/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692013784.jpg)
hotel blast
ହୋଟେଲ୍ ଉପରେ ଏୟାର ଷ୍ଟ୍ରାଇକ୍ । ଘନଘନ ଆକ୍ରମଣ ପରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଆଫଗାନିସ୍ତାନର ଖୋସ୍ତରେ ଥିବା ଏକ ହୋଟେଲ ଉପରେ ଆକ୍ରମଣ କରାଯାଇଛି । ଯେଉଁଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଅହତ ହୋଇଥିବା ସୂଚନା ମିଳିଛି ।
ଏୟାର ଷ୍ଟ୍ରାଇକ୍ ଯୋଗୁ ୭ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । କୁହାଯାଉଛି ଯେ, ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ । ସୂଚନା ଅନୁସାରେ ଏହି ହମଲାରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ସ୍ୱାଧୀନତା ଦିବସରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ! ହାଇ ଆଲର୍ଟରେ ସୁରକ୍ଷାକର୍ମୀ...
ଏନେଇ ଉଭୟ ପକ୍ଷର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ତାଲିବାନ ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନକୁ ଫେରିବାର ଦୁଇ ବର୍ଷ ପୂରଣ ହେବାକୁ ନେଇ ପୂର୍ତ୍ତି ପାଳନ କରିଥିଲା । ହେଲେ ଆଜି ଏହି ଆକ୍ରମଣ କରାଯାଇଛି ।
ସୂଚନା ଥାଉ କି ୨୦୨୧ ମସିହାରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିଥିଲା । ଦଖଲ କରିବା ପରଠାରୁ ରାଜଧାନୀ କାବୁଲରେ ଫୁଟୁଥିଲା ବୋମା । ବୋମା ବିସ୍ଫୋରଣ ପରି ବିଭିନ୍ନ ହିଂସାକାଣ୍ଡରେ ୧୦୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିଲା । ଖାଲି ଏତିକି ଯେ ତାହାନୁହେଁ, ମସଜିଦ୍ ଓ ବଜାରରେ ହିଂସାର ନିଆଁ କୁହୁଳିଥିଲା । ତାଲିବାନ୍ ଭୟରେ ଆଫଗାନିସ୍ତାନର ଅନେକ ଲୋକ ନିଜ ଦେଶ ଛାଡ଼ିଥିଲେ । ବିଶେଷକରି ମହିଳାମାନେ ଅତ୍ୟାଚାର ନିଆଁରେ ଜଳିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)