ହମଲା ପରେ ଚୀନ ଶରଣରେ ପଶିଥିଲା ପାକିସ୍ତାନ। ଭାରତର ସମ୍ଭାବ୍ୟ ହମଲାକୁ ଲକ୍ଷ୍ୟ ରଖି ଛାନିଆ ହୋଇ ଚୀନର ସାହାଯ୍ୟ ଲୋଡ଼ିଥିଲା ପାକିସ୍ତାନ।

ଅଦ୍ୟତନ ହୋଇଛି
କାନ୍ଦୁଛି ପାକିସ୍ତାନ

କାନ୍ଦୁଛି ପାକିସ୍ତାନ

Advertisment

ରାତିଅଧିଆ ଭାରତର ଏୟାରଷ୍ଟ୍ରାଇକ ପରେ କାନ୍ଦୁଛି ପାକିସ୍ତାନ। କାହିଁକି ନା ପାକିସ୍ତାନକୁ ଧୋକା ଦେଇଛି ଡୁପ୍ଲିକେଟ୍ ଚାଇନା ମାଲ୍। ଭାରତ ପକ୍ଷରୁ ହେବାକୁ ଥିବା ସମ୍ଭାବ୍ୟ ହମଲାକୁ ଲକ୍ଷ୍ୟ ରଖି ଚୀନ ପାଖରୁ ପାକିସ୍ତାନ ଆଣିଥିଲା ଏୟାର ଡିଫେନ୍ସ ସିଷ୍ଟମ। ଯାହା କିଛି କାମ ଦେଇନାହିଁ। ଚୀନ ପାଖରୁ ପାକିସ୍ତାନ ୩ ପ୍ରକାର ଏୟାର ଡିଫେନ୍ସ ସିଷ୍ଟମ ଆଣିଥିଲା।

Advertisment

ଅଧିକ ପଢ଼ନ୍ତୁ: ଭାରତ ବିରୋଧରେ ସାହାଯ୍ୟ ମାଗିଲା ପାକିସ୍ତାନ, ହାତ ବଢ଼ାଇଲା ଚୀନ...

ସେଗୁଡ଼ିକ ହେଲା FD-2000, HQ-16FE ଓ HQ-9BE। ଅପରେସନ ବେଳେ ଜଗିଥିଲା HQ-9BE। ହେଲେ କିଛି କାମ ଦେଲାନି। ଯେପରି ଲାଗୁଛି ଚୀନ ନକଲି ଏୟାର ଡିଫେନ୍ସ ସିଷ୍ଟମ ଦେଇ ଠକି ଦେଇଛି। ଯାହା ଭାରତର ଏୟାର ଷ୍ଟ୍ରାଇକ ର୍ପୂବରୁ କୌଣସି ସୂଚନା ଦେଇନାହିଁ।

ଭାରତର ଏୟାରଷ୍ଟ୍ରାଇକ ପରେ ଲୁହ ଝରାଉଛି ପାକିସ୍ତାନ। ଭାରତ ଏୟାରଷ୍ଟ୍ରାଇକ କରିଛି ବୋଲି ନିଜେ ସ୍ୱୀକାର କରିଛି।

Advertisment

ସୂଚନାଯୋଗ୍ୟ, ପହଲଗାମ ଆତଙ୍କୀ ହମଲା ପରେ ଚୀନ ଶରଣରେ ପଶିଥିଲା ପାକିସ୍ତାନ। ଭାରତର ସମ୍ଭାବ୍ୟ ହମଲାକୁ ଲକ୍ଷ୍ୟ ରଖି ଛାନିଆ ହୋଇ ଚୀନର ସାହାଯ୍ୟ ଲୋଡ଼ିଥିଲା ପାକିସ୍ତାନ। ଚୀନକୁ ପାକିସ୍ତାନର ସାହାଯ୍ୟ ଲୋଡ଼ିବା ପରେ ଚୀନ ସମର୍ଥନ ଜଣାଇଥିଲା । ପାକିସ୍ତାନର ଅନ୍ତରୀଣ ସୁରକ୍ଷା, ସାର୍ବଭୌମତ୍ଵ ରକ୍ଷା କ୍ଷେତ୍ରରେ ଚୀନ ଦୃଢ଼ ସମର୍ଥନ କରୁଛି ବୋଲି ଘୋଷଣା କରିଥିଲା । ଏହା ସହିତ ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲା ।

ଏ କ୍ଷେତ୍ରରେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ନିଜେ ହସ୍ତକ୍ଷେପ ନକରିଥିଲେ ମଧ୍ୟ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ ଦାର ରବିବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ଫୋନ୍‌ କରି ସହଯୋଗ ଭିକ୍ଷା ମାଗିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

China Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ